କାଗଜ କଲମରେ ଖର୍ଛ ହେଉଛି ଗାଁ କଲ୍ୟାଣ ସମିତି ଅର୍ଥ । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ସରକାରଙ୍କ ରାଜ୍ୟରେ ଥିବା ଗାଁ ଗୁଡିକୁ ସଫାସୁତରା ରଖିବା ସହିତ ସଚେତନତା ସୃଷ୍ଟି କରିବା ପାଇଁ ଖର୍ଛ କରୁଛନ୍ତି କୋଟି କୋଟି ଟଙ୍କା । ଏଥି ନିମନ୍ତେ ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକକୁ ମଧ୍ୟ ଲକ୍ଷ ଲକ୍ଷ ହେଉଛି ହେଲେ ସେହି ଅର୍ଥସବୁ ଠିକ୍ ଭାବରେ ବ୍ୟୟ ନହୋଇ କେବଳ କାଗଜ କଲମରେ ଖର୍ଛ ହେବାପରି ଦର୍ଶାଯାଉଥିବା ଅଭିଯୋଗ ହେଉଛି । ଅବସଚେନତା କାରଣରୁ ବ୍ଳକର ଅଧିକାଂଶ ଗ୍ରାମରେ ଅଳିଆ ଆବର୍ଜନା ସବୁ ପଡାରହି ଦୂଷିତ ପରିବେଶ ସୃଷ୍ଟି କରିବା ସହିତ ମ୍ୟାଲେରିଆ ଓ ଝାଡାବାନ୍ତି ଭଳି ରୋଗ ବୃଦ୍ଧି ପାଇଛି । ଏହାର ନିରାକରଣ ସହିତ ଲୋକମାନଙ୍କୁ ସଚେତନତା କରିବା ନିମନ୍ତେ ସରକାର ଗାଁ କଲ୍ୟାଣ ସମିତିମାନ ଗଠନକରି ଲୋକଙ୍କ ଜରିଆରେ ଅର୍ଥ ଖର୍ଛକରି ସଚେତନତା ସୃଷ୍ଟି କରିବା ସହିତ ଗ୍ରାମ ପରିବେଶକୁ ସଫାସୁତୁର କରିବା କଥା ହେଲେ ଆର,ଉଦୟଗିରି ବ୍ଳକରେ ତାହା ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏଠାକାର ଲୋକଙ୍କ ନିରକ୍ଷରତା , ସରଳତା ଓ ସଚେତନତାର ଅଭାବ ହେତୁ ବ୍ଳକର ବିଭିନ୍ନ ଗ୍ରାମକୁ ଗାଁ କଲ୍ୟାଣ ପାଣ୍ଠି ନାମରେ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାକୁ କେବଳ କାଗଜ କଲମରେ ଖର୍ଛ ହେବଭଳି ଦର୍ଶାଯାଇ ବିଲ୍କରି ଚଳୁକରି ଦିଆଯାଇଛି । କେଉଁ ଗାଁ ରେ ବାବଦକୁ କେତେ ଅର୍ଥ ଆସୁଛି ଓ କେତେ ଖର୍ଛ ହୋଇଛି । ତାହା ଗାଁର ଲୋକେ ଜାଣିପାରୁ ନାହାନ୍ତି । ଆର,ଉଦୟଗିରି ଗ୍ରାମର ବିଭିନ୍ନ କୁଡୁଡ ଅଳିଆ ଗଧା ପଢିଥିଲେ ମଧ୍ୟ ବ୍ଳକ ପ୍ରଶାସନର ନିଭାନାହିଁ । ସେହିପରି ଆର,ଉଦୟଗିରି ତେତୁଲି ସାହିର ଏକ ପଡିଆ ସାହିର ଲୋକେ ସମସ୍ତ ଅଳିଆ ପକାଇ ଦ୍ବାରା ସାହିକୁ ଅଳିଆ ଉପରେ ଯିବୁ ପଡୁଛି । ଯଦି ଭିଜିଲାନ୍ସ ବିଭାଗ ଦ୍ବାରା ଏହାର ତଦନ୍ତ କରାଯିବ ତାହାହେଲେ ସମସ୍ତ ଘଟଣା ପଦାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି । ଏହାର ପ୍ରକୃତ ରହସ୍ୟ ମିଳିପାରିବ ।
Related Posts

ଭିଜିଲାନ୍ସସ ଜାଲରେ ସହକାରୀ ଯନ୍ତ୍ରୀ
ଭୁବନେଶ୍ଵର:ଭିଜିଲାନ୍ସସ ଜାଲରେ ସହକାରୀ ଯନ୍ତ୍ରୀଲାଞ୍ଚ ନେବା ବଳେ ଧରାପଡ଼ିଲେ!ଜଟଣୀ ବ୍ଲକର ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି୫୦ ହଜାର ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ!ବକେୟା ବିଲ୍ ପାସ…

ଲୋକଙ୍କ ନିକଟକୁ ଯାଇ ଅଭିଯୋଗ ଶୁଣିଲେ ଗଜପତି ଜିଲ୍ଲାପାଳ, ସାଧାରଣ ଲୋକ କଲେ ପ୍ରଶଂସା
ଲୋକଙ୍କ ନିକଟକୁ ଯାଇ ଅଭିଯୋଗ ଶୁଣିଲେ ଗଜପତି ଜିଲ୍ଲାପାଳ, ସାଧାରଣ ଲୋକ କଲେ ପ୍ରଶଂସା ଆର,ଉଦୟଗିରି(ମନୋଜ କୁମାର ପାଢୀ/୧୨/୧୧/୨୪ … ଆଜି ଗଜପତି ଜିଲ୍ଲାପାଳ ବିଜୟ କୁମାର…

ଡିଏଭି ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ଅନୁଷ୍କା ସାହୁ ଜାତୀୟ ଊର୍ଜା ମେଳା ୨୦୨୪ରେ ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀରେ ପ୍ରଥମ
ଟିପିଏସ୍ଓଡିଏଲ୍ ସହଯୋଗରେ ଜାତୀୟ ଊର୍ଜା ମେଳାରେ ବ୍ରହ୍ମପୁର ଛାତ୍ରୀଙ୍କ ସଫଳତା– ବିଚାରକ ଏବଂ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଅନୁଷ୍କାଙ୍କ ଅଭିନବ ପ୍ରକଳ୍ପ ବ୍ରହ୍ମପୁର, ଗଞ୍ଜାମ: ଟିପିଏସ୍ଓଡିଏଲର…