କିଷାନ ମଜ଼ଦୁର ମହାସଂଘ ଓଡିଶା ର କୃଷକ ନେତା ସଚିନ ମହାପାତ୍ର କୃଷି ମନ୍ତ୍ରୀଙ୍କୁ ଭେଟି ଓଡିଶାର ସମସ୍ୟାକୁ ସମାଧାନ ପାଇଁ ଅବଗତ କଲେ…. ଭୁବନେଶ୍ୱର :- ଓଡ଼ିଶାର ବିଭିନ୍ନ କୃଷି ସମସ୍ୟା ନେଇ ନୂଆଦିଲ୍ଲୀ ସ୍ଥିତ କୃଷି ଭବନରେ ଓଡ଼ିଶାର କୃଷକ ନେତା ଶ୍ରୀ ସଚିନ ମହାପାତ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହଙ୍କ ସହ ସାକ୍ଷାତକାର କରି ଓଡିଶା ର ବିଭିନ୍ନ ସମସ୍ୟା କୁ ଅବଗତ କଲେ l ଓଡ଼ିଶାର ମଣ୍ଡି ଆଇନ , ପୋଲାଭରାମ ପ୍ରକଳ୍ପ,କୃଷି କ୍ଷେତ୍ର ପାଇଁ ବିଜୁଳି ସମସ୍ୟା , ଜଳସେଚନ , ଜଳ ନିଷ୍କାସନ , ଆଖୁ ଚାଷୀ ଓ ଚିନିକଳ , କପା ଚାଷୀ ଙ୍କ ସମସ୍ୟା ଭଳି ଅନେକ ଗମ୍ଭୀର ସମସ୍ୟା ଉପରେ ଆଲୋଚନା କରିଥିଲେ l ଏହାସହ ପଞ୍ଜାବ ହରିୟାଣା ସୀମାରେ ଚାଲିଥୁବ କୃଷକ ଆନ୍ଦୋଳିନ ର ସମସ୍ତ ଦାବି ଯଥାର୍ଥ ଏହାର ତୁରନ୍ତ ସମାଧାନ ସହ msp କୁ ଆଇନ ର ଜାମା ପିନ୍ଧେଇଲେ କୃଷକ ମାନଙ୍କ ସମସ୍ୟା ସମାଧାନ ହେଇପାରିବ ବୋଲି କୃଷି ମନ୍ତ୍ରୀ ଙ୍କ ଆଗରେ କଥା ରଖିଥିଲେ l ସର୍ବପରି ଓଡିଶାକୁ କୃଷି ବିଭାଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଏକ କୃଷି କମିଟି ଉଭୟ ରାଜ୍ୟ ଓ କେନ୍ଦ୍ରରେ କରାଯାଇ ମାସକୁ ଥରେ ସରକରଙ୍କ ସହ ଆଲୋଚନା କରାଯାଉ ବୋଲି ପ୍ରସ୍ତାବ ଦେଇଥିଲେ ଏଥିରେ ଅନେକ ସମସ୍ୟାର ସମାଧାନ ହେଇପାରିବ , ସମ୍ବାଦରେ ହିଁ ସମାଧାନ ହେଇପାରିବ ବୋଲି କହିଥିଲେ ମନ୍ତ୍ରୀ ମଧ୍ୟ ଏହି ସବୁ ସମସ୍ୟାକୁ ଗମ୍ଭୀରତାର ସହ ନେଇଥିଲେ ଓଡିଶା ସରକାରଙ୍କ ସହ ତୁରନ୍ତ ଆଲୋଚନା କରି କମିଟି ଗଠନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଶା କରିଛି ଏହାଯଦି ହୁଏ ଓଡିଶା ର କୃଷକ ମାନେ ଲାଭବାନ ସହ ସରକାରଙ୍କୁ ସମସ୍ତ ସମସ୍ୟା ଅବଗତ କରେଇ ପାରିବେ କୃଷକ ନେତା ଙ୍କ ସୂଚନା ।
Related Posts
Odisha Police removes 420 offensive posts during General Elections – 2024
Odisha Police removes 420 offensive posts during General Elections – 2024 Bhubaneswar: The Social Media Monitoring Cell of Odisha Police…
ମୋହନା ବ୍ଲକ କାର୍ଯ୍ୟାଳୟରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଇଭିଏମ୍ ମେସିନ
ମୋହନା ବ୍ଲକ କାର୍ଯ୍ୟାଳୟରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଇଭିଏମ୍ ମେସିନ ଆର,ଉଦୟଗିରି (ମନୋଜ କୁମାର ପାଢୀ/୧୨/୫/ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରେ ଆସନ୍ତା କାଲି ୧୩ତାରିଖ…
ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ଚନ୍ଦନ ପୁର୍ଣିମା ଉତ୍ସବ ଅନୁଷ୍ଠିତ
ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ଚନ୍ଦନ ପୁର୍ଣିମା ଉତ୍ସବ ଅନୁଷ୍ଠିତ ଭୁବନେଶ୍ୱର: (Abhishek Mohanty)ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ପ୍ରଥମ ଥର ପାଇଁ ଚନ୍ଦନ…