କିଡ଼ନୀ ରୋଗୀ ଙ୍କର ଚିକିତ୍ସା ପାଇଁ ବାଟ ଅଗାଳିଛି ସରକାରୀ ଯୋଜନା । ରାୟଗଡ଼ା,୭/୧୨(ପ୍ରଫୁଲ୍ଲ କୁମାର ବେହେରା) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ସ୍ଥିତ ଜାମୁଗୁଡା ଗ୍ରାମର ଜଣେ ଯୁବକ ଦୀର୍ଘଦିନ ଧରି କିଡନୀ ରୋଗ ରେ ଆକ୍ରାନ୍ତ ହେଇ ଜୀବନ ସହିତ ସଂଘର୍ଷ କରୁଛନ୍ତି । ଗୋଟିଏ ପଟେ ଆର୍ଥିକ ସ୍ଥିତି ସ୍ଵଛଳ ନ ଥିବାବେଳେ ଅନ୍ୟ ପଟେ ସରକାରୀ ଯୋଜନା ଅନ୍ତର୍ଗତ ଚିକିତ୍ସା ପାଇଁ ଆବଶ୍ୟକ ନଥିପତ୍ର ଯୋଗାଡ଼ ହେଇପାରୁନାହିଁ ।ପୀଡିତ ଯୁବକ ଜଣକ ହେଇଲେ ଜାମୁଗୁଡା ଗ୍ରାମର ହେମାଧର ସାହୁ ଙ୍କର ପୁଅ ହୃଷିକେଶ ସାହୁ ବୟସ (୪୦) । ଗୋଟିଏ ବର୍ଷ ଧରି କିଡିନୀ ରୋଗରେ ପିଡିତ ଅଛନ୍ତି। ପରିବାର ମଧ୍ୟରେ ଏକାକୀ ରୋଜଗାରିଆ ରହିଥିଲେ ବର୍ତ୍ତମାନ ରୋଗ ରୁ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି । ପରିବାର ମଧ୍ୟରେ ସ୍ତ୍ରୀ ସମେତ ଦୁଇ ଝିଅ ଓ ଗୋଟିଏ ପୁଅ । ଆର୍ଥିକ ଅନାଟନ ରେ ନିଜ ଚିକିତ୍ସା ଟଙ୍କା ଯୋଗାଡ ହେବା ମୁସ୍କିଲ ଥିବା ବେଳେ ପରିବାର ର ପ୍ରତିପୋଷଣ ଓ ପିଲାଙ୍କ ପାଠ ପଢା ଏବେ ମୁଣ୍ଡରେ ବୋଝ ହେଇଗଲାଣି । ସ୍ପଳ୍ପ ଅର୍ଥ ରେ ବାରମ୍ବାର ଡାଏଲିସିସ ନିମନ୍ତେ ବିଶାଖାପାଟଣା ସ୍ଥିତ ଆପୋଲୋ ମେଡ଼ିକାଲ ଯାଇ ନିଅନ୍ତା ହେଇଯାଇଥିବା ଦୁଃଖ ର ସହ ପ୍ରକାଶ କରୁଥିବାବେଳେ ଯୋଗାଣ ବିଭାଗ ର ଅବହେଳିତ ନୀତି ଯୋଗୁଁ ଖାଉଟି କାର୍ଡ ରୁ ବଞ୍ଚିତ ହେବାକୁ ପଡିଛି । ଫଳରେ ତାଙ୍କୁ ସରକାର ଙ୍କ ଦ୍ଵାରା ମାଗଣା ଚିକିତ୍ସା ଭଳି ବିଜୁ ସ୍ୱାସ୍ଥ୍ୟ ଯୋଜନା ରେ ବଞ୍ଚିତ ରହିଛନ୍ତି । ଏ ସଂକ୍ରାନ୍ତ ରେ ସେ ସ୍ଥାନୀୟ ସରପଞ୍ଚ, ବ୍ଲକ ଖାଦ୍ୟ ଜଗାଣ ଅଧିକାରୀ ଓ ବ୍ଲକ ଅଧିକାରୀ ଙ୍କୁ ବାରମ୍ବାର ଲିଖିତ ନିବେଦନ କରିଥିଲେ ସୁଧ ଅଦ୍ୟାବଧି କୌଣସି କାରଣ ରୁ ସଫଳ ହେଇପାରି ନାହାନ୍ତି । ତୁରନ୍ତ ପ୍ରଶାସନ ଏଥିପ୍ରତି ସହଯୋଗ ର ହାତ ବଢ଼ାଇ ପିଡୀତ ଙ୍କୁ ଚିକିତ୍ସା କରିବା କୁ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
Related Posts

ଝରାପାଲି ମାର୍କେଟ ଥୁଆପାଲି ଶିବମନ୍ଦିର ଠାରେ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି।
ଝରାପାଲି ମାର୍କେଟ ଥୁଆପାଲି ଶିବମନ୍ଦିର ଠାରେ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଝରାପାଲି ମାର୍କେଟ, ଥୁଆପାଲି ଠାରେ…

ଜଳବନ୍ଦୀରେ ୩ ଗୋଟି ଗ୍ରାମ, ହରଭଙ୍ଗୀ ନଦୀରେ ଜଳସ୍ତର ବୃଦ୍ଧି
ଜଳବନ୍ଦୀରେ ୩ ଗୋଟି ଗ୍ରାମ, ହରଭଙ୍ଗୀ ନଦୀରେ ଜଳସ୍ତର ବୃଦ୍ଧି ଆର,ଉଦୟଗିରି (୨୯/୬/୨୦୨୪):ପ୍ରବଳ ବର୍ଷାରେ ଗଜପତି ଜିଲା ମୋହନା ଠାରେ ହରଭଙ୍ଗୀ ନଦୀରେ ଜଳସ୍ତ ବୃଦ୍ଧି ପାଇଛି.…

୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼
୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ଭୁବନେଶ୍ୱର: ଆଜି ଲୋକ ସଭାରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କଲେ ଅର୍ଥ ମନ୍ତ୍ରୀ ନିର୍ମଳା ସିଥାରମଣ। ବଜେଟ୍ ରେ ୧୨…