କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟର ଛାତ୍ର ରାଜ୍ୟ ସ୍ତ୍ରରକୁ ମନୋନୀତ ଆର, ଉଦୟଗିରି(ମନୋଜ ପାଢୀ/ ୮/୧୧/୨୪ ଗଜପତି ଜିଲ୍ଲାର ପାରଳାଖମୁଣ୍ଡି ସ୍ଥିତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024 ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରରେ ଜିଲ୍ଲାର ସାତଟି ବ୍ଲକରୁ ଛାତ୍ର ଛାତ୍ରୀ ମାନେ ନାଚ ଗୀତ ଆଦି ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ଏହି ଉତ୍ସବରେ ରା. ଉଦୟଗିରି ବ୍ଲକ୍ ସ୍ଥିତ କେ. ଏମ. ଭାଲିଆସହି ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଶ୍ରୀ ଭେଙ୍କଟେଶ୍ୱର ନାୟକ ମଧ୍ୟାହ୍ନ ଭୋଜନ କାର୍ଯକ୍ରମର ଚିତ୍ର କଳlରେ ଅଂଶ ଗ୍ରହଣ କରିଥିଲେ । ଫଳତଃ ଏହି ପ୍ରତିଯୋଗୀତାରେ ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି । ତତ୍ ସହିତ ଉକ୍ତ ବିଦ୍ୟାଳୟରୁ ସପ୍ତମ ଶ୍ରଣୀର ଛାତ୍ରୀ ସୁଭସ୍ମିତl କାର୍ଯୀ କନିଷ୍ଠ ବିଭାଗର ବକ୍ତୃତା ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀତାରେ ଜିଲ୍ଲା ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟର ସୁନlମକୁ ବହୁଗୁଣିତ କରାଇଛନ୍ତି । ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଅଶେଷ ସାଧୁବାଦ ଜ୍ଞାପନ କରିଛନ୍ତି।
Related Posts

ପ୍ରଧାନଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗଜପତି ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ
ପ୍ରଧାନଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗଜପତି ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ ଆର,ଉଦ଼ଗିରି (): ଗଜପତି ଜିଲ୍ଲାର ରାୟଗଡ଼ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର…

ଫେବୃଆରୀ ୧୭ରେ ଓଡ଼ିଶା ବିଧାନସଭାରେ ଉପସ୍ଥାପନ ହେବ ବଜେଟ୍
ଫେବୃଆରୀ ୧୭ରେ ଓଡ଼ିଶା ବିଧାନସଭାରେ ଉପସ୍ଥାପନ ହେବ ବଜେଟ୍ ଭୁବନେଶ୍ଵର: ଫେବ୍ରୁଆରୀ ୧୩ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭା।ଫେବ୍ରୁଆରୀ ୧୭ ତାରିଖରେ ବଜେଟ୍ ଉପସ୍ଥାପନ ହେବ।ରାଜ୍ୟପାଳଙ୍କ…

ବସନ୍ତ ପଞ୍ଚମୀ ଅବସରରେ ଗାୟତ୍ରୀ ଶକ୍ତି ପୀଠ ଫୁଲବାଣୀ ଠାରେ ବାର୍ଷିକ ଉତ୍ସବ ପାଳନ
ବସନ୍ତ ପଞ୍ଚମୀ ଅବସରରେ ଗାୟତ୍ରୀ ଶକ୍ତି ପୀଠ ଫୁଲବାଣୀ ଠାରେ ବାର୍ଷିକ ଉତ୍ସବ ପାଳନ…. କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ଫୁଲବାଣୀ ସ୍ଥିତ ଗାୟତ୍ରୀ ଶକ୍ତି…