କାଶୀପୁର ଠାରୁ ଡୁମେରପଦର ମୁଖ୍ୟ ରାସ୍ତାର ନବୀକରଣ ଓ ସଂପ୍ରସାରଣ କାର୍ଯ୍ଯରେ ନିମ୍ନମାନ ଅଭିଯୋଗ

କାଶୀପୁର ଠାରୁ ଡୁମେରପଦର ମୁଖ୍ୟ ରାସ୍ତାର ନବୀକରଣ ଓ ସଂପ୍ରସାରଣ କାର୍ଯ୍ଯରେ ନିମ୍ନମାନ ଅଭିଯୋଗ

ରାୟଗଡା : ରାୟଗଡା ଜିଲ୍ଲା କାଶିପୁର ବ୍ଳକ ଠାରୁ ସଂଯୋଗ କରୁଥିବା ଡୁମେରପଦର ପର୍ଯ୍ୟନ୍ତ ସଂଯୋଗ କରୁଥିବା ରାସ୍ତାର ନବୀକରଣ ଓ ସଂପ୍ରସାରଣ କରାଯାଉଥିବା କାର୍ଯ୍ୟ ଅତି ନିମ୍ନମାନରେ ଆଗେଇ ଚାଲୁଥିବା ନେଇ ଅଭିଯୋଗ ସାମ୍ମାନାକୁ ଆସିଛି। ପିଡବ୍ଳୁଡି ବିଭାଗ ଦ୍ବାରା ୨୫ କୋଟି ଟଙ୍କା ବ୍ଯୟବରାଦ ହେଉଥିବା ଏହି ରାସ୍ତାରେ ନିମ୍ନମାନର ବାଲି,ଚିସ ବଦଳରେ ସ୍ଥାନେ ସ୍ଥାନେ ମେଟାଲ ବ୍ଯବହାର କରାଯାଉଛି। ରାସ୍ତାର ସମତୁଲ ଆଣିବା ନେଇ ମୁରୁମ ବିଛାଇବା। ବଦଳରେ ନାଲିମାଟି ପକାଯାଇ ସମତୁଲ କରାଯାଉଛି। ହେଲେ ଉକ୍ତ କାର୍ଯ୍ଯରେ ବିଭାଗୀୟ ଅଧିକାରୀ କିମ୍ବା ଠିକା ସଂସ୍ଥାର ଅଧିକାରୀ ଙ୍କର ଦେଖା ଦର୍ଶନ ନଥିବା ବେଳେ କେଉଁ ଭଳି ଭାବରେ ରାସ୍ତା ନିର୍ମାଣ ଆଗେଇ ଚାଲୁଛି ତାହା ଜନସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ଏହାଛଡା ସର୍ବସାଧାରଣ ଏହି ରାସ୍ତାରେ କେତେ ଟଙ୍କା ଖର୍ଚ୍ଚ ହେବ ତାହା ମଧ୍ୟ ଜଣିପାରିନାହାଁନ୍ତି। ଲୋକେ ସୂଚନା ପାଇବା ପାଇଁ ବିଭାଗ ନିୟମ ଅନୁସାରେ ପ୍ରଥମେ ସୂଚନା ଫଳକ ଲାଗାଇବା ପରେ କାର୍ଯ୍ଯ ଆରମ୍ଭ କରିବା ବଦଳରେ ମନଇଛା ଠିକା ସଂସ୍ଥା ତାଙ୍କ କାମ କରୁଥିବା ଅତି ଦୁଃଖର ବିଷୟ ବୋଲି ବୁଦ୍ଧିଜୀବୀ ଙ୍କ ମହଲରେ ଆଲୋଚନା ହେଉଥିବା ଜଣାଯାଏ। ନିମ୍ନମାନର ରାସ୍ତା ନିର୍ମାଣ କାର୍ଯ୍ୟ ଚାଲେ ତାହାହେଲେ ଅଳ୍ପ ଦିନ ମଧ୍ୟରେ ରାସ୍ତା ଭୁଷୁଡି ଯିବା ସମ୍ଭାବନା କୁ କୌଣସି ବ୍ଯକ୍ତି ଅସ୍ବୀକାର କରିପାରିବେ ନାହିଁ। ଗମନାଗମନ ସୁବିଧା ସୁଯୋଗ ସୃଷ୍ଟି କରିବା ଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ଯରେ ଲାଭଖୋର ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାର ମିଳିତ ମଧୁଚନ୍ଦ୍ରୀକାରେ ରାଜ କୋଷରୁ କୋଟି କୋଟି ଟଙ୍କା ହରିଲୁଟ ଭଳି ଘଟଣା ସମ୍ପର୍କରେ କୌଣସି ଉଚ୍ଚ ସ୍ତରୀୟ କର୍ମଚାରୀ ଟେରପାଇପାରୁନ ଥିବା ସୁଯୋଗ ନେଇ ଠିକା ସଂସ୍ଥା କର୍ମଚାରୀ ମନଇଛା ନିମ୍ନମାନର ରାସ୍ତା ନିର୍ମାଣ କାର୍ଯ୍ୟ ମାଲାମାଲା ହେଉଥିବା ଅଭିଯୋଗ ହେଉଅଛି। ତେବେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି ହେଉଥିବା ଘଟଣା ଏବେ ଧିରେ ଧିରେ ଦାନା ବାନ୍ଧିଥିବା ଜଣାପଡିଛି। ଏନେଇ ବିଭାଗୀୟ ଅଧିକାରୀ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ରଖିପାରିନଥିଲେ। ତେଣୁ ଏହି ରାସ୍ତା ନିର୍ମାଣର ଯଦି ଭିଜିଲାନ୍ସ ତଦନ୍ତ ହୁଏ ତେବେ ଭିତିରିଇ ଘଟଣା ଲୋକ ଲୋଚନକୁ ଆସିପାରିବ ବୋଲି ସ୍ଥାନେ ସ୍ଥାନେ ଆଲୋଚନା କରୁଥିବା ଜଣାଯାଏ। ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *