କୋରାପୁଟ ଜିଲ୍ଲାର ଦମ୍ପତ୍ତିଙ୍କ ବିକାନୀର ଆନ୍ତର୍ଜାତୀୟ ରାଜନୀତି ବିଜ୍ଞାନ ସେମିନାରରେ ଯୋଗଦାନ
ସେମିଳିଗୁଡା.ତାରିଖ ୧୮:୧୦,୨୦୨୪: କୋରାପୁଟ ଜିଲ୍ଲାର ସେମିଳିଗୁଡାରୁ ଏକମାତ୍ର ଦମ୍ପତ୍ତି ଅବସରପ୍ରାପ୍ତ ପ୍ରଫେସର, ଶିକ୍ଷାବିତ ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଓ ସମାଜସେବୀ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ରାଜସ୍ଥାନର ବିକାନୀରଠାରେ ୬୧ତମ ରାଜନୀତି ବିଜ୍ଞାନ ବୈଠକ ଓ “ବିକଶିତ ଭାରତ-୨୦୪୭ ଉପରେ ଅନୁଷ୍ଠିତ ଦୁଇ ଦିନିଆ ଆନ୍ତର୍ଜାତୀୟ ସେମିନାରରେ ଯୋଗ ଦେଇଛନ୍ତି।ଏହି ସେମିନାର ବିକାନୀରର ମହାରାଜା ଗଂଗା ସିଂହ ବିଶ୍ବ ବିଦ୍ୟାଳୟରେ ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଇପସା ର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଛି।ଡକ୍ଟର ମିଶ୍ର ଓ ଶ୍ରୀମତୀ ମିଶ୍ର ବିକଶିତ ଭାରତ ଉପରେ ନିଜର ମତ ଉପସ୍ଥାପନ କରିଥିଲେ।ଏହି ଦମ୍ପତ୍ତି ପୂର୍ବରୁ ମଧ୍ଯ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ସେମିନାରରେ ଯୋଗ ଦେଇ ପ୍ରଶଂସା ସାଉଁଟିଛନ୍ତି।ଏଥିପାଇଁ ଶୁଭେଛୁ ମାନେ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।