କୃଷି ଓଡ଼ିଶା ରେ ସମ୍ମାନିତ ହେଲେ ପଦ୍ମପୁର ର ଚାଷୀ
ରାୟଗଡା : କୃଷି ବିକାଶକୁ ତ୍ଵରାନିତ୍ଵ କରିବା ସହ ରାଜ୍ୟର କୃଷି ଅର୍ଥନୀତିକୁ ସମୃଦ୍ଧ କରିବାର ଲକ୍ଷ୍ୟ ନେଇ ଜାନୁଆରୀ ୩ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆ ଠାରେ କୃଷି ଓଡ଼ିଶା- ୨୦୨୫ ଆରମ୍ଭ ହୋଇଯାଇଛି ।ମୁଖ୍ୟ ଅତିଥି ରୂପେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଉଦଘାଟନ କରିଥିଲେ।ଏଥି ସହ ଏହି କାର୍ଯ୍ୟକ୍ରମ ରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ,ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା,କୃଷି ଓ କୃଷକ ସଶକ୍ତିକରଣ ବିଭାଗ ର ପ୍ରମୁଖ ସଚିବ ଅରବିନ୍ଦ ପାଢୀ ,କୃଷି ବିଭାଗ ନିର୍ଦ୍ଦେଶକ ପ୍ରେମ୍ ଚାନ୍ଦ ଚୌଧୁରୀ ,ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ପ୍ରମୁଖ ଉପସ୍ଥିତ ରହି କୃଷି ଓଡ଼ିଶା ୨୦୨୫ ର ଆଭିମୁଖ୍ୟ ଓ କୃଷି ଓ କୃଷକ ର ଉନ୍ନତି କିଭଳି ହେବ ସେ ନେଇ ମତ ରଖିଥିଲେ।ଏଥି ସହ ଚାଷ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ସହ ଚାଷୀଙ୍କ ମନୋବଳ ବୃଦ୍ଧି କରିବା ନିମନ୍ତେ, କୃଷି ଏବଂ ଉଦ୍ୟାନକୃଷି କ୍ଷେତ୍ରରେ ସଫଳ ହୋଇଥିବା ଉଦୀୟମାନ ଚାଷୀ ଭାଇଭଉଣୀ ମାନଙ୍କୁ କୃଷି ଓଡ଼ିଶା ୨୦୨୫ ଅବସରରେ ଅର୍ଥ ରାଶି,ମାନପତ୍ର ଓ ଉପଢ଼ୌକନ ଦେଇ କୃତୀ କୃଷକ ସମ୍ମାନ ସମ୍ମାନିତ କରାଯାଇଛି । ଏହି କ୍ରମରେ ରାୟଗଡ଼ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ତରଫରୁ ପଦ୍ମପୁର ସଦର ର ସଫଳ ଛତୁ ଚାଷୀ ଶ୍ରୀଖଣ୍ଡ ମଣ୍ଡନ ସାହୁ ଙ୍କୁ କୃତୀ କୃଷକ ସମ୍ମାନ ରେ ସମ୍ମାନିତ କରାଯାଇଛି।ଶ୍ରୀ ସାହୁ ଙ୍କୁ ଉପଢୌକନ,ମାନପତ୍ର ସହ ଦଶ ହଜାର ଟଙ୍କା ଅର୍ଥ ରାଶି ସହ ଏହି ପୁରସ୍କାର ପ୍ରଦାନ କରାଯାଇଛି।ସୂଚନଯୋଗ୍ୟଯେ ଶ୍ରୀ ସାହୁ ପୂର୍ବରୁ ଏକ ଘରୋଇ ସଂସ୍ଥା ରେ କାର୍ଯ୍ୟ କରୁଥିଲେ ପରେ ଛତୁ ଚାଷ ରେ ମନୋନିବେଶ କରି ଉଦ୍ୟାନ କୃଷି ବିଭାଗ ର ସହାୟତା ରେ ପାଳ ଛତୁ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ସ୍ଥାନୀୟ ଅଞ୍ଚଳ ରେ ଜଣେ ସଫଳ ଛତୁ ଚାଷୀ ରୂପେ ନିଜକୁ ପ୍ରତିପାଦିତ କରିଛନ୍ତି।ଶ୍ରୀ ସାହୁ କହିଛନ୍ତି ଯେ ଛତୁ ଚାଷ ରେ ସଫଳତା ସହ ଆଜି ଏହି ପୁରସ୍କାର ପାଇବା ର ଶ୍ରେୟ ନିଜ ପରିବାର ,ଛତୁ ଫାର୍ମ ରେ କାର୍ଯ୍ୟରତ ସହଯୋଗୀ,ଉଦ୍ୟାନ ବିଭାଗ ର ସହକାରୀ ଉଦ୍ୟାନ କୃଷି ଅଧିକାରୀ ସତ୍ୟବ୍ରତ ସାହୁ ଓ ଅକ୍ଷୟ କୁମାର ପଣ୍ଡା ଙ୍କ ନିରନ୍ତର ସହଯୋଗ ଯୋଗୁଁ ସମ୍ଭବ ହୋଇପାରିଛି ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ