କଳିଙ୍ଗା ଠାରେ ଚାଷୀଙ୍କ ବହୁ ମୂଲ୍ୟବାନ ଫସଲ ନଷ୍ଟ କଲା ଦନ୍ତା ହାତୀ…
.କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକ କଳିଙ୍ଗା ନିକଟରେ ଗତକାଲି ରାତିରେ ପୁଣି ଏକ ଦନ୍ତା ହାତୀ ଆସି ଘର ଭାଙ୍ଗି ଫସଲ ନଷ୍ଟ କରିବା ଥିବା ଦେଖିବାକୁ ମିଳିଛି l ଦନ୍ତା ହାତୀ ଫସଲ ନଷ୍ଟ କରିବା ସହିତ ଗରିବ ଚାଷୀ ବହୁତ୍ କଷ୍ଟରେ ଚାଷ କାର୍ଯ୍ୟ କରିବା ନିମନ୍ତେ କିଣିଥିବା ପାୱାର ଟିଲର୍ କୁ ସଂପୂର୍ଣ୍ଣ ଭାବିବାର ବର୍ବରତା ସହିତ ଭାଙ୍ଗିଦେଇଛି । ସୂଚନା ମୁତାବକ କଳିଙ୍ଗା ଘାଟି ଆରମ୍ଭ ରେ ଥିବା ନେଡିକଲା ନିକଟସ୍ଥ ଭାଲିଆପଟା ମୌଜା କୁ ଆସି ଏକ ଗରିବ ଅସହାୟ ପରିବାର ଯୁଗୁରାଇ ପ୍ରଧାନଙ୍କ ଘର କୁ ଜରାଜୀର୍ଣ୍ଣ ଅବସ୍ଥା କରି ଭାଙ୍ଗି ଥିବା ବେଳେ ଅନ୍ୟନ୍ୟ ଘର ଭିତରେ ଥିବା ଜିନିଷ ଭାଙ୍ଗିବା ସହିତ ପାୱାର ଟିଲର ଭଙ୍ଗିଛନ୍ତି l ଅନେକ ଦିନ ରୁ ହାତୀ ଅଞ୍ଚଳ ରେ ବସବାସ କରି ବିଭିନ୍ନ ଆବଶ୍ୟକ ଜିନିଷ ଅନେକ ଫସଲ କ୍ଷୟକ୍ଷତି କରିଛନ୍ତି l ଚାଷୀ ବହୁତ କଷ୍ଟ ରେ ଦିନ ରାତି ପରିଶ୍ରମ କରି ନଡ଼ିଆ , ଆମ୍ବ , ଝାଡୁ , କଦଳୀ , ଲିଚୁ ଭଳି ମୂଲ୍ୟବାନ ବୃକ୍ଷ ଲଗାଇ ଥିବା ଫସଲ କୁ ହାତୀ ନଷ୍ଟ କରିଛନ୍ତି। ଏହି ଦୁଃଖ ସମୟ ରେ ଗରିବ ଚାଷୀଙ୍କ ପାଇଁ ହାଃ ପଦେ କହିବାକୁ କେହି ନାହିଁ l ବନ ବିଭାଗ ମଧ୍ୟ ଅଞ୍ଚଳର ଫସଲ କ୍ଷୟ କ୍ଷତି ପାଇଁ ତତ୍ପରତା ନାହିଁ କିମ୍ବା ହାତୀ କୁ ଆୟତ କରିବାକୁ କିଛି ନିଜର ତତ୍ପରତା ନାହିଁ ପ୍ରଶାସନ ଏହି ଅଞ୍ଚଳ ରେ ଦୂର ଦୃଷ୍ଟି ଦେଲେ ଅଞ୍ଚଳ ର ଜନସାଧାରଣ ଦିନ କିମ୍ବା ରାତିରେ ନିଜର ଫସଲ କୁ ଯତ୍ନବାନ କରି ପରିବେ l ଚାଷୀ ପରିଶ୍ରମ କରି ଫେରି ଖାଇବା ଶାରୀ ବିଶ୍ରାମ ନେବା ପାଇଁ ବି ବର୍ତମାନ ସମୟରେ ବହୁତ କଷ୍ଟ l ଦୟାକରି ପରିବାର ପ୍ରତିପୋଷଣ କରିବା ନିମନ୍ତେ ସରକାରୀ ସହାୟତା ପ୍ରଦାନ କରିବା ନିମନ୍ତେ ଅସହାୟ ଯୁଗୁରାଇ ପ୍ରଧାନ ସରକାରଙ୍କ ନିକଟରେ ନିଜର ଗୁହାରି ଜଣାଇଛନ୍ତି । ସରକାର ଓ ବନ ବିଭାଗ ହାତୀ ଙ୍କ ବର୍ବରତା ର ସୁରକ୍ଷା ନେଲେ ଅଞ୍ଚଳ ବାସୀ ଚାଷ କାର୍ଯ୍ୟ କୁ ଆଗକୁ ବଡ଼ିବାରେ ସହାୟକ ହେବ ବୋଲି ଜନସାଧାରଣ ଙ୍କ ମତ l