କୁମ୍ଭାରଢାମୁଁଣି ପ୍ରାଥମିକ ସେବାଶ୍ରମ ର ଦ୍ୱତୀୟ ବାର୍ଷିକ ଉତ୍ସବ ପାଳିତ ରାୟଗଡା : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କୁମ୍ଭାରଢାମୁଣି ପ୍ରାଥମିକ ସେବାଶ୍ରମ ର ଦ୍ୱତୀୟ ବାର୍ଷିକ ଉତ୍ସବ ସ୍କୁଲର ପ୍ରଧାନ ସେବକ ଶିବଦତ୍ତ ରାଉଳ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଷମକଟକ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ନବୀନ ଖରାଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ଶ୍ରୀଯୁକ୍ତ ଅନଙ୍ଗ ବାଗ, ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ରୂପେ ଶ୍ରୀ ଆକାଶ ହିଆଲ୍,ଶ୍ରୀ ଚକ୍ରପାଣି ରତାନଲୁ ସମାଜସେବୀ ଶ୍ରୀ ପ୍ରସାନ୍ତ କୁମାର ପାଡ଼ୀ, ପରିଚାଳନା କମିଟି ସଭାପତି ଶ୍ରୀ ମୁକେଶ କୁମାର ଜେନା ଉପସ୍ଥିତି ଥିଲେ । ଅତିଥି ମାନଙ୍କ ଦ୍ୱାରା ପ୍ରଥମେ ଭଗବାନ ଜଗନ୍ନାଥ ଙ୍କ ଫୋଟ ଚିତ୍ର ନିକଟରେ ପ୍ରଦୀପ ପ୍ରଜଳନ କରିକାର୍ଯ୍ୟକ୍ରମ ର ଶୁଭଆରମ୍ଭ କରିଥିଲେ l ସ୍କୁଲର ପ୍ରଧାନ ଶିକ୍ଷକ ଶିବ ଦତ୍ତ ରାଉଳ ବାର୍ଷିକ ବିବରଣୀ ପାଠ କରିଥିଲେ ।ମଙ୍ଗଳ ବିଭାଗ ରେ ଓଡିଶା ରେ ଆଶ୍ରମ ସ୍କୁଲ ଅଛି ଯେଉଁଠି ଗୋଟିଏ ଶିକ୍ଷକ ରେ ଚାଲିଛି ସ୍କୁଲ ବୋଲି ନିଜ ନିଜ ବକ୍ତବ୍ୟ ରେ କହିଥିଲେ ଅତିଥି ବୃନ୍ଦ lଏhi କାର୍ଯ୍ୟକ୍ରମ କୁ କପାପଦର ସ୍କୁଲର ଶିକ୍ଷକ ଶ୍ରୀ ସ୍ମୃତି ରଞ୍ଜନ ସାହୁ ମଞ୍ଚ ପରିଚାଳନା କରିବା ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ କୁ ନେଇ ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ବିଦ୍ୟାଳୟର କୃତି ଛାତ୍ରୀ ଛାତ୍ର ଙ୍କୁ କୁ ଅତିଥି ମାନେ ପୁରସ୍କୃତ କରିଥଲେ। ଏହି କାର୍ଯ୍ୟକ୍ରମ କୁ ସୁଚାର ରୂପେ ପରିଚାଳନା ନିମନ୍ତେ ସ୍କୁଲର ଅତିଥି ଶିକ୍ଷୟତ୍ରୀ ନିଲାମ କୁଲେସିକା ଓ ଜସ୍ମିନ ଟାକ୍ରି ସହଯୋଗ କରୁଥିଲେ l ଶେଷରେ ଶିକ୍ଷକ ଶ୍ରୀ ସ୍ମୃତି ରଜନ୍ ସାହୁ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଦେଇ ସଭା ଶେଷ କରିଥିଲେ ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା
କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା***************** ଆର,ଉଦୟଗିରି(୩୦/୯/୨୦୨୪ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ…

ଚଇତି ୨୪ ନିମନ୍ତେ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ।
ଚଇତି ୨୪ ନିମନ୍ତେ କ୍ରୀଡା ପ୍ରତିଯୋଗିତା ଉଦଘାଟିତ । ରାୟଗଡା : ରାୟଗଡା ଜିଲ୍ଳା ଲୋକ ମହୋତ୍ସବ ‘ଚଇତି ଓ ପଲ୍ଳିଶ୍ରୀ ମେଳା-୨୦୨୪’ ପାଳନ ଉପଲେକ୍ଷ ଆଜି…

ମୋହନା ପୋଲିସର ଗ୍ରୀନ ଅପେରସନ ଜାରି
ମୋହନା ପୋଲିସର ଗ୍ରୀନ ଅପେରସନ ଜାରି ଆର,ଉଦୟଗିରି :7/12(ମନୋଜ କୁମାର ପାଢୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଯୁବ ଗ୍ରାମ ପଞ୍ଚାୟତର ପେଙ୍ଗମ ଗ୍ରାମରେ ଥିବା ପାହାଢିଆ…