କାମାରାଖାଲି ଗାଁରେ ଦେଖିବାକୁ ମିଳିଛି ଜଳସଂକଟ l
ଆର,ଉଦୟଗିରି(ମନୋଜ କୁମାର ପାଢୀ) – ଗଜପତି ଜିଲ୍ଲା ମୋହନା ବ୍ଲକ ମାଣିକପୁର ପଞ୍ଚାୟତ କାମାରାଖାଲି ଗାଁରେ ଗ୍ରୀଷ୍ମ ନଆସୁଣୁ ଦେଖିବାକୁ ମିଳିଛି ଜଳକଷ୍ଟ l ଗାଁରେ ପ୍ରାୟ 30 ରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରିଆସୁଥିବାବେଳେ l ସେମାନଙ୍କ ପାଇଁ ଗାଁରେ ଦୁଇଗୋଟି ନଳକୂପ ଅଛି କିନ୍ତୁ 4 ରୁ 5 ମାଠିଆ ପାଣି ବାହାରିଲା ପରେ ନଳକୂପରୁ ସବୁ ପାଣି ଶୁଖିଯାଉଛି l ଶେଷରେ ଗ୍ରାମବାସୀ ବାଧ୍ୟ ହୋଇ ପୋଖରୀ ପାଣି ପିଉଛନ୍ତି l ଫଳରେ ନାନା ରୋଗର ସମ୍ମୁଖୀନ ହେଉଛନ୍ତି l ଏହି ଗାଁରେ କେବଳ ପାନୀୟ ଜଳର ସମସ୍ୟା ନୁହେଁ ଯାତାୟତ ନିମନ୍ତେ ପକ୍କାରାସ୍ତା, ପକ୍କାଘର, ବିଦ୍ୟୁତ ସଂଯୋଗୀକରଣ ଭଳି ଅନେକ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି ଏହି ଗ୍ରାମ ବାସୀ l ଏ ନେଇ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକ ସବୁଠି ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ l ଶେଷରେ ଭାଗ୍ୟକୁ ଆଦରି କାଳାତିପାତକରୁଛନ୍ତି ଗ୍ରାମବାସୀ l