କିଶୋରୀ, କିଶୋରଙ୍କ ପ୍ରତିଭା ଅନ୍ୱେଷଣ ନିମନ୍ତେ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

କିଶୋରୀ, କିଶୋରଙ୍କ ପ୍ରତିଭା ଅନ୍ୱେଷଣ ନିମନ୍ତେ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା : ରାୟଗଡା ଜିଲ୍ଲା ରାମନାଗୁଡା ସମନ୍ୱିତ ଶିଶୁ ବିକାଶ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଅଦ୍ଵିକା ଯୋଜନା ଅନ୍ତର୍ଗତ ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ କିଶୋରୀ ଓ କିଶୋର ମାନଙ୍କର ଆନ୍ତ୍ବନିଃହିତ ପ୍ରତିଭାର ପରିପ୍ରକାଶ ନିମନ୍ତେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା କିଶୋରୀ ଓ କିଶୋର ମାନଙ୍କ ପ୍ରତ୍ସାହନ ପାଇଁ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପ୍ରଭୁ ଜଗନ୍ନାଥଙ୍କ ଫୋଟଚିତ୍ରରେ ପ୍ରଥମେ ଦୀପ ପ୍ରଜ୍ଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ କରି ଶିଶୁ ବିକାଶ ଯୋଜନା ଅଧିକାରୀ ଅଞ୍ଜଳି ମହାପାତ୍ରଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ,ସମ୍ମାନିତ ଅତିଥି ରୂପେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ , ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ ,ମୁଖ୍ୟବକ୍ତା ଭାବେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର, ସ୍ୱତନ୍ତ୍ର ଅତିଥି ଭାବରେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏ. ସାନମୁଖା ପାତ୍ର, ରାମନାଗୁଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଗୌରୀ ପ୍ରସାଦ ପଣ୍ଡା, ସହକାରୀ ବରିଷ୍ଠ ଶିକ୍ଷକ ମୃତ୍ୟୁଞ୍ଜୟ ଶତପଥୀ, ମଙ୍ଗଳ ବିଭାଗ କାର୍ଯ୍ୟ ସହାୟକ ସନ୍ତୋଷ ବେହେରା ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଳେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ସମସ୍ତ ମଣ୍ଡଳ ପରିଦର୍ଶିକା,କାର୍ଯ୍ୟାଳୟ କର୍ମଚାରୀ,ସମସ୍ତ ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ୧୦ ବର୍ଷରୁ ୧୯ ବର୍ଷ ବୟସ ମଧ୍ୟରେ ୧୦୦ ଜଣ କିଶୋରୀ ବାଳିକା ଏବଂ କିଶୋର ବାଳକ ମାନଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ସେମାନଙ୍କ ମଧ୍ୟରୁ ଚିତ୍ରକଳାରେ ୧୫ ଜଣ ଭାଗ ନେଇଥିବା ବେଳେ ଝୋଟି ପ୍ରତିଯୋଗିତାରେ ୨୩ ଜଣ ଭାଗ ନେଇଥିଲେ।ସେହିପରି ବାଲ୍ୟ ବିବାହକୁ ନା କରି ପାଠପଢ଼ାକୁ ହଁ କହିବା ,ମହିଳା ସଶକ୍ତିକରଣ, ଲିଙ୍ଗଗତ ସମାନତା ବିଷୟ ଗୁଡ଼ିକ ନେଇ ବକୃତା ପ୍ରତିଯୋଗିତାରେ ୧୫ ଜଣ, ପ୍ରବନ୍ଦ ଲିଖନ ୦୩ ଜଣ ଓ କବିତା ପଠନ ରେ ୦୭ ଜଣ, ଏବଂ ଆଦିବାସୀ ନୃତ୍ୟ ଓ ଲୋକନୃତ୍ୟ ପରିବେଷଣରେ ୩୭ ଜଣ ଅଂଶଗ୍ରହଣ କରିଥିଲେ । ଏହି ସମସ୍ତ ପ୍ରତିଯୋଗିତାରେ ବିଚାରକ ଭାବେ ସିଡିପିଓ ଶ୍ରୀମତୀ ଅଞ୍ଜଳି ମହାପାତ୍ର, ମଣ୍ଡଳ ପରିଦର୍ଶିକା ସୁବୁଦ୍ଧି ଶବର, ବିଜୟଲଷ୍ମୀ ପିର୍ବାକା,ପଦ୍ମିନୀ ବଡ଼କୁମାର,ଭାଗ୍ୟବତୀ ନାୟକ ପ୍ରମୁଖ ଉପସ୍ଥିତ ରହି ସୁଚାରୁ ରୂପେ ଦାଇତ୍ୱ ନିର୍ବାହ କରି ଏହି ପାଞ୍ଚଟି ପ୍ରତିଯୋଗିତା ମାନଙ୍କ ମଧ୍ୟରୁ ପ୍ରତ୍ୟେକ ପ୍ରତିଯୋଗିତାରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଏହି ସମସ୍ତ ପ୍ରତିଯୋଗିତାରେ କୃତି ପ୍ରତିଯୋଗିଙ୍କୁ ଚୟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଏବଂ ବିଚାରକ ମାନଙ୍କ ଦ୍ୱାରା ଏହି ଅଦ୍ଵିକା କାର୍ଯ୍ୟକ୍ରମ ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ (ମମତା ପିଏ) ପ୍ରକାଶ ଚନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ( ମିଶନ ଶକ୍ତି) ବି. କିରଣ କୁମାର,(ବି.ସି )ଦ୍ଵାରିକା ନାଥ ଶତପଥୀ, ସୁଭଦ୍ରା ଯୋଜନା କର୍ମଚାରୀ ନବୀନ ମହାନନ୍ଦିଆ, ମନୋଜ ପାଲାକା, ତୁଷାର ରଞ୍ଜନ ଶତପଥୀଙ୍କ ସମେତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ସମସ୍ତ ଅଙ୍ଗନବାଡି କର୍ମୀ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପରିଶେଷରେ କାର୍ଯ୍ୟାଳୟ ବରିଷ୍ଠ କିରାଣୀ ପୂର୍ଣ୍ଣ ଚନ୍ଦ୍ର ବେହେରା ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *