କୋଟିଏ ଟଙ୍କା ଲୁଟ ସୁନା ଓ ରୂପା ଅଳଙ୍କାର ଜବତ, ଦୁଇ ଗିରଫ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଏକ କୋଟି ଟଙ୍କାର ସୁନା ଓ ରୂପା ଗହଣା ଚୋରି ଘଟଣାର ପର୍ଦାଫାଶ , ଦୁଇ ଅଭିଯୁକ୍ତ ଗିରିଫ । ଗଜପତି ଜିଲ୍ଲା ମୋହନା ମୁଖ୍ୟ ବଜାର ଶ୍ରୀହରି ଜୁଏଲର୍ସରୁ ଗତ ସେପ୍ଟେମ୍ବର ମାସ ୨୫ ତାରିଖ ରାତିରେ ଦୁଇ ଅଜଣା ଲୁଟେରା ବାଇକରେ ଆସି ସୁନା ରୁପା ସହ ୭୦ ହଜାର ଟଙ୍କା ଲୁଟି ନେଇଥିଲେ । ଘଟଣାର ଏକ ମାସ ପରେ ପୁଲିସ ସଫଳତା ମିଳିଛି । ଚୋରି ଅଳଙ୍କାର ମଧ୍ୟରୁ ୩୦ କେଜି ରୂପା, ୪୦୦ ଗ୍ରାମ ସୁନା ଅଳଙ୍କର ସହ ୪୦ ହଜାର ଟଙ୍କା ଜବତ କରିଛି ପୁଲିସ । ଗିରଫ ଅଭିଯୁମାନଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲା ଆସିକା ଓ ଅନ୍ୟ ଜଣେ ସୋନପୁର ଜିଲ୍ଲା । ଏହାର ପଛରେ ଏକ ବଡ ଚୋରି ରାକେଟ କାମ କରୁଛି ଏବଂ ଅତିଶିଘ୍ର ଘଟଣାରେ ସମ୍ପୂକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଗଜପତି ଏସପି ଜିତେନ୍ଦ୍ର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ।
Related Posts

ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଚାଷୀ ସମାଜର ବୃହତ୍ତର ସ୍ବାର୍ଥ ସମ୍ବଳିତ ଏମ୍ ଏସ୍ ପି ଗ୍ୟାରେଣ୍ଟି କାନୁନ ଲାଗୁ, ଋଣଛାଡ଼, ପେନସନ ବ୍ୟବସ୍ଥା , ସ୍ମାର୍ଟ ମିଟର ପ୍ରତ୍ୟାହାର, କମ୍ପାନୀ କରଣ ବନ୍ଦ ଆଦି ୧୨ଦଫା ଦାବି ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
ବରଗଡ ୨୬,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ଠାରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଭେଡେନ ବ୍ଲକ କୃଷକ ସଙ୍ଗଠନ ନେତୃତ୍ୱରେ ସ୍ଥାନୀୟ ତହସିଲଦାରଙ୍କ…

ମାଁ ପାନ୍ଥେଇ ଚେରିଟେବୁଲ ଟ୍ରଷ୍ଟ ଓ ମାର୍କେଟିଂ ଗ୍ରୁପ ପକ୍ଷରୁ ସ୍ଵର୍ଗତ ଅଶ୍ଵିନୀ ପ୍ରଧାନ ଶ୍ରୁତି ଉଦ୍ଦେଶ୍ଯ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ବରଗଡ ୨୭,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ କୁଲତା ଟୁକରା ଠାରେ ମାଁ ପାନ୍ଥେଇ ଚେରିଟେବୁଲ ଟ୍ରଷ୍ଟ ଓ ମାର୍କେଟିଂ ଗ୍ରୁପ ପକ୍ଷରୁ ସ୍ଵର୍ଗତ…

ଲାଞ୍ଚ ମାମଲାରେ ବହିଷ୍କୃତ ହେଲେ ବରିଷ୍ଠ ଆକାଉଣ୍ଟାଣ୍ଟ
ଲାଞ୍ଚ ମାମଲାରେ ବହିଷ୍କୃତ ହେଲେ ବରିଷ୍ଠ ଆକାଉଣ୍ଟାଣ୍ଟ ଗଜପତି -୨୦/୫/୨୦୨୪):ଗଜପତି ଜିଲ୍ଲା କାଶୀନଗର ବ୍ଲକ କାର୍ଯ୍ୟାଳୟ ଶିକ୍ଷା ବିଭାଗର ତତତ୍କାଳୀନ କନିଷ୍ଠ ଆକାଉଣ୍ଟାଣ୍ଟ ତଥା ବର୍ତ୍ତମାନ ଜିଲ୍ଲା…