କେନ୍ଦୁପତ୍ର ତୋଳାଳୀଙ୍କୁ ଭାଲୁ ଆକ୍ରମଣ ,ଗୁରୁତ୍ୱର ମହିଳାଙ୍କୁ କ୍ଷତିପୂରଣ ଦାବୀ।

କେନ୍ଦୁପତ୍ର ତୋଳାଳୀଙ୍କୁ ଭାଲୁ ଆକ୍ରମଣ ,ଗୁରୁତ୍ୱର ମହିଳାଙ୍କୁ କ୍ଷତିପୂରଣ ଦାବୀ।

ନୂଆପଡ଼ା (ଓମ୍ ପ୍ରକାଶ ଚୌଧରୀ)ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ପଞ୍ଚାୟତ ଖିପ୍ରିମାଲ ଗ୍ରାମର ଜଣେ ମହିଲା ଙ୍କୁ ଭାଲୁ ଆକ୍ରମଣ କରିଥିବା ବେଲେ ସେ ଗୁରୁତ୍ୱର ଥିବା ଜଣାପଡିଛି।ଗୁରୁତ୍ୱର ମହିଲା ଜଣକ ହେଲେ ଖିପ୍ରିମାଲ ଗ୍ରାମର ଜୈମନି ନିଆଲ (୪୦)।ପ୍ରାପ୍ତଖବର ଅନୁସାରେ ଆଜି ସକାଲ ପାଖାପାଖି ନଅ ଘଣ୍ଟା ସମୟ ବେଲେ ଖିପ୍ରିମାଲ ଗ୍ରାମର କିଛି ମହିଲା ସ୍ଥାନୀୟ ବୈଜେଲପୁର ଲିପଟ ଚୁଏଣ ଜଙ୍ଗଲ କୁ କେନ୍ଦୁପତ୍ର ତୋଲିବାକୁ ଯାଇଥିଲେ। ସେଠାରେ ମହିଲା ମାନେ କେନ୍ଦୁପତ୍ର ତୋଲୁଥିବା ବେଲେ ହଟାତ ଏକ ଭାଲୁ ଜୈମନି ନିଆଲକୁ ଆକ୍ରମଣ କରି ଲହୁଲୁହାଣ କରିଥିଲା। ପରେ ସ୍ଥାନୀୟ ଲୋକେ ଗୁରୁତ୍ୱର ମହିଲା ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ମହିଲା ଜଣକ ଅଧିକ ଗୁରୁତ୍ୱର ଥିବାରୁ ତାଙ୍କ ଅଧିକ ଚିକିତ୍ସା ପାଇଁ ଡାକ୍ତର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଛନ୍ତି। ଗୁରୁତ୍ୱର ମହିଲା ଙ୍କ ପରିବାର କହିଲେ ସ୍ୱାମୀ ଚରଣ ନିଆଲ (୪୫) , ତିନିପୁଅ ଓ ଗୋଟିଏ ଝିଅ ଅଛନ୍ତି।ଏହି ଘଟଣା ପରେ ପରିବାର ଲୋକେ କ୍ଷତିପୂରଣ ପାଇଁ ନିବେଦନ ପ୍ରକାଶ କରିଛନ୍ତି। ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଦୁଷ୍ଟିଦେଇ ସହାୟତା ସହଯୋଗ କରିବାକୁ ସାଧାରଣ ରେ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *