କ୍ରୀଡା ଶିକ୍ଷୟକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

*କ୍ରୀଡା ଶିକ୍ଷୟକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା*

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ପଂଚାୟତ ହାଇସ୍କୁଲ ଲୋହରାପାଲି ଠାରେ ଖଡ଼ିଆଳ ବ୍ଲକ କ୍ରୀଡା ଖେଳ ଶିକ୍ଷକ ସଂଗଠନ ତରଫରୁ ଏକ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇ ଯାଇଛି ଏଥିରେ ନୂଆପଡା ଜିଲ୍ଲା ଖେଳ ଶିକ୍ଷକ ସଙ୍ଘ ସଭାପତି ରାଜକପୁର ବାରିକ ଅଧକ୍ଷତା କରିଥିବା ବେଳେ ମହେଶ କୁମାର ଦଣ୍ଡସେନା ନୂଆପଡା ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ମୁଖ୍ୟ ଅଥିତି ଥିବା ବେଳେ ଜିତେନ୍ଦ୍ର ଦଣ୍ଡସେନା ପ୍ରଧାନ ଶିକ୍ଷକ ଲୋହାରପାଲି ଉଚ୍ଚ ବିଦ୍ୟାଳୟ ସମାନିତ ଅଥିତି ଥିବାବେଳେ ଅବସର ଖେଳ ଶିକ୍ଷକ ଦୟାନିଧି ଚଲାନ ,ଖେଳ ଶିକ୍ଷକ ପ୍ରଶାନ୍ତ ପ୍ରଧାନୀ ମାଷ୍ଟର ଟ୍ରେନର ରତନ ସିଂ ବାରିକ ଖଡ଼ିଆଳ ବ୍ଲକ ସମ୍ପାଦକ ତଥା ଅବସର ଗ୍ରହଣ କରିଥିବା ଖେଳ ଶିକ୍ଷକ ଭଗବାନ ପଣ୍ଡା ବାଦୀ ଉଚ୍ଚ ବିଦ୍ୟାଳୟ ମଂଚାସୀନ ଥିଲେ । ଏହି ସମ୍ବର୍ଦ୍ଧନା ସମାରୋହ ରେ 28 ଟି ବିଦ୍ୟାଳୟ ର ଖେଳ ଶିକ୍ଷକ ଓ 6 ଟି ବିଦ୍ୟାଳୟ ର ଖେଳ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।ଏଥିରେ କ୍ରୀଡା ଶିକ୍ଷକ ସମସ୍ୟା କୁ ମହେଶ କୁମାର ଦଣ୍ଡସେନା ଙ୍କୁ ଦୃଷ୍ଟି ଦେବାକୁ ଅନୁରୋଧ କରି ଥିଲେ । ଜିଲ୍ଲା ରେ ଖାଲି ଥିବା ଖେଳ ଶିକ୍ଷକ ପଦ ପୂରଣ ଆହୁରି ବହୁ ଖେଳ ଶିକ୍ଷକ ଅବସର ଗ୍ରହଣ କରି ଥିବାରୁ ଖେଳ ଶିକ୍ଷକ ଅଭାବ ଯୋଗୁ ଛାତ୍ର ଛାତ୍ରୀ ଖେଳ ଦିଗରେ ଅଗ୍ରସର ହେଉ ନଥିବା ଦୃଷ୍ଟି ଆକର୍ଷଣ କରି କିଛି ଆଲୋଚନା କରାଯାଇ ଥିଲା । ଶେଷରେ ବିଦାୟୀ ତଥା ଅବସର ଖେଳ ଶିକ୍ଷକ ଙ୍କୁ ପୁଷ୍ପ ମାଳା ପ୍ରଦାନ ପୂର୍ବକ ଏକ ମାନପତ୍ର ସହ ଉପହାର ପ୍ରଦାନ କରଯାଇ ଥିଲା । କାର୍ଯ୍ୟକ୍ରମରେ ମକର୍ଧ୍ୱଜ ରଣା ,ଧନଜୟ ବୈଠାରୁ, ମନ୍ମଥ ମେହେର ସ୍ଵାତି ସ୍ଵାଗତିକା ବୁଡ଼େକ ନିଳେନ୍ଦ୍ରୀ ସିଂ, କୁନ୍ତଳିନୀ ସାହୁ ଦମୟନ୍ତୀ ପଟେଲ ସୌଭାଗ୍ୟ ସିଂ ଉପସ୍ଥିତ ଥିଲେ । ଧନଜୟ ଦଣ୍ଡସେନା ଅଥିତି ପରିଚୟ ପ୍ରଦାନ କରି ଥିବା ବେଳେ ସୁଶାନ୍ତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରି ଥିଲେ ।

Leave a Reply

Your email address will not be published. Required fields are marked *