କୃଷ୍ଣ ସାଜିଲେ ଜେ.ଆର୍.ସି. ପିଲା
ଆର,ଉଦୟଗିରି(ମନୋଜ କୁମାର ପାଢୀ/୨୬/୮/୨୦୨୪/ଗଜପତି ଜିଲ୍ଲାର ରା. ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ ଭଳିଆସହି ଉଚ୍ଚ ବିଦ୍ୟାଳୟଠାରେ. ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମ ଚନ୍ଦ୍ର ଦଳବେହେରାଙ୍କ ଅନୁମତି କ୍ରମେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଅତି ଆନନ୍ଦର ସହିତ ପାଳନ ହେଇଯାଇଛି।ଉକ୍ତ ଉତ୍ସବ ରେ ଅବସର ପ୍ରାପ୍ତ ବାନପାଳ ତଥା ବର୍ତ୍ତମାନ ବନ୍ୟ ସୁରକ୍ଷା ସମିତିର ସଦସ୍ୟ ଶ୍ରୀଯୁକ୍ତ ତ୍ରିନାଥ ମାଳରତ୍ନ ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜନ୍ମାଷ୍ଟମୀ ପାଳନର ଉଦ୍ଦେଶ୍ୟ ଏଵଂ ଶ୍ରୀକୃଷ୍ଣଙ୍କ ଜନ୍ମ ର ବୃତ୍ତାନ୍ତ ବିଷୟରେ ପିଲାମାନଙ୍କୁ ଅତି ସୁନ୍ଦର ଭାବରେ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ତତ୍ ସହିତ ଛେଳିଗଡ ଆଦର୍ଶ ବିଦ୍ୟାଳୟର କଳା ବିଭାଗର ଶିକ୍ଷୟତ୍ରୀ ସୁଶ୍ରୀ ରଞ୍ଜିତା ମହାନ୍ତି ସମ୍ମନିତା ଅତିଥି ଭାବେ ଯୋଗ ଦେବା ସହିତ ଶିକ୍ଷକ ସୁଶାନ୍ତ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଉକ୍ତ ଅବସରରେ ବିଦ୍ୟାଳୟରେ ଥିବା ଜେ.ଆର୍.ସି. ସାଂସ୍କୃତିକ ଦଳର ଜୁନିଅରସ ମାନେ ରାଧା , କୃଷ୍ଣ ଏବଂ ସଖୀ ଆଦି ବେଶରେ ନିଜକୁ ସଜାଇ କଳସ ଶୋଭାଯାତ୍ରା ରେ ବାହାରି ନିକଟସ୍ଥ ଉଦ୍ଧବ ବାବାଙ୍କ ଭାଗବତ ପୀଠରେ ଗଙ୍ଗା ଆବହମାନ ଉତ୍ସବରେ ଯୋଗ ଦେଇଥିଲେ। ସେଠାରେ ହରିନାମ ସଙ୍କୀର୍ତ୍ତନ ଓ ଭଜନ ଆଦି କାର୍ଯକ୍ରମରେ ଯୋଗଦେଇ ସମସ୍ତଙ୍କ ମନକୁ ଆକର୍ଷିତ କରାଇଥିଲେ। ଉକ୍ତ ଉତ୍ସବରେ ଜେ.ଆର୍.ସି.ର ସମ୍ବଳ ସାଧନକର୍ମୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଶିଅଳ ସମସ୍ତ କାର୍ଯ୍ୟକୁ ପରିଚାଳିତ କରିଥିଲାବେଳେ ଗ୍ରାମର ଯୁବକ ଘନଶ୍ୟାମ ବେହେରଦଳାଇ ଏବଂ ଭୁବନାନନ୍ଦ ନାୟକ ସହଯୋଗ କରିଥିଲେ ।