କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀ ପରଲୋକ ହୋଇଛି ।

ରାୟଗଡ଼ା: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀ ଆଉନାହାନ୍ତି । ଭୁବନେଶ୍ୱରସ୍ଥିତ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତିରେ ତାଙ୍କର ପରଲୋକ ହୋଇଛି । ବିଧାୟକ ଶ୍ରୀ ମାଝୀ ଗତ କିଛି ମାସ ହେବ ରୋଗରେ ଆକ୍ରାନ୍ତ ଯୋଗୁଁ ଏମ୍‌ସରେ ଚିକିତ୍ସିତ ହେଉଥିଲେ ।

ଚିକିତ୍ସାଧୀନ ଅବସ୍ଥାରେ ଆଜି ସେ ଆଖି ବୁଜି ଦେଇଛନ୍ତି।ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ମମତା ମଝୀ, ଭଉଣୀ ଅନସୂୟା ମାଝୀ ଓ ଭାଇ ଦିପୁ ମାଝାଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ସଁଗତ ମାଝୀ କଂଗ୍ରେସର ଜଣେ ଗଣୁଆ ନେତା ତଥା ପୂର୍ବତନ ଲକ୍ଷ୍ମୀପୁର ବିଧାୟକ ସ୍ଵର୍ଗତ ଅନନ୍ତରାମ ମାଝୀଙ୍କ ବଡ଼ ପୁଅ ଥିଲେ। ଅନନ୍ତରାମ ମାଝୀଙ୍କ ମୃତ୍ୟୁ ପରେ ୨୦୦୮ ଉପ ନିର୍ବାଚନରେ ପୂର୍ଣଚନ୍ଦ୍ର କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ବିଧାୟକ ହୋଇଥିଲେ। ପୂର୍ଣଙ୍କ ମୃତ୍ୟୁ ଖବର ଶୁଣି କଂଗ୍ରେସ ସମେତ ଅନ୍ୟ ନେତାମାନେ ଶୋକବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *