କାର୍ ରେ ଘରକୁ ଫେରିଲା ବେଳେ ଜଙ୍ଗଲ ରାସ୍ତାରେ ଭିଜିଲାନ୍ସ ଟିମ୍ କିରାଣୀ ବାବୁଙ୍କୁ ଉଠାଇ ନେଲେ।
ବେଲଗୁଣ୍ଠା ସବରେଜିଷ୍ଟ୍ରି ଅଫିସ କିରାଣୀ ଶ୍ରୀକାନ୍ତ ଡାକୁଆ ନିଜ କାର୍ ଯୋଗେ ବୁଗୁଡ଼ା ସ୍ଥିତ ବାସଭବନ କୁ ଫେରୁଥିବା ବେଳେ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ପୁର୍ବ ପ୍ରସ୍ତୁତି ଅନୁଯାୟୀ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ତାକୁ ଅଟକାଇ ଗାଡ଼ି ସହିତ ଉଠାଇ ଆଣି ଯେରା କରିଥିଲେ ଓ ତା ନିକଟରୁ ନଗଦ ଏକଲକ୍ଷ ୮୬ ହଜାର ଟଙ୍କା ଜବତ କରି ବ୍ରହ୍ମପୁର ଆଣି ଯେରା କରୁଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ କିରାଣୀ ଶ୍ରୀକାନ୍ତ ପୁର୍ବରୁ ବୁଗୁଡ଼ା ସବରେଜିଷ୍ଟ୍ରି ଅଫିସ ରେ ଥିବା ବେଳେ ତା ନାଁ ରେ ବହୁତ ଅଭିଯୋଗ ହୋଇଥିଲା। ତାପରେ ଶ୍ରୀକାନ୍ତ କୁ ବେଲଗୁଣ୍ଠା ବଦଳି ହୋଇଥିଲା। କିନ୍ତୁ ସେ ବୁଗୁଡ଼ା ରେ ହିଁ ରହୁଥିଲା। ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ତାକୁ ଉଠାଇ ଆଣିବା ସହ ତାର ପୃଥକ୍ ପୃଥକ୍ ସ୍ଥାନରେ ଚଢ଼ାଉ ଜାରି କରିଛନ୍ତି।