କାହିଁକି ପିଲା ସବୁବେଳେ କାନ୍ଦିଥାନ୍ତି…ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ
ଭୁବନେଶ୍ୱର:ଶୀତ ଦିନ ଆସିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଶରୀରକୁ ଥଣ୍ଡା ବାୟୁରୁ ସୁରକ୍ଷିତ ରଖିବା ପାଇଁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ । ବିଶେଷ କରି ମାଆମାନେ ନବଜାତ ଶିଶୁ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ । ସାଧାରଣତଃ ଶିଶୁମାନେ କାନ୍ଦିଥାନ୍ତି । ଏହା ସ୍ୱାଭାବିକ ପ୍ରକ୍ରିୟା କିନ୍ତୁ ଅତ୍ୟଧିକ କାନ୍ଦିବା ଠିକ୍ ନୁହେଁ । ଅଧିକାଂଶ ସମୟରେ ମାତା ପିତାମାନେ ବି ବୁଝିପାରନ୍ତି ନାହିଁ କି ତାଙ୍କ ପିଲା ଏତେ କାହିଁକି କାନ୍ଦିଥାଏ ?ସାଧାରଣତଃ ଛୋଟ ପିଲାମାନଙ୍କୁ ଚୁପ୍ କରାଇବା ଅନେକ ମାତା ପିତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ । ପିଲାଟି ସୁସ୍ଥ ଏବଂ ଆକ୍ଟିଭ୍ ରହିବା ସତ୍ତ୍ୱେ ପ୍ରାୟ ସମୟ ନିରନ୍ତର କାନ୍ଦିଥାଏ । ଏଭଳି ସ୍ଥିତିକୁ ମେଡିକାଲ ଭାଷାରେ ପର୍ପଲ କ୍ରାଇଂ କୁହାଯାଏ । ଶିଶୁ ବିଶେଷଜ୍ଞଙ୍କ କହିବାନୁଯାୟୀ ପର୍ପଲ କ୍ରାଇଂ କିମ୍ବା କୋଲିକ ସମସ୍ୟା ଯୋଗୁଁ ଶିଶୁ ଅଧିକାଂଶ ସମୟ କାନ୍ଦିଥାଏ । ଜନ୍ମ ଠାରୁ ଆରମ୍ଭ କରି ୬ ମାସ ପର୍ଯ୍ୟନ୍ତ ପର୍ପଲ କ୍ରାଇଂର ଲକ୍ଷଣ ଦେଖାଦେଇଥାଏ । *ପର୍ପଲ କ୍ରାଇଂର ଲକ୍ଷଣ* ୧. ଠିକରେ ନ ଶୋଇବା୨. ସବୁବେଳେ ମୁଠି କରିବା୩. ଠିକ୍ ଭାବରେ ସ୍ତନ୍ୟପାନ ନ କରିବା୪. ସ୍ତନ୍ୟପାନ ପରେ ବାରମ୍ବାର ପାଟିରୁ ବାହାର କରିବାଶିଶୁ ବିଶେଷଜ୍ଞଙ୍କ କହିବାନୁଯାୟୀ ୧୦ରୁ ୯ ଜଣ ପିଲା ପର୍ପଲ କ୍ରାଇଂର ଶିକାର ହୋଇଥାନ୍ତି । କିଛି ଶିଶୁଙ୍କ ଠାରେ ଜନ୍ମରୁ ୨ୟ ସପ୍ତାହରୁ ୩-୪ ମାସ ପର୍ଯ୍ୟନ୍ତ ରହିପାରେ । ସେହିଭଳି କେତେ ଶିଶୁଙ୍କ ଠାରେ ଏହି ଲକ୍ଷଣ ଜନ୍ମରୁ ୬ ମାସ ପର୍ଯ୍ୟନ୍ତ ଦେଖାଦେଇଥାଏ । *ପର୍ପଲ କ୍ରାଇଂ କୁ କିପରି ଠିକ୍ କରାଯିବ?* ୧. ଉଷୁମ ପାଣି ସେକ: ଜନ୍ମ ଠାରୁ ତିନିମାସ ପର୍ଯ୍ୟନ୍ତ, ଆପଣ ନବଜାତ ଶିଶୁକୁ ଉଷୁମ ପାଣି ସେକ ଦିଅନ୍ତୁ । ଅନେକ ଥର ପିଲାଙ୍କ ପେଟରେ ଗ୍ୟାସ୍ ସୃଷ୍ଟି ହୁଏ ଯେଉଁଥିପାଇଁ ସେମାନେ କାନ୍ଦିବା ଆରମ୍ଭ କରନ୍ତି । ପିଲାମାନଙ୍କୁ ଏହି ସମସ୍ୟାରୁ ରକ୍ଷା କରିବା ପାଇଁ, ଆପଣ ସେମାନଙ୍କ ପେଟରେ ଉଷୁମ ପାଣି ସେକ ଦିଅନ୍ତୁ ।୨. ମସାଜ୍ କରନ୍ତୁ: ନବଜାତ ଶିଶୁମାନଙ୍କର ପାଦ, ହାତ ଏବଂ ପେଟକୁ ମାଲିସ୍ କରିବା ଦ୍ୱାରା ସେମାନଙ୍କର ହଜମ ପ୍ରକ୍ରିୟା ଭଲ ହୋଇଥାଏ । ଆପଣ ଶିଶୁକୁ ପ୍ରତିଦିନ ଉଷୁମ ତେଲ ସହିତ ମାଲିସ୍ କରିପାରିବେ ।୩. ପିଲାକୁ ପେଟେଇ ଶୁଆନ୍ତୁ: ଯଦି ପିଲାଟି ଦୀର୍ଘ ସମୟ ପର୍ଯ୍ୟନ୍ତ କାନ୍ଦିବାକୁ ଲାଗେ, ତେବେ ତାଙ୍କୁ ଶାନ୍ତ କରିବା ପାଇଁ ତାଙ୍କୁ ପେଟେଇ ଶୁଆଇ ଦିଅନ୍ତୁ । ଏହା କରିବା ଦ୍ୱାରା ପିଲାମାନେ ପର୍ପଲ କ୍ରାଇଂ ସମସ୍ୟାରୁ ମୁକ୍ତି ପାଆନ୍ତି ।