କୋରାପୁଟ ପାଇଁ ରକ୍ତଦାନ କ୍ଷେତ୍ରରେ ଗୌରବ ଆଣିଲେ ସ୍ନିଗ୍ଧାରାଣୀ।

କୋରାପୁଟ ପାଇଁ ରକ୍ତଦାନ କ୍ଷେତ୍ରରେ ଗୌରବ ଆଣିଲେ ସ୍ନିଗ୍ଧାରାଣୀ। ସେମିଳିଗୁଡା.ତାରିଖ ୯,୨,୨୦୨୫: ସେମିଳିଗୁଡାର ବରିଷ୍ଠ ରକ୍ତଦାତ୍ରୀ ,ସମାଜସେବୀ ,ଲିଭ ଫର ଅଦର୍ସର ସାଧାରଣ ସମ୍ଫାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ଗୁଜରାଟର ଆର୍ଯ୍ୟାବର୍ତ୍ତର ପ୍ରୟାସ ଓ ଅହମଦାବାଦ ରେଡକ୍ରସ ବ୍ଳଡ ବ୍ୟାଙ୍କ ଦ୍ବାରା ନିମନ୍ତ୍ରିତ ହୋଇ ଅହମଦାବାଦଠାରେ ଗୁଜରାଟ ବିଶ୍ବ ବିଦ୍ୟାଳୟର ମହର୍ଷି ଶୁଶ୍ରୁତ ଅଡିଟୋରିୟମରେ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି।ଏକ ଭବ୍ଯ କାର୍ଯ୍ୟକ୍ରମରେ ଗୁଜରାଟ ଏସସିବିଟି ନିର୍ଦ୍ଦେଶକ ଡକ୍ଟର କାର୍ତ୍ତିକ ଶାହ,ଆସିଷ୍ଟାଣ୍ଟ ପ୍ରଫେସର, ଡେଣ୍ଟାଲ କଲେଜ ଅହମଦାବାଦ ଡକ୍ଟର ଆଶିଷ କୌର, ନରେନ୍ଦ୍ର ମୋଦୀ ମେଡିକାଲ କଲେଜର ଆସୋସିଏଟ ପ୍ରଫେସର ଡକ୍ଟର ବୀରେନ ପାରିଖ,ଅହମଦାବାଦ ବ୍ଲଡ ବ୍ୟାଙ୍କ ମୂଖ୍ଯ ଡକ୍ଟର ନିଧି ଭଟ୍ଟରାୟ,ଆର୍ଯ୍ୟାବର୍ତ୍ତର ମୂଖ୍ଯ ଗୌରାଙ୍ଗ ମିଶ୍ରଙ୍କ ଦ୍ବାରା ଓ ଉପସ୍ଥିତିରେ ଟ୍ରଫି ଗ୍ରହଣ କରିଥିଲେ।ଏହି ଅବସରରେ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଅତିଥି , ବିଶେଷଜ୍ଞ,ସମାଜସେବୀ, ରକ୍ତଦାତା, ଓ ଛାତ୍ର ଛାତ୍ରୀମାନଙ୍କୁ ମାନଙ୍କୁ ରକ୍ତଦାନର ମହତ୍ତ୍ବ ଓ ଥାଲାସେମିଆ ନିରାକରଣ ଉପରେ ଆଲୋକପାତ କରିଥିଲେ। ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ଓଡିଶାରୁ ଏକମାତ୍ର ବ୍ଯକ୍ତି ଭାବେ ଶ୍ରୀମତୀ ମିଶ୍ର ସମ୍ମାନିତ ହୋଇ ଛନ୍ତି।ଏଠାରେ ଉଲ୍ଲେଖଯୋଗ୍ଯ ଯେ ଶ୍ରୀମତୀ ମିଶ୍ର ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବାଧିକ ମହିଳା ରକ୍ତଦାତା ଭାବରେ ୫୨ଥର ରକ୍ତଦାନ କରିସାରିଛନ୍ତି।ଅଂଚଳରେ ରକ୍ତଦାନ ଶିବିର, ସେବାଶିବିର,ସଚେତନତା କାର୍ଯ୍ୟକ୍ରମ, ସ୍ବାସ୍ଥ୍ୟ ଶିବିର ଓ ଅନ୍ଯାନ୍ଯ କାର୍ଯ୍ଯରେ ନିଜକୁ ନିୟୋଜିତ ରଖିଛନ୍ତି।

Leave a Reply

Your email address will not be published. Required fields are marked *