କେ ସୀତାପୁର ଗ୍ରାମରେ ବେଆଇନ ବାଣ ବିକ୍ରୀ ଅଭିଯୋଗରେ ୨ ଗିରଫ ଗଜପତି:୨୬/୧୦(ମନୋଜ ପାଢୀ)ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସୀତାପୁର ଗ୍ରାମରେ ବିପୁଳ ପରିମାଣରେ ବେଆଇନ ବାଣ ବିକ୍ରୀ ହେଉଥିବା ନେଇ ଅଭିଯୋଗ ହେବା ପରେ କଡାକଡି ଯାଞ୍ଚ କରିଛି କାଶୀନଗର ପୁଲିସ। ଉକ୍ତ ଗ୍ରାମରେ କିଛି ବ୍ୟକ୍ତି ବେଆଇନ ବାଣ ଆଣି ଗ୍ରାମର କିଛି ଗୋଦାମରେ ରଖିଥିବା ନେଇ ସୂଚନା ରହିଥିବା ବେଳେ ମଙ୍ଗଳବାର କାଶୀନଗର ପୁଲିସ ଯାଞ୍ଚ କରି ବହୁ ମୂଲ୍ୟର ବାଣ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରି ଷ୍ଟେସନ ଜୀମାରେ ଛଡାଯାଇଥିବା ଥାନା ଅଧିକାରୀ ସୁନୀଲ ବେହେରା ସୂଚନା ଦେଇଛନ୍ତି। ପୁଣି ସ୍ଥାନୀୟ ଲୋକଙ୍କ ଅଭିଯୋଗ କରିଛନ୍ତି ଉକ୍ତ ଗ୍ରାମରେ ୧୦ରୁ ଉର୍ଦ୍ଧ ଲୋକେ ବେଆଇନ ବାଣ ଆଣି ବିଭିନ୍ନ ଗୋଦାମରେ ରଖିଥିବା ଜଣାଇଛନ୍ତି। ହେଲେ ଗ୍ରାମରେ ଉକ୍ତ ବାଣ ଦ୍ଵାରା କୌଣସି ଅଘଟଣ ଘଟିଲେ କିଏ ଦାୟୀ ହେବେ ବୋଲି ପ୍ରଶ୍ନ ଉଠିଛି। ବେଆଇନ ବାଣ ବିକ୍ରୀକାରିଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି ହୋଇଛି। ଅନ୍ୟ ଯାଗାରେ ମଧ୍ୟ ଚଢ଼ାଉ କରାଯାଉ ବୋଲି ସାଧାରଣରେ ଦାବୀ ହୋଇଛି ।
Related Posts

ରାୟଗଡରେ ଇ -ଅଫିସ ଶୁଭାରମ୍ଭ କଲେ ମାନ୍ୟବର ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ l
ରାୟଗଡରେ ଇ -ଅଫିସ ଶୁଭାରମ୍ଭ କଲେ ମାନ୍ୟବର ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ l ରାୟଗଡ:-ତା. ୨୭/୦୧ – ରାୟଗଡାରେ ଇ -ଅଫିସ ଶୁଭlରମ୍ଭ କରିଛନ୍ତି…

ପଞ୍ଚାୟତ ହାଇସ୍କୁଲ୍, ସାଲନା (ଖୁଣ୍ଟୁଲିପାଲି )୧୯୯୫ ମ୍ୟାଟ୍ରିକ୍ ବ୍ୟାଚ୍ ର ବନ୍ଧୁମିଳନ ହୋଇଯାଇଛି।
ପଞ୍ଚାୟତ ହାଇସ୍କୁଲ୍, ସାଲନା (ଖୁଣ୍ଟୁଲିପାଲି )୧୯୯୫ ମ୍ୟାଟ୍ରିକ୍ ବ୍ୟାଚ୍ ର ବନ୍ଧୁମିଳନ ହୋଇଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ପଂଚାୟତ ଉଚ୍ଚ…

ଅଚେତ୍ ଅବସ୍ଥାରେ ଉଦ୍ଧାର ମହିଳା ଙ୍କ ମୃତ୍ୟୁ ଘୋଷଣା।
ଅଚେତ୍ ଅବସ୍ଥାରେ ଉଦ୍ଧାର ମହିଳା ଙ୍କ ମୃତ୍ୟୁ ଘୋଷଣା। ଗଞ୍ଜାମ:ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ କମାପଲ୍ଲୀ ଅଞ୍ଚଳର ଏକ ଭଡାଘରେ ରହୁଥିବା ମହିଳା ଛାତ ଉପରେ ଅଚେତ୍…