କାଶୀପୁର ଠାରେ ଦୁଇଦିନିଆ ସୁରେନ୍ଦ୍ର ସାଇ ଦିବ୍ୟଦୃଷ୍ଟି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ।
ରାୟଗଡା ଜିଲ୍ଲା କାଶୀପୁର ଗୋଷ୍ଠି ଶିକ୍ଷା ବିଭାଗ ଦ୍ଵାରା ବ୍ଲକ ଅନ୍ତର୍ଗତ ୨୮୭ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ଆଖି ପରୀକ୍ଷା ଓ ଉପଯୁକ୍ତ ଚିକିତ୍ସା ନିମନ୍ତେ ଦୁଇଟି ପର୍ଯ୍ୟାୟରେ ୨୦୭ ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କୁ ଦୁଇଦିନିଆ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମ ରେ କାଶୀପୁର ଗୋଷ୍ଠି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡଃ ସ୍ମୃତି ରଞ୍ଜନ ପ୍ରଧାନ ଓ ଅତିରିକ୍ତ ଅପ୍ଟିମିକ ଜେ.ବିନୋଦ ଯୋଗଦେଇ ଉପସ୍ଥିତ ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କୁ କିଭଳି ଛାତ୍ର ଛାତ୍ରୀ ଙ୍କୁ ଆଖି ପରୀକ୍ଷା କରିବେ ସେ ନେଇ ତାଲିମ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ କାଶୀପୁର ଗୋଷ୍ଠି ଶିକ୍ଷା ଅଧିକାରୀ ମଧ୍ୟରୁ ବିଇଓ ଦୀପ୍ତିମୟୀ ସିଂ ,ଏବିଇଓ କୁଳ ରଞ୍ଜନ ସୁନା ,ଏବିଇଓ ପବିତ୍ର ମୋହନ ନାଏକ ଓ ଦୀପକ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।ଏହି ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ରେ ବ୍ଲକ ଅନ୍ତର୍ଗତ ୨୮୭ ବିଦ୍ୟାଳୟ ର ୨୦୭ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ସାମିଲ କରାଯାଇଥିଲା । ସେମାନଙ୍କୁ କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ଉପରୋକ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ନିଜନିଜର ବିଦ୍ୟାଳୟ ରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ” ଆଇ ସ୍କ୍ରିନିଙ୍ଗ ପରୀକ୍ଷା ” ନିମନ୍ତେ ତାଲିମ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ୩୦୭ ଜଣ ଶିକ୍ଷକ / ଶିକ୍ଷୟିତ୍ରୀଙ୍କୁ ନିଜ ନିଜ ବିଦ୍ୟାଳୟ ରେ ତାଲିମ ପ୍ରଦାନ କରାଯିବ ଏବଂ ଏହି କାର୍ଯ୍ୟକ୍ରମ ମଧ୍ୟ ରେ କରାଯାଇଥିବା ପରୀକ୍ଷା ସମ୍ପର୍କିତ ତଥ୍ୟ କୁ ଉକ୍ତ ଅଞ୍ଚଳର ବିଆରପି ମାନଙ୍କ ଦ୍ୱାରା ବିଇଓ ଙ୍କୁ ତଥ୍ୟ ପ୍ରଦାନ କରିବେ ।ଉକ୍ତ କାର୍ଯ୍ୟକ୍ରମ ପରେ ଆବଶ୍ୟକ ଛାତ୍ରଛାତ୍ରୀ ଙ୍କୁ ବିଭାଗ ପକ୍ଷରୁ ବ୍ଲକ ଲେବେଲ ରେ ଚଷମା ପ୍ରଦାନ କରାଯିବ ଅଥବା ପୀଡ଼ିତ ଛାତ୍ରଛାତ୍ରୀ ଙ୍କୁ ଉଚ୍ଚ ଚିକିତ୍ସା ନିମନ୍ତେ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ୧୮ ଟି କ୍ଲଷ୍ଟର ର ସିଆରସିସି ମଧ୍ୟ ଯୋଗଦେଇଥିଲେ।