କୁର୍ତମଗଡ଼ ଗ୍ରାମବାସିଙ୍କ ପାଇଁ ନାହିଁ ବିଶୁଦ୍ଧ ପାନୀୟ ଜଳ, ପ୍ରଶାସନ ଚିର ନିନ୍ଦ୍ରାରେ….?
କନ୍ଧମାଳ : 27/05 (ରିପୋର୍ଟ :କୁନା ଦିଗାଲ )କନ୍ଧମାଳ ଜିଲ୍ଲା କୁର୍ତମ ଗଡ଼ ଗ୍ରାମରେ ଦୀର୍ଘ ବର୍ଷ ର ପାନୀୟ ଜଳ ପିଇବା ପାଣି ର ସମସ୍ୟା ଆଜିର ଦିନ ରେ ଅଞ୍ଚଳବାସୀ ଙ୍କ ପାଇଁ ଜଳ ସଙ୍କଟ ବଡ଼ିଥିବା ଦେଖିବାକୁ ମିଳିଛି l ରାଜ୍ୟ ଓ କେନ୍ଦ୍ର ସରକାର ପାନୀୟ ଜଳ ପାଇଁ କୋଟି କୋଟି ଟଙ୍କା ବେୟ କରି ଜନସାଧାରଣ ଙ୍କ ଉପକାର ନିମନ୍ତେ ବିଭିନ୍ନ ଉପାୟରେ ସ୍ଵଛ ପାନୀୟ ଜଳ ର ବ୍ୟବସ୍ଥା କରିଥାନ୍ତି l ହେଲେ ଏଠି ସ୍ଵଛ ପାନୀୟ ଜଳ ର ବ୍ୟବସ୍ଥାର ଚିତ୍ର ଓଲଟା l ତୁମୁଡିବନ୍ଧ ବ୍ଲକ, କୁର୍ତମ ଗ୍ରାମ ପଂଚାୟତ ରେ ପ୍ରାୟ ତିନି ଚାରି ବର୍ଷ ପୃର୍ବ ରୁ ସ୍ଵଛ ପାନୀୟ ଜଳ ନିମନ୍ତେ ପଞ୍ଚାନବେ ଲକ୍ଷ ଟଙ୍କା ଅଟକଳ ମୂଲ୍ୟ ବେୟକରି ଜଳ ସୁଧୀକାରଣ ମେସିନ ଅର୍ଥାତ (ଫିଲଟର ) ଦୁଇହଜାର ବାଇଶି ମସିହାରେ କାର୍ଯ୍ୟ ସରିଥିବା ସୂଚନା ଫଳକ ରେ ଲେଖାଅଛି l ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟ କାରିହେଉନି, କି କିଏ ଦାୟିତ୍ୱ ରେ ଅଛନ୍ତି ତାହା ଜଣା ପଡ଼ିନାହିଁ l ବାର ବାର ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରିଥିଲେ ସୁଦ୍ଧା ସମସ୍ୟା ର ସମାଧାନ ହେଉନ ଥିବା ଦେଖିବା କୁ ମିଳିଛି l ଗ୍ରାମ ବାସୀଙ୍କ କହିବା ଅନୁଯାଇ ଏହି ଗ୍ରାମ ରେ ବସୁଧା ଜଳ ପ୍ରକଳ୍ପ ଅନୁମଦିତ ହେଇଚି ହେଲେ ଆଜି ଯାଏଁ କାର୍ଯ୍ୟ ଆରମ୍ଭ ହେଇ ପାରୁନି, ଜାହାରୀ ଫଳରେ ପ୍ରାୟ ବାରସହ ପରିବାର ସ୍ଵଛ ପାନୀୟ ଜଳ ରୁ ବଞ୍ଚିତ ହେଉଥିବା ଦେଖିବା କୁ ମିଳିଛି l ଉପର ପକ୍ଷରେ ବାର ବାର ଘର ମାନଙ୍କ ରେ ପାଇପ ସଂଯଗ ଚାଲୁ ରହିଛି କିନ୍ତୁ ଫିଲଟର, କିମ୍ବା ବସୁଧା ଯୋଜନା କାର୍ଯ୍ୟ କାରି ହେଉନି l ଚଳିତ ବର୍ଷ ଗ୍ରୀଷ୍ମ ରେ ଜନ ସାଧାରଣ ବିଶୁଦ୍ଧ ପାଣି ର ଘର ଅସୁବିଧା ହେଉଥିବା ଦେଖିବା କୁ ମିଳିଛି l ଏହି ସମସ୍ୟା ବିଷୟରେ ବିଭାଗୀୟ ଅଧିଆରୀ ଙ୍କ କିଛି ସୂଚନା ମିଳିପାରିନାହିଁ l ଦେଖିବା କୁ ବାକି ରହିଲା ଖବର ପ୍ରସାରିତ ପରେ ପ୍ରଶାସନ ସମସ୍ୟା ର ସ୍ଥାୟୀ ସମାଧାନ କେବେ କରୁଛନ୍ତି l