*କେ.ଏମ୍.ଭାଲିଆସାହି ଉଚ୍ଚ ବିଦ୍ୟାଳୟ ରେ ନିଆରା ଢଙ୍ଗରେ ପାଳନ କରାଗଲା ହିନ୍ଦୀ ଦିବସ* କେ.ଏମ୍.ଭାଲିଆସାହି(ଆରା. ଉଦୟଗିରି): ସରକାରୀ ଉଚ୍ଚ ବିଦ୍ୟାଳୟ, କେ. ଏମ୍. ଭାଲିଆସାହିଠାରେ ହିନ୍ଦୀ ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି I ହିନ୍ଦୀ ଦିବସ ଅବସରରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟତ୍ରୀ ସୁଶ୍ରୀ ରବିନା ଦାସଙ୍କ ତତ୍ବାବଧାନ ଏବଂ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ସଭାପତିତ୍ବରେ ଏକ ବୈଠକ ଆୟୋଜନ କରାଯାଇଥିଲା I କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ମହାପ୍ରଭୁ ଜଗନ୍ନାଥ ଙ୍କ ବିଗ୍ରହ ରେ ପୁଷ୍ପ ମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା ଏବଂ ଏହି ବିଦ୍ୟାଳୟ ର ଦଶମ ଶ୍ରେଣୀ ର ଛାତ୍ର ଶୁଭପ୍ରଦ ଶିଅଳ ଜଗନ୍ନାଥଅଷ୍ଟକମ୍ ମନ୍ତ୍ର ପାଠ କରିଥିଲେ ଏଥି ସହ ଛେଳିଗଡ଼ ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ବଦ୍ରିନାଥ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସଭାର ଉତ୍ସାହକୁ ଦ୍ବିଗୁଣିତ କରାଇଥିଲେ ଏବଂ ମୁଖ୍ୟ ବକ୍ତା ଭାବେ ଉକ୍ତ ବିଦ୍ୟାଳୟ ର ଟି.ଜି.ଟି କଳା ଶିକ୍ଷକ ଶ୍ରୀଯୁକ୍ତ ଯୁଧିଷ୍ଠିର ପାଇକ ଅତି ସୁନ୍ଦର ଭାବେ ନିଜର ବକ୍ତବ୍ୟ ରଖିଥିଲେ ଏବଂ ଭାରତର ସ୍ବର୍ଣ୍ଣିମ ଇତିହାସରେ ହିନ୍ଦୀ ଭାଷାର ର ଭୂମିକା ଏବଂ ବର୍ତମାନ ଯୁଗରେ ଏହାର ପ୍ରଭାବ ଏହି ସଭାର ମୁଖ୍ୟ ବିଷୟବସ୍ତୁ ଥୂଲା I ଉକ୍ତ କାର୍ଯ୍ୟକ୍ରମ କ୍ରମରେ ଛାତ୍ରଛାତ୍ରୀମାନେ ଭାଷଣ ଓ ସଂଗୀତ ମାଧ୍ୟମରେ ହିନ୍ଦୀ ଭାଷା ପ୍ରତି ଥିବା ସେମାନଙ୍କ ରୁଚି ଓ ଆଗ୍ରହକୁ ସଭା ସଦଗଣ ଆଗରେ ଅବଗତ କରାଇଥିଲେ I ଏଥି ସହ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ଯ ହିନ୍ଦୀ ଭାଷା ର ମହତ୍ବକୁ ନିଖୁଣ ଭାବେ ପ୍ରତିପାଦନ କରିଥିଲେ I ହିନ୍ଦୀ ଦିବସ ଉପଲକ୍ଷେ ହୋଇଥିବା ଏହି ଭାଷାର ପ୍ରାଚୁର୍ଯ୍ୟ ଓ ରାଷ୍ଟ୍ର ଭାଷା ର ମହତ୍ୱ କୁ ପ୍ରତି ପାଦନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇଥିଲା, ଉକ୍ତ ବୈଠକରେ ଅଂଶଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଛୋଟିଆ କେକ୍ କାଟିବା ର ଆୟୋଜନ ମଧ୍ୟ କରାଯାଇଥିଲା ଏବଂ ସମସ୍ତ ଙ୍କୁ ଚକଲେଟ ଏବଂ ମିଠା ବଣ୍ଟନ କରାଯାଇ ପରିଶେଷରେ ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିବା ସମସ୍ତ ସହକର୍ମୀ ଛାତ୍ର ଛାତ୍ରୀ ମାନଙ୍କୁ ଉକ୍ତ ବିଦ୍ୟାଳୟ ର ଟି.ଜି.ଟି ଆର୍ଟ୍ସ ଶିକ୍ଷୟତ୍ରୀ ସୁଶ୍ରୀ ସଙ୍ଗୀତା କୁମାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କାର୍ଯ୍ୟକ୍ରମ ର ଶେଷରେ ପ୍ରଧାନ ଶିକ୍ଷକ ଙ୍କ ଦ୍ଵାରା ଉକ୍ତ ସଭା ଟିକୁ ପରିସମାପ୍ତି କରାଯାଇଥିଲା I
Related Posts

ଅନ୍ତର୍ବା ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ …
ଅନ୍ତର୍ବା ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ … ଆର, ଉଦୟଗିରି(ମନୋଜ କୁମାର ପାଢୀ/୨୩/୯/୨୪ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅନ୍ତର୍ବା ଠାରେ ଜିଲ୍ଲାପାଳ ବିଜୟ…

ମାକ୍ସପିକଅପ ଓଲଟି ଜଣେ ମୃତ୍ୟୁ.30 ରୁ ଉର୍ଦ୍ଧ ଲୋକ ଗୁରୁତର
ମାକ୍ସପିକଅପ ଓଲଟି ଜଣେ ମୃତ୍ୟୁ.30 ରୁ ଉର୍ଦ୍ଧ ଲୋକ ଗୁରୁତର ଆର,ଉଦୟଗିରି(ମନୋଜ କୁମାର ପାଢୀ/ 11/12/2024ଆଙ୍କର – ସୁଧ ଘରକୁ ଯିବା ହେଲା କାଳ, ଆଜି ସକାଳେ…

ପୁରୀ ବ୍ଲୁ ଫ୍ଲାଗ ବିଚ୍ରେ ନୌସେନା ଦିବସ ପାଳିତ
ପୁରୀ ବ୍ଲୁ ଫ୍ଲାଗ ବିଚ୍ରେ ନୌସେନା ଦିବସ ପାଳିତ ପୁରୀ: ପୁରୀ ବ୍ଲୁ ଫ୍ଲାଗ ବିଚ୍ରେ ପାଳନ ହେଲା ନୌସେନା ଦିବସ।କାର୍ଯ୍ୟକ୍ରମରେ ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ରାଷ୍ଟ୍ରପତିଙ୍କୁ…