କେ. ଏମ. ଭାଲିଆସାହିରେ ସାହିତ୍ୟ ସୃଜନୀ

କେ. ଏମ. ଭାଲିଆସାହିରେ ସାହିତ୍ୟ ସୃଜନୀ

ଆର,ଉଦୟଗିରି(ମନୋଜ କୁମାର ପାଢୀ/୨୯/୬

ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ତା 27 ରିଖ ଠାରୁ 29 ରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପି ବ୍ଲକ ସ୍ତରୀୟ ସାହିତ୍ୟ ସୃଜନୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଓଡ଼ିଆ ଭାଷାର ଉନ୍ନତି ତଥା ବିକାଶକୁ ଲକ୍ଷ୍ୟରେ ରଖି ଓଡିଶା ସରକାର ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ ଆପଣେଇଛନ୍ତି l ମାତୃଭାଷାର ବିକାଶ ହେଲେ ଦେଶ ଓ ଜାତିର ଉନ୍ନତି ହେବା ସଙ୍ଗେ ସଙ୍ଗେ ଛାତ୍ର ଛାତ୍ରୀ ମାନଙ୍କର ବୌଦ୍ଧିକ ଶକ୍ତିର ବିକାଶ ଘଟିବ l ଏଣୁ ଉକ୍ତ ଅବସରରେ ନୂଆଗଡ ବ୍ଲକ ଏବଂ ଆର.ଉଦୟଗିରି ବ୍ଲକରୁ 35ଜଣ ଶିକ୍ଷକଶିକ୍ଷୟତ୍ରୀ ତାଲିମ ଗ୍ରହଣ କରିଥିଲେ l ଉକ୍ତ ପ୍ରଶିକ୍ଷଣରେ ଆୟୋଜିତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ପ୍ରଦୀପ ପ୍ରଜ୍ବଳନ କରାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଇବା ସହ ମୁଖ୍ୟ ପ୍ରଶିକ୍ଷକ ଭାବେ ଆର.ଉଦୟଗିରି ଉଚ୍ଚ ବିଦ୍ୟାଳୟର ଓଡିଆ ଶିକ୍ଷକ ଶ୍ରୀଯୁକ୍ତ ଆଶିଷ କୁମାର ରାଇକା ଏବଂ କେରେଡାଙ୍ଗ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ଆଶିଷ କୁମାର ମହାପାତ୍ର ଅତି ସୁନ୍ଦର ଭାବରେ ଗୀତ, ନାଚ, ଖେଳ ଏବଂ କଉତୁକିଆ ପ୍ରଶ୍ନ ମାଧ୍ୟମରେ ମନୋରଞ୍ଜନ କରାଇ ପ୍ରଶିକ୍ଷଣକୁ ସଫଳ କରାଇଥିଲେ l ଉକ୍ତ ଶିବିରରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଵା ସହ ସ୍ୱରଚିତ କବିତା ପାଠ, ଗଳ୍ପ ପଠନ ଏବଂ ବିଭିନ୍ନ ଘଟଣାବଳୀକୁ ଅଭିନୟ ମାଧ୍ୟମରେ ପ୍ରଦର୍ଶିତ କରାଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ମଞ୍ଚ ପରିଚାଳନା କରିବା ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *