କୃଷ୍ଣ କୁଲଦୀପଙ୍କର ମାରାଥନ୍ ପ୍ରଚାର

କୃଷ୍ଣ କୁଲଦୀପଙ୍କର ମାରାଥନ୍ ପ୍ରଚାର

କୋରାପୁଟ : ନିର୍ବାଚନ ଯେତେ ପାଖେଇ ଆସୁଚି ନିର୍ବାଚନ ପ୍ରଚାର ର ଉଷ୍ମତା ବୃଦ୍ଧି ପାଇବା ରେ ଲାଗିଛି। କୋରାପୁଟ ବିଧାନ ସଭା ମଣ୍ଡଳୀ ରେ ସବୁ ଦଳ ର ବିଧାୟକ ପ୍ରାର୍ଥୀ ମାନେ ତାଙ୍କର କଳ, ବଳ ଓ କୌଶଳ ଲଗେଇ ଦେଇଚନ୍ତି। ଏଥରେ ବାଦ୍ ପଡି ନାହାନ୍ତି କଂଗେସ ବିଧାୟକ ପ୍ରାର୍ଥୀ ଶ୍ରୀ କୃଷ୍ଣ କୁଲଦୀପ ନିଜର ସମର୍ଥକ ମାନଙ୍କୁ ନେଇ ସେ ସାହି ସାହି ପ୍ରଚାର ରେ ବ୍ୟସ୍ତ। ସକାଳ ୭ରୁ ଆରମ୍ଭ କରି ରାତ୍ରି ୧୨ଟା ଯାଏ ସେ ତାଙ୍କର ପ୍ରଚାର ବ୍ୟସ୍ତ ରଖିଛନ୍ତି। କଂଗ୍ରେସ ର ନିର୍ବାଚନୀ ଇସ୍ତାହାର ଲୋକଙ୍କ ପାଖରେ ପହଞ୍ଚେଇବା ସହିତ ଲୋକଙ୍କର ଦୁଃଖ ଆଉ ଦୁର୍ଦ୍ଦଶା ଶୁଣିବା ସହିତ କ୍ଷମତା ରେ ଆସିଲେ ତାର ନିରାକରଣ ନିମନ୍ତେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ଗତକାଲି ଦିନ ରେ ପ୍ରାୟ ୭ଗୋଟି ସ୍ଥାନ ବୁଲିବା ପରେ ସୁନାବେଡ଼ା ପୌର ପରିଷଦ ରେ ୯ନମ୍ବର ୱାର୍ଡ ଚିକ୍କାପାର ରେ ପ୍ରାୟ ୩୦୦ ଲୋକଙ୍କ ସହ ମିଶିଥିଲେ। ଆଉ ନିର୍ବାଚନ ପାଇଁ ଭୋଟ ପାଇଁ ଅପିଲ କରିଥିଲେ। ସ୍ଥାନୀୟ କାକି ଗାଁ ରେ ଲୋକ ମାନେ ତାଙ୍କୁ ବାଜାରେ ସ୍ବାଗତ କରିଥିଲେ। ତାଙ୍କ ସହିତ ଶ୍ରୀ ଜଗଦୀଶ ଖୋସଲା,ନଗର ସଭାପତି ଶ୍ରୀ ଦିବାନ କୁଲଦୀପ,ସାଂସଦ ପ୍ରତିନିଧି ମହେଶ ଚେଟି,ଦୁସା ବାରିକ , କାଉନସିଲର ଶଙ୍କର ବିଲେଇପାଡିଆ,ସୁରଜ୍ ବାଘ୍ ତଥା ଅନ୍ୟମାନେ ଯୋଗ ଦେଇଥିଲେ।। ଏହା ପରେ ଜାନିଗୁଡ଼ା ଠାରେ ମଧ୍ୟ ସଭା କରି କୃଷ୍ଣ କୁଲଦୀପ ଲୋକଙ୍କୁ ତାଙ୍କୁ କୋରାପୁଟ ରେ ବିଜୟୀ କରିବା ପାଇଁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *