କୋରାପୁଟ-ଆରୁକୁ ବିଶାଖାପାଟଣା ମଧ୍ୟରେ ଟ୍ରେନ୍‌ ଚଳାଚଳା ବାଧାପ୍ରାପ୍ତ ହୋଇଛି ।

ମାଲବାହୀ ଟ୍ରେନ୍‌ ଇଞ୍ଜିନ୍‌ ଲାଇନ୍‌ଚ୍ୟୁତ ।

ଆନ୍ଧ୍ର ଶିବଲିଙ୍ଗପୁରମ ନିକଟରେ ଏକ ମାଲବାହୀ ଟ୍ରେନ୍‌ର ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଫଳ‌ରେ ଟ୍ରାକ୍‌ରୁ କିଛି ଅଂଶ ଖସିଯାଇଛି। ଟ୍ରକ୍‌ ଉପରେ ବଡ ପଥର ପଡିବାରୁ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଯାହାଫଳରେ ବର୍ତ୍ତମାନ କୋରାପୁଟ- ଆରୁକୁ ବିଶାଖାପାଟଣା ରେଳ ପଥରେ ରେଳ ଚଳାଚଳ ବନ୍ଦ ରହିଛି। ସେପଟେ ଦୁର୍ଘଟଣା ସଂପର୍କରେ ଖବର ରେଲଓ୍ୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଉକ୍ତ ଟ୍ରାକ୍‌ରେ ଅଘଟଣ ଘଟିଥିବାରୁ ଅନେକ ଟ୍ରେନ୍‌ ବିଳମ୍ବରେ ଚାଲୁଥିବାର ସୂଚନା ମିଳିଛି ।କୋରାପୁଟ ସୀମାନ୍ତ ଆନ୍ଧ୍ର ଶିବଲିଙ୍ଗପୁରମ୍‌ ନିକଟରେ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି । ଯାହାଫଳରେ କୋରାପୁଟ-ଆରୁକୁ ବିଶାଖାପାଟଣା ମଧ୍ୟରେ ଟ୍ରେନ୍‌ ଚଳାଚଳା ବାଧାପ୍ରାପ୍ତ ହୋଇଛି । ଖବର ଅନୁଯାୟୀ, କୋରାପୁଟ ବଲିଙ୍ଗପୁରମ ନିକଟରେ ରେଳ ରୁଟ୍‌ରେ ଘଟିଛି ଅଘଟଣ।

Leave a Reply

Your email address will not be published. Required fields are marked *