କୃଷ୍ଣ ଶାଗର ବହୁ ପୁରାତନ ଜଳାଶୟ ଚାଷ ଜମିକୁ ବର୍ଷସାରା ଜଳସେଚନ ସୁବିଧା ଦେଇପାରୁନାହିଁ

କୃଷ୍ଣ ଶାଗର ବହୁ ପୁରାତନ ଜଳାଶୟ ଚାଷ ଜମିକୁ ବର୍ଷସାରା ଜଳସେଚନ ସୁବିଧା ଦେଇପାରୁନାହିଁ

ଗଜପତି (): ଗଜପତି ଜିଲ୍ଲାର ବହୁ ପୁରାତନ ଏବଂ ୧ ଶହରୁ ଉର୍ଦ୍ଧ ଏକର ଆୟତନ ବିଶିଷ୍ଟ ବୃହତ୍ତମ କୃଷ୍ଣ ଶାଗର ଜଳାଶୟ ଆବଶକ୍ୟ ରକ୍ଷାଣବେକ୍ଷଣ ଓ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉନାହିଁ. ପାରଳା ଗଜପତି ମହାରଜାଙ୍କ ଦ୍ୱାରା କୃଷି କୃଷକର ଉନ୍ନତି ଓ ବର୍ଷସାରା ଚାଷ ଜମିରୁ ବିଭିନ୍ନ ଫସଲକୁ ଚାଷୀମାନେ ବର୍ଷା ଅଭାବ ହେଲେ ମଧ୍ୟ ସୁବିଧାରେ ଫସଲ ଆଦାୟ କରିବା ନେଇ ଏହି ଜଳାଶୟ ଖନନ କରାଯାଇଥିଲା. ଏହି ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଶାଗର ଏବେ କୃଷି ଓ କୃଷକ ଏବଂ ଚାଷ ଜମିକୁ ସେପରି କୌଣସି ଭାବେ ସୁବିଧା କରି ଜମିକୁ ଜଳସେଚନ ସୁଯୋଗ୍ ଦେଇ ପାରୁନାହିଁ. ବର୍ଷସାରା ଏହି ଶାଗରରେ ଜଳ ରାଶି ପୂର୍ଣ୍ଣ ରହି ମରୁଡି ଏବଂ ବର୍ଷା ଅଭାବ ସମୟରେ କ୍ଷେତକୁ ଜଳସେଚନର ସୁବିଧା ଦେଇ ବର୍ଷା ସାରା ଫସଲ ଆଦାୟ ହୋଇପାରିବ ସେନେଇ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି.– କାଶୀନଗର ଅଂଚଳରେ ଚଳିତବର୍ଷ ଭଲ ବର୍ଷା ହୋଇନାହିଁ। ଯଦି ଆସନ୍ତା ୧୫ ଦିନ ଭିତରେ ଆବଶ୍ୟକ ପରିମାଣର ବର୍ଷା ନହୁଏ ତେବେ ଧାନତଳି ପୋଡ଼ିଯିବାର ଆଶଙ୍କା ରହିଛି। ଚାଷୀମାନେ ଏହାକୁ ନେଇ ଚିନ୍ତାରେ ଥିବା ବେଳେ କାଶୀନଗର ଅଂଚଳରେ ଲାଗି ରହିଥିବା ଜଳସେଚନ ସମସ୍ୟା ପ୍ରତି ବିଭିନ୍ନ ମହଲରେ ଆଲୋଚନା ହେଉଛି | କାଶୀନଗର ରଇତ ସଂଘ ଉପସଭାପତି କେ. ସୂରିୟା ରାଓ, ୱାଇ.ଧନଞ୍ଜୟ ଓ ଅନ୍ୟାନ୍ୟ କର୍ମକର୍ତ୍ତା କହିଛନ୍ତି ଯେ, ସଂଘ ସଭାପତି ପ୍ରଶାନ୍ତ ମିଶ୍ରଙ୍କ ନେତୃତ୍ବରେ କାଶୀନଗର ସହର ଠାରୁ ଅଳ୍ପଦୂରରେ ଥିବା ପ୍ରାୟ ଶହେ ଏକର ଆୟତନ ବିଶିଷ୍ଟ କୃଷ୍ଣ ସାଗର ଜଳାଶୟରେ ବର୍ଷସାରା ଯେପରି ପାଣି ଭର୍ତ୍ତି ହୋଇ ରହିବ, ସେ ଦିଗରେ ପଦକ୍ଷେପ ନେବାକୁ ବାରମ୍ବାର ଦାବି କରାଯାଇଛି ବୋଲି ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ପାରଳାଖେମୁଣ୍ଡିରେ ଗଜପତି ମହାରାଜାଙ୍କ ଶାସନ ସମୟରେ ଜଳସେଚନର ସୁବିଧା ପାଇଁ ଏହି କୃଷ୍ଣ ଶାଗର ଜଳାଶୟ ଖନନ କରାଯାଇଥିଲା। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଏହାର ଅନେକାଂଶ ପୋତି ହୋଇଗଲାଣି ପୁନଃଖନନ କରି ଉଠାଜଳସେଚନ ଜରିଆରେ ଯଦି ଏଥିରେ ବର୍ଷସାରା ପାଣି ସଂରକ୍ଷିତ ରଖାଯାଏ, ତେବେ ବହୁ ପରିମାଣରେ ଜଳସେଚନ ସମସ୍ୟାର ସମାଧାନ ହୋଇ ପାରିବ । ଗଜପତି ଜିଲା ରୁ ମନୋଜ କୁମାର ପାଢୀ

Leave a Reply

Your email address will not be published. Required fields are marked *