ଗତ ୨୩ ତାରିଖ ଦିନ କେରିସ ଗ୍ରୁପ୍ ଦ୍ଵାରା ସ୍ଥାନୀୟ ହୋଟେଲ ଆଲିଶାନ ଠାରେ ଏକ ଭବ୍ୟ ଓ ରଙ୍ଗା ରଙ୍ଗ ଉତ୍ସବ ମାଧ୍ୟମ ରେ ମିଷ୍ଟର୍ ଓ ମିସ ଅବିଭକ୍ତ କୋରାପୁଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
କେରିସ ର ମୁଖ୍ୟ ସୁଶ୍ରୀ ସୁମନ ଖିଲଙ୍କର ଉଦ୍ୟମ ରେ ଦୀର୍ଘ୍ ୨ମାସ ରୁ ଉର୍ଦ୍ଧ୍ ଅଭିବକ୍ତ କୋରାପୁଟର ଅଲଗା ଅଲଗା ସ୍ଥାନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୨୦ ଜଣ ପ୍ରତିଯୋଗୀ ମାନେ ଫାଇନାଲ କୁ ମନୋନୀତ ହୋଇଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଯପୁର ବିଧ୍ୟାୟକ୍ ଶ୍ରୀ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ଶେଷ ପର୍ଯ୍ୟନ୍ତ ସମସ୍ତଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ। ଆଉ ଅନ୍ୟ ମୁଖ୍ୟ ଅତିଥି ଭାବରେ କୋରାପୁଟ ବିଧ୍ୟାୟକ ଶ୍ରୀ ରଘୁରାମ ମାଛ ଯୋଗ ଦେଇ କାର୍ଯକ୍ରମ ଦେଖିବା ସହ ଶୁଭକାମନା ଜ୍ଞାପନ କରିଥିଲେ। ଅନ୍ୟ ଅତିଥି ଭିତରେ କୋରାପୁଟ SDPO ଶ୍ରାବଣୀ ନାୟକ ତଥା କୋରାପୁଟ କଂଗ୍ରେସ ମହିଳା ସଭାପତି ନଳିନୀ ରଥ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବିଜୟୀ ହୋଇଥିବା ପ୍ରତିଯୋଗୀ ହେଲେ। ମୀଷ୍ଟର ଅବିଭକ୍ତ କୋରାପୁଟ ଭାବେ ଶିବ ପ୍ରାସାଦ ମହାପାତ୍ର ,ପ୍ରଥମ ରନର ଅପ୍ ଅଭିନାଶ ରଥ, ଦ୍ଵିତୀୟ ରନର ଅପ୍ କ୍ରୀଷ୍ଣା ପୂଜାରୀ। ମିସ ଅବିଭକ୍ତ କୋରାପୁଟ ଭାବରେ ଶିଳ୍ପା ବିଶ୍ୱାସ,ପ୍ରଥମ ରନର ଅପ୍ ଭାବରେ କସ୍ତ୍ରୁବା ପଣ୍ଡା ଦ୍ବିତୀୟ ରନର ଅପ୍ ଭାବରେ ଅନୁସା ସାହୁ ବିଜୟୀ ହୋଇଛନ୍ତି।ମିସ ଟିନ୍ ବିଭାଗ ଅନୁଶ୍ରୀ ସର୍ବନ୍ତି ବୈରାଗୀ, ପ୍ରୀୟନୀ ପ୍ରୀତି ପଟ୍ଟନାୟକ ପ୍ରଥମ ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି। ସେହିପରି ପ୍ରିନ୍ସସେସ ବିଭାଗରେ ସୋନକ୍ଷି ମହାପାତ୍ର, ଶୁଭଶ୍ରୀ ପାତ୍ର ତମ୍ନନା ତ୍ରିପାଠୀ ପ୍ରଥମ ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି। ତିଆରା ବିଭାଗ ସିବଂଶିକା ବେହେରା ସମୀକ୍ଷା ଦାସ, ଆହାନା ବେହେରାପ୍ରଥମ ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି। ଛୋଟ ଶିଶୁ ବିଭଗ୍ରେପୁରବ,ରୀୟଂଶ ସିଭାଂଶ ପ୍ରଥମ ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି।। ସ୍ଥାନ ସହ ଅନ୍ୟାନ୍ୟ ସୁବିଧା ପ୍ରଦାନସହ କାର୍ଯ୍ୟକ୍ରମର ପରିଚାଳନା କରିବା ପାଇଁ ହୋଟେଲ୍ ଅଲିସାନ ମୁଖ୍ୟ ଶ୍ରୀ ନିରଞ୍ଜନ ସାମନ୍ତରାୟ ସମସ୍ତ ସହଯୋଗ କରିଛନ୍ତି। କାର୍ଯକ୍ରମ ରେ ଜୁରି ଭାବରେ ଆଦର୍ଶ ମାଝୀ, ସାନ୍ତ୍ଵନା ବି ସିମ୍ରନ୍, ସୌମ୍ୟ ବୈରାଗୀ, ଅରୁଣିମା ଗୌଡ ଓ କେ ଆର ସନ୍ତୋସିନି, ତଥା ଡିଜାଇନର ଭାବରେ ସେଲେନା ଓ ସ୍ୱାତି ଯୋଗ ଦେଇଥଲେ। ମାହି ଏହି କାର୍ଯକ୍ରମ କୁ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଫ୍ୟାସନ ଭିଲ୍ଲା ଅନୁକାଲ୍ୟ ରେ ମୁଖ୍ୟପ୍ରଯୋଜକ ଭାବରେ ଗୋ କ୍ୟାମ୍ପଫାଏ,ହୋଟେଲ ଆଲିସାନ, ଆଫ୍ଟାବ ପ୍ୟାରିସ ଟାୱାର,ସ୍ନାପ କ୍ୟୁ,ଆଦି ସହଯୋଗ କରିଥିଲେ। କୋରାପୁଟ ର ପ୍ରତିଟି ପ୍ରତିଭାକୁ ବିଶ୍ବ ଦରବାର ରେ ପହଞ୍ଚାଇବା କେରୀସ ଲକ୍ଷ୍ୟ ବୋଲି ଏହାର ମୁଖ୍ୟ ସୁମନ ଖିଲ ପ୍ରକାଶ କରିଛନ୍ତି।