କେନ୍ଦ୍ର ଓ ରାଜ୍ୟ ବଜେଟ ସମ୍ପର୍କ ରେ ଆଲୋଚନା ଅନୁଷ୍ଠିତ

କେନ୍ଦ୍ର ଓ ରାଜ୍ୟ ବଜେଟ ସମ୍ପର୍କ ରେ ଆଲୋଚନା ଅନୁଷ୍ଠିତ

ରାୟଗଡା : ରାୟଗଡ ଜିଲା ୨୮/୦୨ – ୨୦୨୫-୨୬ ଆର୍ଥିକ ବର୍ଷର ଉଭୟ କେନ୍ଦ୍ର ଓ ରାଜ୍ୟ ବଜେଟ୍ ସଂପର୍କିତ ଏକ ବୁଦ୍ଧିଜୀବି ସମ୍ମିଳନୀ ରାୟଗଡା ବିଜେପି ତରଫରୁ ସ୍ଥାନୀୟ ବିଜୁ ପଟନାୟକ ଅଡୋଟରିୟମ ଠାରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସମ୍ମିଳନୀରେ ଅତିଥି ଭାବେ ମାନ୍ୟବର ଖଣି,ଇସ୍ପାତ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ଯୋଗ ଦେଇଥିବା ବେଳେ ପ୍ରବକ୍ତା ଭାବେ ରାଜ୍ୟ ମିଡିଆ ସଂଯୋଜକ ତେଜେଶ୍ୱର ପରିଡା ଯୋଗ ଦେଇଥିଲେ । ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଜିଲ୍ଲା ବିଜେପି ସଭାପତି ଗୋପି ଆନନ୍ଦ । ବିକଶିତ ଭାରତ, ବିକଶିତ ଓଡିଶାର ବିକାଶ କିପରି ହେବ, ଆସନ୍ତା ୨୦୩୬ ସୁଦ୍ଧା ଓଡିଶା କିପରି ବିକଶିତ ରାଜ୍ୟରେ ପରିଣିତ ହେବ ସେ ନେଇ କେ ନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ସବୁ ଯୋଜନ ମାନ କାର୍ଯ୍ୟକାରୀ କରୁଛନ୍ତି ତାହା ଧାର୍ଯ୍ୟ ସମୟସୀମା ମଧ୍ୟରେ ସାକାର ହେବ ବୋଲି ଶ୍ରୀଆନନ୍ଦ ପ୍ରକାଶ କରିଥିଲେ । ଶିକ୍ଷାବିତ୍ ତଥା ସମାଜସେବୀ ଡଃ ଡି.କେ.ମହାନ୍ତି ଚଳିତ ଉଭୟ କେନ୍ଦ୍ର ଓ ରାଜ୍ୟ ବଜେଟ ଲୋକାଭିମୁଖୀ ବୋଲି କହିବ ସହ ବଜେଟରେ ସବୁ ବର୍ଗକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ପ୍ରକାଶ କରିଥିଲେ । ବିଶେଷ କରି ବଜେଟକୁ ନେଇ କେବେ ଏପରି ଆଲୋଚନା ହୋଇନଥିଲା, ବିଜେପି ଦଳ ବଜେଟ ସଂପର୍କରେ ବୁଦ୍ଧିଜୀବି ସମ୍ମିଳୀନ କରି ଯେଉଁ ମତାମତ ନେଉଛନ୍ତି ତାହା ନିଶ୍ଚିତ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଶ୍ରୀମହାନ୍ତି ପ୍ରକାଶ କରିଥିଲେ । ସମାଜସେବୀ ଅକ୍ଷୟ କୁମାର ସାହୁ ମଧ୍ୟ ବଜେଟକୁ ପ୍ରଶଂସା କରିଥିଲେ । ଚଳିତ ବର୍ଷର ବଜେଟ୍ ଏକ ଯୁଗାନ୍ତକାରୀ ବଜେଟ୍‌। ବିକଶିତ ଓଡିଶା ଗଠନରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ବଳେଟ୍‌ରେ ଯୋଜନାବ୍ୟୟ ଅଟକଳ ଆକାରରେ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ରାବଧାନ ରଖାଯାଇଛି ଯାହା ପୂରା ବଜେଟ୍‌ର ୫୯ ପ୍ରତିଶତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ସମସ୍ତଙ୍କୁ ପକ୍କା ଘର ପ୍ରଦାନ କରିବା ପାଇଁ ଯେଉଁ ସ୍ୱପ୍ନ ଦେଖୁଛନ୍ତି, ଏହି ବଜେଟ୍‌ରେ ତାହ ପୂରଣ କରିବା ପାଇଁ ସ୍ୱତନ୍ତୁ ଧ୍ୟାନ ଦିଆଯାଇଛି ବୋଲି ମାନ୍ୟବର ଖଣି, ଇସ୍ପାତି, ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଢ଼େ ୪ ହଜାର କୋଟି ଓ ମୁଖ୍ୟମନ୍ତ୍ରୀ ଅର୍ଣ୍ଣୋଦୟ ଗୃହ ଯୋଜନାରେ ୨୬୦୦ କୋଟି ବ୍ୟୟବରାଦ ହେବା ଓଡ଼ିଶାର ଗରିବ ଲୋକଙ୍କ ମନରେ ଖୁସି ସଂଚାର କରିଛି। ସମାଜର ତଳ ପାହାଚରେ ଥିବା ଲୋକେ କିପରି ଲାଭାନ୍ୱିତ ହୋଇପାରିବେ, ସେଥିପାଇଁ ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି। ଆମ ସଂକଳ୍ପପତ୍ରରେ ଥିବା ପ୍ରତିଶ୍ରୁତିଗୁଡ଼ିକୁ ପୂରଣକରିବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ, ସେଥିପାଇଁ ବଜେଟ୍‌ରେ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଦକ୍ଷତା ବିକାଶ ଓ ଆୟ ସୃଷ୍ଟିକାରୀ ଯୋଜନା ମାଧ୍ୟମରେ ଅତରିକ୍ତି ନଯୁକ୍ତି ସୁଯୋଗ ସୃଷ୍ଟି କରି ଅନୁସୂଚିତ ଜାତି ସଂପ୍ରଦାୟ ମଧ୍ୟରେ ଦାରିଦ୍ର‌୍ୟ ହ୍ରାସ କରବା ପାଇଁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଅନୁସଚିତ ଜାତି ଅଭ୍ୟୁଦୟ ଯୋଜନା (ପିଏମ୍‌-ଅଜୟ) କାର୍ଯ୍ୟକାରୀ କରାଯିବା ପାଇଁ ବଜେଟ୍‌ରେ ଘୋଷଣା କରାଯାଇଛି । ରାୟଗଡା ଭଳି ଜିଲ୍ଲାର ଅନୁସୂଚିତ ଜାତି ଅଧ୍‌ଯୁଷିତ ଗ୍ରାମଗୁଡିକରେ ପର୍ଯ୍ୟାପ୍ତ ଭିତିଭୂମି ସେବା ସୁନିଶ୍ଚିତ କରି ସାମାଜକି ଓ ଅର୍ଥନୈତିକ ବିକାଶରେ ଉନ୍ନତିଆଣିବା ଏହି ଯୋଜନାର ମୂଳ ଲକ୍ଷ୍ୟ ରଖାଯାଇଛି ।ବିକଶିତ ଓଡ଼ିଶା ତଥା ବିକଶିତ ରାୟଗଡା ଗଢିବା ଆମର ଲକ୍ଷ୍ୟ । ଏହାକୁ ହାସଲ କରିବା ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଏହି ମହତ୍ ଉଦ୍ଦେଶ୍ୟ ହାସଲ କରିବା ପାଇଁ ଆମେ ରାୟଗଡାର ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ ତଥା ସମ୍ବାଦିକ ବନ୍ଧୁମାନଙ୍କର ସହଯୋଗ କାମନା କରୁଛୁ ବୋଲି ମାନ୍ୟବର ଖଣି,ଇସ୍ପାତ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ପ୍ରକାଶ କରିଥିଲେ । ଓଡିଶାର ବଜେଟ ମଧ୍ୟ ଲୋକାଭିମୁଖ ହୋଇଛି ଶ୍ରୀ ଅନ୍ନ ଅଭିର୍ଯାନରେ ସମସ୍ତ ୩୦ଟି ଜିଲ୍ଲାରେ ମୋଟ ୧୦୭୭ ବ୍ଲକକୁ ସଂପ୍ରସାରିତ କରାଯାଇଛି । ଚାଷୀଙ୍କ କ୍ଷେତକୁ ଜଳ ପହଂଚାଇବା ପାଇଁ ୨୦୨୯-୩୦ ସୁଦ୍ଧା ୧୫ ଲକ୍ଷ ହେକ୍ଟର ଅଣଜଳସେଚି ଜମିକୁ ଜଳସେଚନ ଯୋଗାଇ ଦେବା ପାଇଁ ସରକାର ଲକ୍ଷ୍ୟ ରହିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ୨ ଲକ୍ଷ ୭୭ ହଜାର ଜମିକୁ ଜଳ ସେଚନ ଯୋଗଇବାର ଯୋଜନ ରହିଥିବା ବେଳେ ଜଳସଂପଦ ବିଭାଗ ତରଫରୁ ଏଥି ନିମନ୍ତେ ୧୩ ହଜାର ୨ ଶହ ୭୨ କୋଟି ଟଙ୍କାର ବ୍ୟୟ ବରାଦ ରହିଛି । ମତ୍ସ ଓ ପଶୁ ସଂପଦ ବିଭାଗ ତରଫରୁ ମତ୍ସଜୀବି କଲ୍ୟାଣ ଯୋଜନା ପାଇଁ ୨ ଶହ ୩୫ କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଛି । ନିର୍ବାଚନ ସମୟରେ ଦଳ ଯେଉଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶୃତି ଦେଇଥିଲା ତାହା ଆଜି ସଫଳ ହୋଇଛି । ବର୍ତମାନ ସୁଦ୍ଦା ଏହି ଯୋଜନାରେ ୧ କୋଟି ୭ ଲକ୍ଷ ମହିଳା ଉପକୃତ ହୋଇପାରିଛନ୍ତି । ପ୍ରତିବର୍ଷ ଏଥି ଏହି ଯୋଜନାରେ ୧୦ ହଜାର କୋଟି ମୋଟ ୫ ବର୍ଷରେ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବ । ଯାହା ମହିଳା ସଶକ୍ତିକରଣ ଦିଗରେ ଅନନ୍ୟ ଉଦାହରଣ ହେବ ବୋଲି ମାନ୍ୟବର ଖଣି,ଇସ୍ପାତ,ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରକାଶ କରିଥିଲେ । ବୁଦ୍ଧିଜୀବି ସମ୍ମିଳନୀରେ ମଂଚରେ ମଂଚାସୀନ ଥିଲେ ସାଂସଦ ପ୍ରାର୍ଥି କାଳୀରାମ ମାଝି, ବିଧାୟକ ପ୍ରାର୍ଥି ବସନ୍ତ ଉଲ୍ଲାକା, ପୂର୍ବତନ ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ଓବିସି ମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ରାମଚନ୍ଦ୍ର ବେହେରା ମଂଚାସୀନ ଥିଲେ । ଉପସ୍ଥିତ ଥିଲେ ବିଜେପି ନଗର ସଭାପତି ରାଜେଶ ପାଣିଗ୍ରାହି, ୟାଲା ଭେଙ୍କେଟେଶ୍ୱର ରାଓ, ସୁମନ୍ତ ମହାରଣା, ମହିଳା ମୋର୍ଚ୍ଚା ସଭାନେତ୍ରୀ ବୁରୁଡି ଲଷ୍ମୀ, ମଂଜୁଳା ମିଣିୟାକ, ଅଶ୍ୱିନୀ କଂଚଡା, ଶିବାଜୀ ଦାଶ ,ଦେବାଶିଷ ପଣ୍ଡା, ତରୁଣ ଗରଡିଆ ପ୍ରମୁଖଙ୍କ ସହ ବରିଷ୍ଠ ନାଗରିକ ମଙ୍ଗଳ ସଂଘ, ଓକିଲ ସଂଘ, ସିଏ ସଂଘ, ବଣିକ ସଂଘ ପ୍ରମୁଖ ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *