କାଶୀପୁର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ରାୟଗଡା : କାଶୀପୁର ବ୍ଲକ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ଗୋରଖପୁର ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଅକ୍ଷୟ କୁମାର ସାହୁ ଙ୍କ ସଭାପତିତ୍ବ ଏବଂ ଗୋରଖପୁର ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ବାରିକ ଙ୍କ ଆବାହକରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାଶୀପୁର ବ୍ଲକ ର 3 ଗୋଟି ଉଚ୍ଚ ବିଦ୍ୟାଳୟ ଓ 5 ଗୋଟି ଆଶ୍ରମ ସ୍କୁଲ ର 192 ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ l ବବଡ଼ମାରିଭଟା ଏସ ଏସ ଡି ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ପଣ୍ଡା,, ଶାନ୍ତି କୁମାରୀ ବେହେରା, ଗଣେଶ ମାଳି, ରାମକୃଷ ହିଆଲ, ସଂଜୟ କୁମାର ବେହେରା, ରଂଜିତା ମାଝୀ ଙ୍କ ସମତେ 8 ଗୋଟି ମଙ୍ଗଳ ବିଭାଗ ସ୍କୁଲ ର ପ୍ରାୟ 30 ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମ re ଯୋଗ ଦେଇ ଅତି ସୁରୁଖୁରୁରେ କାର୍ଯ୍ୟକ୍ରମ ସମ୍ପଦନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଜୁନିଅର ଓ ସିନିୟର ବର୍ଗରେ ପ୍ରବନ୍ଧ ଲିଖନ, ବିତର୍କ, ବକୃତା, ସୃଜନ ଲିଖନ, ଚିତ୍ରାଙ୍କନ, ବାଦ୍ୟଯନ୍ତ୍ର ବାଦନ, ସଙ୍ଗୀତ, ଅଭିନୟ, ଗ୍ରୁପ୍ ଡ୍ୟାନ୍ସ ଓ ସୋଲ ଡ୍ୟାନ୍ସ ଭଳି ବିଭିନ୍ନ ସଂସ୍କୃତିଜୟ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା କରାଯାଇଥିଲା | ଏଥିରେ ବ୍ଲକରେ ଥିବା 8 ଗୋଟି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟରୁ 192 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ | ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ କୃତି ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥୀଙ୍କ ଦ୍ଵାରା ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା | ଏହି ପୁରସ୍କାର ବିତରଣ ଉତ୍ସବ ରେ ରାୟଗଡା ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ, କାଶୀପୁର ବ୍ଲକ ଅଧକ୍ଷ କଣ୍ଠ ମାଝୀ ଓ ମଙ୍ଗଳ ବିଭଗ ଡି ଆଇ ଶ୍ୟାମ ଘନ ଭୂୟାଁ ଯୋଗ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରିଥିଲେ lଛାତ୍ରଛାତ୍ରୀଙ୍କ ମନୋବଳକୁ ସୁଦୃଢ଼ କରିବା ସହ ପିଲାଙ୍କ ଲୁକ୍କାୟିତ ପ୍ରତିଭାକୁ ସର୍ବସମ୍ମୁଖରେ ବିକଶିତ କରିବା ଏଭଳି କାର୍ଯ୍ୟକ୍ରମ ସହାୟକ ହୋଇଥାଏ ବୋଲି ଡି ଆଇ ଶ୍ୟାମ ଘନ ଭୂୟାଁ କହିଥିଲେ | କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରିଥିଲେ ଟୁଟୁବରୀ କଲୋନୀ ର ପ୍ରଧାନ ଶିକ୍ଷକ ସଂଜୟ କୁମାର ବେହରା ଶେଷରେ ପ୍ରଧାନ ଶିକ୍ଷକ ଶିବ ପ୍ରସଦ ପଣ୍ଡା ଧନ୍ୟବାଦ୍ ଜଣାଇଥିଲେ |ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହେଲେ
ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହେଲେ!ଧାମନଗର ବିଧାନସଭାରେ ବିଜେପି ବିଜୟୀ!

ବରପଦର ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି
ବରପଦର ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ ୩,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଲୁହାଖଣ୍ଡି ପଂଚାୟତ ବରପଦର ଠାରେ…

ବିଶ୍ୱ ମତ୍ସ୍ୟ ଦିବସ 2024 ପାଳିତ
ବିଶ୍ୱ ମତ୍ସ୍ୟ ଦିବସ 2024 ପାଳିତ ରାୟଗଡା : ରାୟଗଡା ଜଳଛାୟା ବିଭାଗ ର ସମ୍ମିଳନୀ କକ୍ଷରେ ବିଶ୍ଵ ମତ୍ସ୍ୟ ଦିବସ ୨୦୨୪ ପାଳିତ ହୋଇଯାଇଛି ।ଏହି…