କୋରାପୁଟ ଜିଲ୍ଲାର ସୁନାବେଡ଼ା ଠାରେ ବହୁ ଆଡମ୍ବରରେ ରଥଯାତ୍ରା ପାଳିତ..

କୋରାପୁଟ ଜିଲ୍ଲାର ସୁନାବେଡ଼ା ଠାରେ ବହୁ ଆଡମ୍ବରରେ ରଥଯାତ୍ରା ପାଳିତ…. …………………………….

କୋରାପୁଟ :- (ରିପୋର୍ଟ କିଶୋର ) ଚଳିତ ବର୍ଷ କୋରାପୁଟ ଜିଲ୍ଲା ସୁନାବେଡ଼ା-୧ ଓ ସୁନାବେଡ଼ା -୨ ଠାରେ ପବିତ୍ର ରଥଯାତ୍ରା ମହାଆଡମ୍ବର ରେ ପାଳିତ ହୋଇଯାଇଛି l ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା l ପାରମ୍ପରିକ ବାଦ୍ୟ ବାଦନ ମୃଦଙ୍ଗ, ଖୋଳ, ଗିନି, ଘଣ୍ଟ ସହିତ ଅତ୍ୟାଧୁନିକ ବାଦ୍ୟଯନ୍ତ୍ର ଓ ପାରମ୍ପରିକ ନୃତ୍ୟ ସହିତ ଚତୁର୍ଦ୍ଧାମୂର୍ତ୍ତି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ରଥାରୂଢ଼ ହୋଇଥିଲେ l ସୁନାବେଡ଼ା -୧ ରଥ ଏ ଇ ଏଫ୍ କଲୋନୀ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ସୁନାବେଡ଼ା -୧ ବସଷ୍ଟାଣ୍ଡ ଦେଇ ମ୍ୟୁନିସିପାଲଟି ଛକ ଦେଇ ହାଲ ମଧ୍ୟରେ ମାଉସୀ ମାଆ ମନ୍ଦିର କୁ ଚତୁର୍ଦ୍ଧାମୂର୍ତ୍ତି ମହାପ୍ରଭୁ ଶ୍ରଦ୍ଧାଳୁ ମାନଙ୍କ ହାତରେ ଟାଣି ଆନନ୍ଦ ର ସହିତ ପହଞ୍ଚି ଥିଲେ ସେଇ ପରି ସୁନାବେଡ଼ା -୨ ରଥ ମନ୍ଦିର ଠାରୁ ବାହାରି ସେମିଳିଗୁଡା ସ୍ଥିଥ ମାଉସୀ ମାଆ ମନ୍ଦିର ରେ ଚତୁର୍ଦ୍ଧାମୂର୍ତ୍ତି ପହଞ୍ଚି ଥିଲେ Iଯାତ୍ରା ସମୟରେ ଜଗନ୍ନାଥଙ୍କ ଭୋଗ( କାନିକା, କାକରା, ଲଡୁ, ବଲ୍ଲଭ, କ୍ଷୀର ଗଜା, ଫେଣି, ମାଲପୁଆ ) ଶ୍ରଦ୍ଧାଳୁ କିଣିବା ପାଇଁ ଉତ୍ସାହ ଦେଖିବାକୁ ମିଳିଥିଲା lଚଳିତ ବର୍ଷ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ଚତୁର୍ଦ୍ଧାମୂର୍ତ୍ତି ମାଉସୀ ମାଆ ମନ୍ଦିର ରେ ପହଞ୍ଚି ଥିଲେ l ରଥଯାତ୍ରା ଉପଲକ୍ଷେ ହାଲ ଠାରେ ମିନାବଜାର ଓ ବିଭିନ୍ନ ଦୋକାନ ବଜାର ପଡ଼ିଛି l ରଥଯାତ୍ରା ସମୟରେ ଜଗନ୍ନାଥ ପ୍ରେମୀ, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତା, ମନ୍ଦିର ପରିଚାଳନା କମିଟି ର କର୍ମକର୍ତା, ଟି ପି ଏସ ଓ ଡି ଲ୍ କର୍ମଚାରୀ, ହାଲ୍ ସେକ୍ୟୁରିଟୀ ଓ ଓଡ଼ିଶା ପୋଲିସ ର ମିଳିତ ସହଯୋଗ ରେ ଚଳିତ ବର୍ଷ ରଥଯାତ୍ରା ପାଳନ କରାଯାଇଛି l

Leave a Reply

Your email address will not be published. Required fields are marked *