କୁଲିତାଟୁକରା ମାଁ ପୂର୍ଣ୍ଣମାସୀ ମଂଦିର ପ୍ରାଂଗଣ ଠାରେ ଶିଶୁ ଦିବସ ପ୍ରତିଯୋଗିତା ର ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
କୁଲିତାଟୁକରା ମାଁ ପୂର୍ଣ୍ଣମାସୀ ମଂଦିର ପ୍ରାଂଗଣ ଠାରେ ଶିଶୁ ଦିବସ ପ୍ରତିଯୋଗିତା ର ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
ବରଗଡ – ୧୮,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ କୁଲିତାଟୁକରା ମାଁ ପୂର୍ଣ୍ଣମାସୀ ମଂଦିର ପ୍ରାଂଗଣ ଠାରେ ଶିଶୁ ଦିବସ ପ୍ରତିଯୋଗିତା ର ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି। ବରଗତ ଜିଲ୍ଲା ଅତାବିରା ବ୍ଲକ କୁଲିତାଟୁକରା ଠାରେ ଶିଶୁ ଦିବସ ନଭେମ୍ବର ୧୪ତାରିଖ ଦିନ ମାଁ ପନ୍ଥେଇ ଚେରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ଆୟୋଜିତ ପ୍ରତିଯୋଗିତା ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ କୁଲିତାଟୁକରା ଗ୍ରାମ ପଞ୍ଚାୟତ ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ଓ ଏସଏସଜି ମହିଳା ମାନେ ମହାଉତ୍ସାହ ଉପଦ୍ଦିପନା ର ସହ ଅଂଶଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନାଭିଦ ବୁଡେକ ସମ୍ମାନିତ ଅତିଥି ଭାବେ ରୋଟାରୀ ବିଦ୍ୟାଳୟ ଶିକ୍ଷକ ରାଜେନ୍ଦ୍ର ମହାପାତ୍ର ଯୋଗଦେଇ କୃତିତ୍ବ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ।ମାଁ ପନ୍ଥେଇ ଚେରିଟେବୁଲ ଟ୍ରଷ୍ଟ ଉପଦେଷ୍ଟା ବ୍ରଜେନ୍ଦ୍ର ମହାପାତ୍ର ସଭା ପରିଚାଳନା କରି ଥିବାବେଳେ ଟ୍ରଷ୍ଟର ଅଧ୍ୟକ୍ଷ ସନ୍ତୋଷ ସେଠ, ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ। ଏହି ସମୟରେ ଟ୍ରଷ୍ଟର ସଦସ୍ୟ ଜିଜ୍ଞାସୁ ମହାଣା, ଅକୃର ପ୍ରଧାନ, ପରେଶ ମାହାଣା ଓ ଟ୍ରଷ୍ଟର ଅନ୍ୟାନ୍ୟ ସମସ୍ତ କର୍ମକର୍ତ୍ତା ସକ୍ରିୟ ଭାବେ ଅଂଶଗ୍ରହଣ କରି ସହଯୋଗ କରିଥିଲେ। ପରିଶେଷରେ ମାଁ ପନ୍ଥେଇ ଚେରିଟେବୁଲ ଟ୍ରଷ୍ଟ ର ଅଧ୍ୟକ୍ଷ ସନ୍ତୋଷ ସେଠ ସମସ୍ତ କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀ ଧନ୍ୟବାଦ ଅର୍ପଣ କରିଥିଲେ।