କୋରାପୁଟ ସାଂସଦ ଓ ବିଷମକଟକ ବିଧାୟକ ମୁନିଗୁଡ଼ା ବ୍ଳକ ଗସ୍ତ ବିଭିନ୍ନ ଉନୟନ କାର୍ଯ୍ୟର ତଦାରଖ

କୋରାପୁଟ ସାଂସଦ ଓ ବିଷମକଟକ ବିଧାୟକ ମୁନିଗୁଡ଼ା ବ୍ଳକ ଗସ୍ତ ବିଭିନ୍ନ ଉନୟନ କାର୍ଯ୍ୟର ତଦାରଖ

ରାୟଗଡା :ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଗସ୍ତରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା,ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ କରିଛନ୍ତି ।ପ୍ରଥମେ ତାଙ୍କୁ ଦଳ ତରଫରୁ ସ୍ୱାଗତ କରିବା ପରେ ବସଷ୍ଟାଣ୍ଡ ଛକ ନିକଟରେ ଥିବା ସହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ପରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଏକ ଦଳୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ଉନ୍ନୟନ ବିଷୟରେ ଆଲୋଚନା କରିଥିଲାବେଳେ । ଏହା ପରେ ମୁନିଗୁଡାର ରେଳ ଷ୍ଟେସନରେ ପହଞ୍ଚି ଅମୃତ ଭାରତ ଯୋଜନାରେ ଚାଲିଥିବା କାର୍ଯ୍ୟ ଗୁଡିକର ତଦାରଖ କରିବା ସହ ଷ୍ଟେସନ ମେନେଜର ଓ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ମୁନିଖୋଲ ପଞ୍ଚାୟତର ସକଟା ଠାରେ ଥିବା ସକଟା ଜଳ ସେଚନର ଚେକ୍ ଡେମର ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୁଦ୍ରଜଳ ସେଚନ ବିଭାଗର କନିଷ୍ଠଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।ଏନେଇ ସମ୍ପୃକ୍ତ ବିଭାଗର ଉଚ୍ଚ ପଦସ୍ଥ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଚେକଡେମ କାର୍ଯ୍ୟ କରାଯିବ ବୋଲି ସାଂସଦ ଚାଷି ମାନଙ୍କୁ ପ୍ରତିଶୃତି ଦେଇଥିଲେ । ଏଥିସହ ମୁନିଗୁଡାର ଦୀର୍ଘ ଦିନର ଦାବି ଏକ ବାଇପାସ ରାସ୍ତା,ଏକଲବ୍ୟ ଓ କେନ୍ଦ୍ରୀୟ ବିଦ୍ୟାଳୟ, ଆଇଟିଆଇ କଲେଜ ସ୍ଥାପନ କରିବା ସହ ବିଭିନ୍ନ ସମସ୍ୟା ଗୁଡିକର ସମାଧାନ କରାଯିବ ବୋଲି ସାଂସଦ ଶ୍ରୀ ଉଲାକା ପ୍ରକାଶ କରିଥିଲେ ।ସାଂସଦଙ୍କ ଗସ୍ତ ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ନୀଳମାଧଵ ହିକ୍ କା, ମୁନିଗୁଡା ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାର, ସାଂସଦ ପ୍ରତିନିଧି ରଜନୀକାନ୍ତ ପଡାଲ, ପୂର୍ବତନ ସାଂସଦ ପ୍ରତିନିଧି ମାନସ ରଂଜନ ବେହେରା, ଚିତ୍ତ, ବାଦଲ ବେହେରା, ବିଷମକଟକ ସାଂସଦ ପ୍ରତିନିଧି ଦିଲ୍ଲୀପ ପଟ୍ଟନାୟକ, ପୂର୍ବ ତନ ବ୍ଲକ ଉପାଧ୍ୟକ୍ଷ, ସୁର୍ଯ୍ୟ ପାଲକିଆ, ବରିଷ୍ଠ କଂଗ୍ରେସ ନେତା ରମେଶ ପାଲକିଆ,ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲ ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *