କାବାଲାଗାଁ ଠାରେ ବାଇକ ପୋଲ ତଳକୁ ଖସି , ଦୁଇଜଣ ମୃତ୍ୟୁ ଜଣେ ଗୁରୁତର………………..

କାବାଲାଗାଁ ଠାରେ ବାଇକ ପୋଲ ତଳକୁ ଖସି , ଦୁଇଜଣ ମୃତ୍ୟୁ ଜଣେ ଗୁରୁତର………………..

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଜାତୀୟ ରାଜପଥ ବ୍ରହ୍ମପୁର ଠାରୁ ଫୁଲବାଣୀ ୧୫୭ ନଂ ରାଜପଥରେ କାବଲାଗାଁ ନିକଟସ୍ଥ ପୋଲରେ ଦୁଇ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ତଳକୁ ଗ୍ଲାମର ବାଇକ୍ ଖସି ତିନି ଜଣ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଆରାବାକା ଗ୍ରାମ ପଞ୍ଚାୟତର ନେଡିଗୁଡା ଗ୍ରାମର କାର୍ତ୍ତିକ କହଁର , ପରମେଶ୍ବର କହଁର , ଏବଂ ରାଇକିଆ ବ୍ଲକ ର ମାସେଡି ଗ୍ରାମର ପତିତ ପ୍ରଧାନ , ଦୁଇଦିନ ହେଲା ନିଜ ଶଶୁର ଘର ନେଡିଗୁଡାକୁ ଆସିଥିଲେ । ଏହି ତିନିଜଣ ଯୁବକ ମିସି ଶଙ୍କରାଖୋଲ ଜାଇ ନିଜ ଗ୍ରାମ ନେଡିଗୁଡାକୁ ଫେରିବା ସମୟରେ ନିକଟସ୍ଥ କାବଲାଗାଁ ଗ୍ରାମରେ ପୋଲ କୁ ବାଡ଼େଇ ହୋଇ ଗ୍ଲାମର ବାଇକ୍, ନଂ ଓଡି ୧୨ ବି ୩୮୪୪ ପୋଲ ତଳକୁ ଖସି ତିନିଜଣ ଗୁରୁତ୍ୱର ହୋଇଥିବା ଜଣାପଡ଼ିଛି।ଦୁର୍ଘଟଣା ଖବର ପାଇ ଟିକାବାଲି ଅଗ୍ନିଶମ କର୍ମଚାରୀ ଓ ୧୦୮ ଆମ୍ବୁଲାନ୍ସ ଙ୍କୁ ପହଞ୍ଚି , ତିନି ଜଣ ଯୁବକ lଙ୍କୁ ଉଦ୍ଧାର କରି ପ୍ରଥମେ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା। ଡାକ୍ତର ଚିକିତ୍ସାଧିନ ଅବସ୍ଥାରେ ଡ଼ାକ୍ତର ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ , ଆଉ ଦୁଇଜଣ ଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ବର ହୋଇଥିବାରୁ ତାଙ୍କୁ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟ କୁ ପଠା ଯାଇଥିବା ଜଣାପଡ଼ିଛି । ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରେ ମୃତ୍ୟୁ ଘଟିଥିବା ଜଣକ ହେଲେ ରାଇକିଆ ବ୍ଲକ ଅନ୍ତର୍ଗତ ମାସେଡି କିଆ ଗ୍ରାମର, ପିତା ପୁରନ୍ଦର ପ୍ରଧାନ ଙ୍କ ତୃତୀୟ ପୁଅ ପତିତ ପ୍ରଧାନ ୨୫ ବର୍ଷ ବୋଲି ଜଣା ପଡ଼ିଛି । , ଆଉ ଦୁଇଜଣ ଯୁବକ ହେଲେ ଆରାବାକା ପଞ୍ଚାୟତ ର ନେଡ଼ିଗୁଡ଼ ଗ୍ରାମର କାର୍ତ୍ତିକ କହଁର , ଓ ପରମେଶ୍ବର କହଁର , ବୋଲି ଜଣା ପଡ଼ିଥିବା ବେଳେ , ପରମେଶ୍ବର ଚିକିତ୍ସାଧିନରେ ଫୁଲାବାଣି ମୂଖ୍ୟ ଚିକିତ୍ସାଳୟ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ଏସ୍ ଆଇ , ଅବନ କୁମାର ପ୍ରଧାନ, ରବିନ୍ଦ୍ର କୁମାର ହେମ୍ବ୍ରମ , ପହଞ୍ଚି ତଦନ୍ତ କରି କେସ୍ ନମ୍ବର ୮୮/ ୨୦୨୪ ରୂଜୁ କରି ମୃତ୍ୟୁ ସରିରକୁ ବେବଛେଦ ପାଇଁ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟ କୁ ପଠାଇ ଥିବା ସୂଚନା ଦେଇଛନ୍ତି , ଅବନୀ କୁମାର ପ୍ରଧାନ।

Leave a Reply

Your email address will not be published. Required fields are marked *