କୃଷକ ଉତ୍ପାଦକ ସଂଘ ର ସମୃଦ୍ଧି ନିମେନ୍ତ ବୈଠକ ହୋଇଥିଲା ।ଆର,ଉଦୟଗିରି- (ମନୋଜ କୁମାର ପାଢୀ)ଗଜପତି ଜ଼ିଲ୍ଲା ରେ ଅବସ୍ଥିତ ବିଭିନ କୃଷକ ଉତ୍ପାଦକ ସଂଘ ର ସମୃଦ୍ଧି କରି କୃଷକ ମାନଙ୍କ ଜ଼ିବିକା ର ମାନ ବୃଦ୍ଧି ଉଦେଶ୍ୟ ରେ ୧୬ ଗୋଟି ଫାର୍ମସ୍ ପ୍ରଡୁସର ଅର୍ଗାନାଇଯେସନ ର ୩୦ ଜଣ ସିଇଓ , ବୋର୍ଡ଼ ସଭ୍ୟ ଙ୍କୁ ନେଇ ରା.ଉଦୟଗିରିସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସର ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼କ୍ଟର ସଂଗ୍ରାମ ପରମଗୁରୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ନାବାର୍ଡ ଡିଡ଼ଏମ ଶ୍ରୀଯୁକ୍ତ ପ୍ରତୀକ ପଣ୍ଡା , କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମ୍ୟାନେଜର , କୃଷି ବିଭାଗ , ଉଦ୍ୟାନ କୃଷି , ପଶୁପାଳନ , ଜଙ୍ଗଲ , ଓଡିଶା ଜୀବିକା ମିଶନ ର ଅଧିକାରୀ ମାନେ ଯୋଗ ଦେଇ କୃଷକ ଉତ୍ପାଦକ ସଂଘ ର ପରିଚାଳନା , କାର୍ଯ୍ୟଶୈଳି,ବଜ଼ାର ଭିତିକ ସମସ୍ୟା ତଥା , ବଜ଼ାରୀକରଣ ବିଷୟରେ ଆଲୋଚନା କରିଥିଲେ I କେନ୍ଦ୍ରର ଉଦ୍ୟାନ ବୈଜ୍ଞାନିକ ଡ଼କ୍ଟର ସୁଶ୍ରୀ ଚୌଧୁରୀ କର୍ମଶାଳା ରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କୃଷକ ମାନଙ୍କ ଦକ୍ଷତା ବୃଦ୍ଧି ର ବିଭିନ ଦିଗ ଗୁଡିକୁ ଉପସ୍ଥାପନା କରିଥିଲେ Iକୃଷକ ଉତ୍ପାଦକ ସଂଘ ର ସିଇଓ ମାନେ ନିଜର ଅଭିଜ୍ଞତା ଓ ସଫଳତା ର ମୂଳ ମନ୍ତ୍ର ପ୍ରଦାନ କରି ଅନ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ I କେନ୍ଦ୍ରର ପାଣିପାଗ ବୈଜ୍ଞାନିକ ଜୟଶଙ୍କର ପ୍ରଧାନ , କଂପୁଟରପ୍ରୋଗ୍ରାମ ର ମନୋଜ କୁମାର ସାହୁ କାର୍ଯ୍ୟକ୍ରମ କୁ ସଂଚାଳନ କରିବା ରେ ସାହାଯ୍ୟ କରିଥିଲେ I ପରିଶେଷରେ ଯନ୍ତ୍ରପାତି ବୈଜ୍ଞାନିକ ଜାନୁଆରୀୟସ କୁଜୁର ଧନ୍ୟବାଦ ଅର୍ପଣ କରିଥିଲେ I
Related Posts

ବରଗଡ ଜିଲ୍ଲା ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ପକ୍ଷରୁ ଖୋଲା ଖୋଲି ଆହ୍ବାନ ଦେଲା
ବରଗଡ- ୪,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ପକ୍ଷରୁ ଖୋଲା ଖୋଲି ଆହ୍ବାନ ଦେଲା, ବରଗଡ଼ ଟାଉନ ଥାନା ଅଧିକାରୀ ଙ୍କୁ…

ଅବ୍ୟବସ୍ଥାରେ ସମାପନ ହେଲା ୨୦୨୪ ଲୋକ ମହୋତ୍ସବ ଚଇତି
ଅବ୍ୟବସ୍ଥାରେ ସମାପନ ହେଲା ୨୦୨୪ ଲୋକ ମହୋତ୍ସବ ଚଇତି——————————ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଚଇତି ମହୋତ୍ସବ ଅବ୍ୟବସ୍ଥା ରେ ଚାଲିଥିବା ଦେଖିବାକୁ ମିଳିଛି। ସୂଚନା ଥାଉକି ବ୍ଳକ…

ପାରମ୍ପରିକ ଲୋକକଳାକାର ମହାସଂଘ, କନ୍ଧମାଳର ଜରୁରୀ କାଳୀନ ବୈଠକ ଅନୁଷ୍ଠିତ
ପାରମ୍ପରିକ ଲୋକକଳାକାର ମହାସଂଘ, କନ୍ଧମାଳର ଜରୁରୀ କାଳୀନ ବୈଠକ ଅନୁଷ୍ଠିତ . କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ପୁରୁଣା ବସ ଷ୍ଟାଣ୍ଡ…