କୁମ୍ବିଂ ଅପରେସନ ବେଳେ ଏସିଏପ୍ ଟିମ୍ ଅଧିକାରୀ ଙ୍କ ଗାଡ଼ି ଉପରେ ୪ ରାଉଣ୍ଡ ଗୁଳି ମାଡ଼।ହାତୀ ଦାନ୍ତ ମାଫିଆଙ୍କୁ କାବୁ କଲା ବନ ବିଭାଗ।
ଗତ ତିନିଦିନ ଧରି ହାତୀ ଦାନ୍ତ ବେପାର ଚୋରାଚାଲାଣ ହେଉଥିବା ବେଳେ ହାତୀ ଦାନ୍ତ ମାଫିଆଙ୍କୁ କାବୁ କରିଛି ମୁନିଗୁଡା ବନ ବିଭାଗ ଏସିଏପ୍ ଟିମ୍। ଘଟଣା ସ୍ଥଳରୁ ୫ ଜଣ ମାଫିଆଙ୍କୁ କାବୁ କରିବା ପରେ ତଦନ୍ତ ପାଇଁ ବନ ବିଭାଗ ଟିମ୍ ଗାଁରେ ପହଞ୍ଚିବା ବେଳେ ପୁଷ୍ପା ଷ୍ଟାଇଲରେ ଅଧିକାରୀଙ୍କ ଉପରେ ଅତର୍କିତ ଗୁଳିଚାଳନା ହୋଇଥିବା ବେଳେ ନିଜ ଜୀବନ ବଞ୍ଚାଇ ଫେରିଥିଲେ ବନ ବିଭାଗ ଟିମ୍। ସୂଚନା ଅନୁଯାୟୀ ରାୟଗଡ଼ା ଜିଲ୍ଲା ରାୟଗଡ଼ା ବନଖଣ୍ଡ ମୁନିଗୁଡା ରେଞ୍ଜ ମାଲିମୁଣ୍ଡା ଓ ଜାରପା ଗ୍ରାମର କିଛି ମାଫିଆ ହାତୀ ଦାନ୍ତ ବେପାର ପାଇଁ ଛତିଶ ଗଡ଼ ରାଜ୍ୟର ବେପାରୀ ସହିତ ଯୋଗା ଯୋଗ କରିଥିବା ବେଳେ ଛତିଶଗଡ଼ ଓ ମୁନିଗୁଡା ରେଞ୍ଜ୍ ବନ ବିଭାଗ ସହ ଏସିଏଫ ଟିମ ମାଫିଆଙ୍କ ପିଛା କରିବା ସହ ରାୟଗଡ଼ା ଜିଲ୍ଲା ବନ ବିଭାଗକୁ ଖବର ଦେଇଥିଲା। ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ମୁନିଗୁଡା ରେଞ୍ଜର ଙ୍କ ସମେତ ଆମ୍ୱାଦଳା ଓ ମୁନିଗୁଡା ବନ ବିଭାଗ କର୍ମଚାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ହାତୀ ଦାନ୍ତ ବେପାର ବେଳେ ହାତୀ ଦାନ୍ତ ସହ ୫ ଜଣ ମାଫିଆ ମାନଙ୍କୁ କାବୁ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ତେବେ ଏନେଇ ମାଫିଆ ମାନଙ୍କ ସହିତ ଆଉ କିଏ କିଏ ସାମିଲ ଅଛନ୍ତି ସେମାନଙ୍କୁ ଖୋଜିବା ପାଇଁ ବନ ବିଭାଗ ଅଧିକାରୀ ଶିବପଦର ପଞ୍ଚାୟତ ଯାରପା ଗ୍ରାମରେ ପହଞ୍ଚି ତଦନ୍ତ କରିବା ସମୟରେ। କିଛି ଦୁବୃର୍ତ୍ତ ଆକ୍ରମଣ କରିବା ଉଦ୍ଧେଶ୍ୟରେ ଘର ଭିତରକୁ ଦୌଡ଼ି ଯାଇଥିଲେ । ଯାହାଫଳରେ ବନ ବିଭାଗ କର୍ମଚାରୀ ମାନେ ସନ୍ଦେହ କରି ଗାଡି ଭିତରେ ବସି ଯିବାକୁ ଚେଷ୍ଟା କରିବା ସମୟରେ ପୁଷ୍ପା ଷ୍ଟାଇଲରେ ଗାଡି ସମ୍ମୁଖରୁ ୪ ରାଉଣ୍ଡ ଗୁଳି ଚାଳନା ହୋଇଥିବା ଜାଣିବାକୁ ମିଳିଛି। ତେବେ ନିଜ ଜୀବନ ବଞ୍ଚାଇ ବନ ବିଭାଗ କର୍ମଚାରୀ ମାନେ ସେଠାରୁ ଫେରି ଆସିଥିବା ବିଶେଷ ସୂତ୍ରରୁ ଜଣାପଡିଥିବା ବେଳେ ଉକ୍ତ ବିଷୟରେ ଅଧିକାରୀ ମାନଙ୍କ ଠାରୁ କୌଣସି ସୂଚନା ମିଳି ପାରି ନାହିଁ। ଏହି ପୁଷ୍ପା ଷ୍ଟାଇଲ ରେ ଚୋରାଚାଲାଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ଏସିଏପ ଅଧିକାରୀ ସନ୍ଦିପ କୁମାର ପୃଷ୍ଟି ସୂଚନା ଦେଇଛନ୍ତି। ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ