କାଶୀପୁର ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କ ବଦାନ୍ୟତା, ଘର ପଡି ବୃଦ୍ଧାଙ୍କୁ ସହାୟତା।

କାଶୀପୁର ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କ ବଦାନ୍ୟତା, ଘର ପଡି ବୃଦ୍ଧାଙ୍କୁ ସହାୟତା।

ରାୟଗଡା:୧୫/୧/୨୫(ପ୍ରଫୁଲ୍ଲ କୁମାର ବେହେରା)-ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ସ୍ଥିତ ଲକ୍ଷ୍ମୀ ବଜାର ସାହିରେ ଗତ ତା ୫/୧/୨୫ ରିଖରେ ଜଣେ ୭୦ ବର୍ଷୀୟା ବୃଦ୍ଧା ମହିଳା ଜନ ନାଏକଙ୍କ ଘର କୌଣସି ଏକ କାରଣ ବସତି ସମ୍ପୂର୍ଣ ଜଳି ଯାଇଥିଲା। ଏହି ଘଟଣାରେ ଘରେ ଥିବା ଆସବା ପତ୍ର ଯାହା କି ଧାନ, ମାଣ୍ଡିଆ ଭଳି ଖାଦ୍ୟ ଶସ୍ୟ, ଲୁଗା ପଟା ଓ କାଗଜ ପତ୍ର ସହ ବାର୍ଦ୍ଧକ୍ୟ ଭତା କାର୍ଡ ମଧ୍ୟ ଜଳି ଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଘଟି ଯିବା ପରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାର ପ୍ରଚାର ହୋଇଥିଲା। ଅସହାୟ ବୃଦ୍ଧା ଜଣକ ନିଜ ସ୍ୱାମୀ ଓ ଯୁବକ ପୁଅ କୁ ହରାଇ ଏନେକ ବର୍ଷ ହେବ ତିନି ନାତି ନାତୁଣୀ ଙ୍କ ସହ ଅଭାବ ଅନଟନ ରେ ପରିବାର ଗୁଜୁରାଣ ମେଣ୍ଟାଇବାକୁ ରାସ୍ତା କଡରେ ଛଟିଆ ପନିପରିବା ବ୍ୟବସାୟ କରି ଅହରହ ସଂଘର୍ଷ କରି ଆସିଛନ୍ତି। ଏହାରି ମଧ୍ୟରେ ଗତ ତା ୫/୧/୨୫ ରେ ଦିନ ପ୍ରାୟ ୧୨ ଟା ସମୟରେ ତାଙ୍କ ଘରେ ହଠାତ କୌଣସି କାରଣ ବଶତଃ ନିଆଁ ଲାଗି ସର୍ବସ୍ୱ ଜଳି ପାଉଁଶ ହୋଇଯାଇଥିଲା। ଉକ୍ତ ଘଟଣା ରେ ମର୍ମାହତ ହୋଇ କାଶୀପୁର ଡ଼ମ୍ଭ ସାହି ସଭାପତି ଶ୍ରୀ ଦିଲ୍ଲୀପ କୁମାର ନାଏକଙ୍କ ସହ ଅନେକ ବୁଦ୍ଧିଜୀବୀ ମହଲରେ ବୃଦ୍ଧାଙ୍କ ସହଯୋଗ କାମନା କରିଥିଲେ।ଏହି ଅଘଟଣ ରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାର ପ୍ରଚାର ହୋଇଥିଲା। ଏହି ପରି ବିଭିନ୍ନ ମହଲରେ ବୃଦ୍ଧାଙ୍କ ସହଯୋଗ କାମନା କରାଯାଇଥିବା ବେଳେ ଆଜି କାଶୀପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସୂର୍ଯ୍ୟ ପ୍ରକାଶ ନାଏକ ଅସହାୟ ବୃଦ୍ଧା ଜନ ନାଏକ ଓ ତାଙ୍କ ତିନି ନାତିନାତୁଣୀ ଙ୍କ ସହାୟତା ନିମନ୍ତେ ବୃଦ୍ଧାଙ୍କ ଘରକୁ ଯାଇ ଚାଉଳ, ଡାଲି, ପନିପରିବା ଓ କିଛି ଶାଢ଼ୀ ଭଳି ଲୁଗାପଟା ପ୍ରଦାନ କରିଥିଲେ।ଥାନା ଅଧିକାରୀଙ୍କ ଉପସ୍ଥିତ ଏବଂ ତାଙ୍କ ବଦାନ୍ୟତା ହେତୁ ବୃଦ୍ଧା ଜଣକ ଭାବବିଭର କଣ୍ଠରେ ଧନ୍ୟବାଦ ଜଣାଇଥିଲେ। ଏହି ପରି କାଶୀପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାଏକଙ୍କ ଉଦାରତା ଏବଂ ସମାଜ ସେବା ପ୍ରତି ଆଗଭରା ଆଚରଣ ଥିବା ହେତୁ କାଶୀପୁର ବ୍ଲକ ରେ ବୁଦ୍ଧିଜୀବୀ ଓ ସମାଜସେବୀ ଙ୍କ ମାହୋଲରେ ପ୍ରଶଂସା କରାଯାଉଛି।

Leave a Reply

Your email address will not be published. Required fields are marked *