କୁଇ ଆଦିବାସୀଙ୍କ ନିଆରା ସଡ୍ରା ପର୍ବ

ଆଲିଗଣ୍ଡl ରେ ସଡ୍ରା ପର୍ବ

ମୋହନା, (ମନୋଜ କୁମାର ପାଢୀ/୨୭/୬):ଗଜପତି ଜିଲ୍ଲା ମୋହନା ବ୍ଲକ ଆଲିଗଣ୍ଡl ରେ ପାଳିତ ହୋଇଛି ନିଆରା ପର୍ବ ସଡ୍ରl l ଏହା କୁଇ ଆଦିବାସୀଙ୍କ ନିଆରା ପର୍ବ ହୋଇଥିବା ବେଳେ ପ୍ରତି କୁଇ ଆଦିବାସୀ ପାଳନ କରୁଛନ୍ତି l ପ୍ରତିବର୍ଷ ଏହି ମାସରେ ସଡ୍ରl ପର୍ବ ପାଳନ କରିଥାନ୍ତି କୁଇ ଆଦିବାସୀ l ଗଜପତି ଜିଲ୍ଲା ମୋହନା ବ୍ଳକ ରେ ଥିବା ପ୍ରାୟ ସବୁ କୁଇ ଆଦିବାସୀ ଗାଁରେ ପାଳନ କରୁଛନ୍ତି ଏହି ନିଆରା ପର୍ବ l ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି ପର୍ବ ଶୁକ୍ରବାର ଦିନ ଶେଷ ହେବ l ଏହି ସଡ୍ରା ପର୍ବରେ ପ୍ରତିଦିନ ସମ୍ପୂର୍ଣ ସତ୍ଵିକ ଭୋଜନ କରିଥାନ୍ତି l ସମ୍ପୂର୍ଣ ନିଷ୍ଟା ରେ ରହି ନୂଆ ବସ୍ତ୍ର ପରିଧାନ କରି ଆଦିବାସୀ ମାନେ ବହୁ ଉତ୍ସାହ ତଥା ବହୁ ଆଡ଼ମ୍ବର ସହ ଏହି ସଡ୍ରା ପର୍ବ ପାଳନ କରନ୍ତି l ଆଲିଗଣ୍ଡl ଗାଁର ଯୁବକ ମାନେ ଚାଙ୍ଗୁ ବାଦ୍ୟ ବଯାଉଥିବl ବେଳେ ଝିଅ ମାନେ କୁଞ୍ଚ ବସ୍ତ୍ର ପରିଧାନ କରି ହାତରେ ମୟୂର ପିଛ ଧରି ନାଚ କହୁଛନ୍ତି l ଗାଁର ପ୍ରତିଘରେ ନୂଆଁ ଧାନ ପୂଜା କରୁଥିବା ବେଳେ ମହୁଲ ରସ ପୂଜା କରି ପିଉଛନ୍ତି ଗ୍ରାମବାସୀ l ଆଦିବାସୀ ମାନେ କଞ୍ଚା ମୁହୁଲ ଫୁଲରେ ମଦ ତିଆରି କରି ଗ୍ରାମଦେବତି ଓ ମାଟି ଦେବତାଙ୍କୁ ପୂଜା କରିଥାନ୍ତି l ଏହି ପର୍ବରେ ପୂଜା କଲେ ଭଲ ଫସଲ ହୋଇଥାଏ ବୋଲି ଆଦିବାସୀଙ୍କ ବିଶ୍ୱାସ ରହିଛି l ସମସ୍ତଙ୍କୁ ସୁଖରେ, ଶାନ୍ତି, ନିରୋଗ ରଖିବା ସହ ଗାଇ,ବଳଦ କୁ ସୁସ୍ଥ ରଖିବା ପାଇଁ ମାଟି ଦେବତାଙ୍କୁ ପୂଜାର୍ଚନା କରିଥାନ୍ତି l

Leave a Reply

Your email address will not be published. Required fields are marked *