କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ । ଆର, ଉଦୟଗିରି(ମନୋଜ କୁମାର ପାଢୀ/୩/୭/ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟଠାରେ 75ତମ ବନମହୋତ୍ସବ ପାଳନ ହୋଇଯାଇଛି l ଉକ୍ତ ଅବସରରେ ଛେଳିଗଡ ବନପlଳ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଗୌଡ଼, ବନରକ୍ଷୀ ଶ୍ରୀଯୁକ୍ତ ପାଲାକl ସହଦେବଙ୍କ ସହଯୋଗ ଏବଂ ବିଦ୍ୟାଳୟର ଜୁନିଅର ରେଡକ୍ରସର ଛାତ୍ର ଛାତ୍ରୀ, କାଉଁସିଲର ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ, ଶିକ୍ଷକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ଦଣ୍ଡସେନାଙ୍କ ସହଯୋଗ ତଥା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ପ୍ରରୋଚନା କ୍ରମେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l ଏଣୁ ଏହି ଅବସରରେ ବିଦ୍ୟାଳୟ ପରିସର ଏବଂ ଛାତ୍ରୀ ନିବାସ ପରିସର ମଧ୍ୟରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଛି l ବୃକ୍ଷ ହିଁ ଜୀବନ l ବୃକ୍ଷ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ ଆଦି ବିଷୟରେ ପ୍ରଧାନ ଶିକ୍ଷକ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ସେମାନଙ୍କ ମନରେ ବୃକ୍ଷ ରୋପଣର ଆଗ୍ରହ ସୃଷ୍ଟି କରାଇଥିଲେ l ପରିଶେଷରେ ସ୍ଲୋଗାନ ମାଧ୍ୟମରେ ଜନସଚେତନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶ୍ରୀଯୁକ୍ତ ତାରିଣୀ ଚରଣ ମଣ୍ଡଳ, ଶ୍ରୀଯୁକ୍ତ ସନ୍ତୋଷ ନାଇକ,ମନୋଜ ମଣ୍ଡଳ,ଶ୍ରୀମତୀ ସୁଷମା ବlଣୁଆରାୟୀ ଏବଂ ଶ୍ରୀମତୀ ମମତା ବେହର୍ଦଳାଇ ନିଜ ହାତରେ ବୃକ୍ଷ ରୋପଣ କରି ନିଜକୁ ଭାଗ୍ୟବlନ ମନେକରିଵା ସହିତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ l
Related Posts

ସ୍ବର୍ଗତ ବାଲୁଙ୍କେଶ୍ୱର ମିଶ୍ର ସ୍ମୃତି ସମ୍ମାନ ରେ ସମ୍ବର୍ଦ୍ଧିତ ହେଲା ନିଷ୍ଠା ପରିବାର
ସ୍ବର୍ଗତ ବାଲୁଙ୍କେଶ୍ୱର ମିଶ୍ର ସ୍ମୃତି ସମ୍ମାନ ରେ ସମ୍ବର୍ଦ୍ଧିତ ହେଲା ନିଷ୍ଠା ପରିବାର ବରଗଡ ୩୦,୧୧(ଭବାନୀ ଶଙ୍କର ପାଢ଼ୀ) ଗାନ୍ଧୀ ସ୍ମୃତି ପାଠାଗାର ବରଗଡ଼ ଦ୍ଵାରା ଆୟୋଜିତ…

ହାତଧୁଆ ସଚେତନା ଓ ସ୍ଵାସ୍ଥ୍ୟ ଶିବିର
*ହାତଧୁଆ ସଚେତନା ଓ ସ୍ଵାସ୍ଥ୍ୟ ଶିବିର* ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ହାତଧୁଆ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ…

ସୁନା ଚେନ ଲୁଟ ଅଭିଯୋଗ ରେ ଦୁଇ ଯୁବକ ଗିରଫ।
ସୁନା ଚେନ ଲୁଟ ଅଭିଯୋଗ ରେ ଦୁଇ ଯୁବକ ଗିରଫ। ଗୋଳନ୍ଥରା ଥାନା ପୋଲିସ୍ ସୁନା ଚେନ ଲୁଟ ଅଭିଯୋଗ ରେ ରଞ୍ଜନ ସାହୁ ଓ ମୁରଲୀ…