କୋରାପୁଟ: କୋରାପୁଟ ସହରର ଭୂତଳଜଳ ପାନୀୟ ଅନୁପଯୋଗୀ। ଏହାର ପିଏଚସ୍ତର, କ୍ୟାଲସିୟମ, ମ୍ୟାଗନେସିୟମ, କ୍ଲୋରାଇଡ୍, ନାଇଟ୍ରେଟ୍, ଶିଶା ଓ ଫ୍ଲୋରାଇଡ୍ ମାତ୍ରା ଠିକ୍ ନାହିଁ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି) ପକ୍ଷରୁ କ୍ଵାଲିଟି ମନିଟରିଂ ଷ୍ଟେସନର ଯାଞ୍ଚ ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି। ସେଣ୍ଟ୍ରାଲ ଲ୍ୟାବରେ ଏହି ପରୀକ୍ଷା ହୋଇଥିବା ରାଜ୍ୟ ପ୍ରଦୂଷଣ ବୋର୍ଡର ଜିଲ୍ଲା ଆଞ୍ଚଳିକ ଅଧିକାରୀ ଦୀପେଶ ବିଶ୍ଵାଳ ସୂଚନା ଦେଇଛନ୍ତି। ଅପରପକ୍ଷରେ କୋଲାବ ନଦୀଜଳଭଣ୍ଡାରର ଇନଟେକ୍ ୱେଲରୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଉଥିବା ପାଣିର ଅବସ୍ଥା ବି ଭଲ ନାହିଁ। ସଠିକ ଭାବେ ବିଶୋଧନ କରାନଯାଇ ଜଳଯୋଗାଣ କରାଯାଉଛି। ଏହି ସ୍ଥିତିରେ କେଉଁ ପାଣି ସହରବାସୀ ପିଇବେ ଚିନ୍ତାରେ ପଢ଼ିଛନ୍ତି।
Related Posts

ଶ୍ୱାସରୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର
*ଶ୍ୱାସରୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର * ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଶ୍ୱାସରୋଗ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ…

ବରଗଡ ରେ ବରଗଡ ଜ଼ିଲ୍ଲା ପ୍ରତିଷ୍ଠା ଦିବସ
ବରଗଡ ରେ ବରଗଡ ଜ଼ିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଓ ଜ଼ିଲ୍ଲା ସମାଜସେବୀ ସଂଘ, ବରଗଡ ର ଦ୍ଵିତୀୟ ବାର୍ଷିକ ଉତ୍ସବର ପ୍ରସ୍ତୁତି ବୈଠକ ଓ ଇଷ୍ଟଦେବୀ…

ନଭେମ୍ବର ୮ ରୁ ଆନ୍ତର୍ଜାତୀୟ ଜଗନ୍ନାଥ ମହୋତ୍ସବ ୨୦୨୪
ନଭେମ୍ବର ୮ ରୁ ଆନ୍ତର୍ଜାତୀୟ ଜଗନ୍ନାଥ ମହୋତ୍ସବ ୨୦୨୪ ଭୁବନେଶ୍ବର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ଵର…