କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡ଼କ୍ରସ ତରଫରୁ ଡେଙ୍ଗୁ ମ୍ୟାଲେରିଆ ହାତଧୁଆ ପ୍ରାଥମିକ ଚିକିତ୍ସା ସଚେତନତା ଶିବିର ଅନୁଷ୍ଠିତ ।

କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡ଼କ୍ରସ ତରଫରୁ ଡେଙ୍ଗୁ ମ୍ୟାଲେରିଆ ହାତଧୁଆ ପ୍ରାଥମିକ ଚିକିତ୍ସା ସଚେତନତା ଶିବିର ଅନୁଷ୍ଠିତ ।ଆର, ଉଦୟଗିରି ( ମନୋଜ କୁମାର ପାଢୀ)-: ମହେନ୍ଦଗଡ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ଜୁନିଅର ରେଡ଼କ୍ରସ ତରଫରୁ ଡେଙ୍ଗୁ ମ୍ୟାଲେରିଆ ହାତଧୁଆ ପ୍ରାଥମିକ ଚିକିତ୍ସା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜୁନିଅର ରେଡ଼କ୍ରସ ଅଫିସର ଶ୍ରୀ ସଂଜୀବ କୁମାର ଦାସ ସମ୍ବଳ ସାଧନ ଅଧିକାରୀ ଶ୍ରୀ ପ୍ରହ୍ଲାଦ ଶିହଳ ଅବସରପ୍ରାପ୍ତ ବନପାଳ ଶ୍ରୀ ତ୍ରିନାଥ ବିଷୋୟୀରତ୍ନ ଯୋଗଦେଇ ଡେଙ୍ଗୁ ମ୍ୟାଲେରିଆ ଜ୍ୱର ବ୍ୟାପିବାର କାରଣ ଓ ନିରାକରଣ ସମ୍ପର୍କରେ ଶିକ୍ଷାଦାନ ଦେଇଥିଲେ | ହାତଧୁଆ କିପରି କରାଯାଏ ଓ ବିଦ୍ୟାଳୟ ପରିସରରେ ପ୍ରାଥମିକ ଚିକିତ୍ସାର ଆବଶ୍ୟକତା ବିଷୟରେ ବୁଝାଇଥିଲେ | ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ ଓ ଜୁନିଅର ରେଡ଼କ୍ରସର ଜିଲ୍ଲା ସହ ସମ୍ପାଦକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ | ଏଥିରେ ପ୍ରାୟ 150 ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ | ଏ ଅବସରରେ ଆୟୋଜିତ ବକୃତା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ |

Leave a Reply

Your email address will not be published. Required fields are marked *