କଳିଙ୍ଗା ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳରେ ଅଲିଙ୍ଗିଗସା କୁ ପରାସ୍ତ କରି ନିଲୁଙ୍ଗିଆ ବିଜୟୀ ହାସଲ କରିଛି…..

କଳିଙ୍ଗା ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳରେ ଅଲିଙ୍ଗିଗସା କୁ ପରାସ୍ତ କରି ନିଲୁଙ୍ଗିଆ ବିଜୟୀ ହାସଲ କରିଛି…..

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ବ୍ଲକ କଳିଙ୍ଗା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ଅଲିଙ୍ଗିଗସା ଏବଂ ନିଲୁଙ୍ଗିଆ ଦୁଇ ପକ୍ଷର ଖେଳାଳି ଙ୍କୁ ନେଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ କଳିଙ୍ଗା ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ । ବଡ଼ିମୁଣ୍ଡା ( ଆଲିଂଗସା ) ସହିତ ନିଲୁଙ୍ଗିଆ ମଧ୍ୟରେ ମ୍ୟାଚ ହୋଇଥିଲା ଏହି ଖେଳ ରେ ପ୍ରଥମେ ଟଚ୍ ୱିନ କରି ନିଲୁଙ୍ଗିଆ ବ୍ୟାଟିଂ କରିଥିଲେ । ଏହି ଖେଳ ପରିଚାଳନା କରିବା ପାଇଁ ଆମ୍ପ୍ୟାର ଭାବେ ଅଭିନାସ୍ ପାତ୍ର ଏବଂ ସଚିନ ପ୍ରଧାନ ଉଭୟ ଖେଳକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ । ଉଭୟ ଖେଳର ତଦାରଖ ସ୍କୋରର ଭାବେ ସ୍ମୃତିରଞ୍ଜନ ନାୟକ ନିୟୋଜିତ ଥିଲେ । ଏହି କ୍ରିକେଟ ମ୍ୟାଚ ୧୬ ଗୋଟି ଟିମ୍ କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି ଏବଂ ୨୦ ତାରିଖ ଦିନ ଫାଇନାଲ ଥିବା ସୂଚନା ମିଳିଛି । ବଡିମୁଣ୍ଡା ( ଅଲିଂଗସା ) – 123 ଥିବା ବେଳେ ନୀଳିଙ୍ଗିଆ ବିଜୟୀ – 124 ସ୍କୋର ରେ ବିଜୟୀ ହାସଲ କରିଛି l ଟୁର୍ଣ୍ଣାମେଣ୍ଟର ସଭାପତି ଶିଶିର ଦେହୁରୀ , ସମ୍ପାଦକ ସତ୍ୟବ୍ରତ ଦେହୁରୀ , କୋଷାଦକ୍ଷ ଅମିତ୍ ନାୟକ ଏବଂ କଳିଙ୍ଗା ର ଅନେକ ଯୁବପିଢି ଙ୍କ ସହଯୋଗରେ ଏହା ଅନୁଷ୍ଠିତ ହୋଇଛି । କଳିଙ୍ଗା ଏକ କ୍ରୀଡା ର ମାଟି ହୋଇଥିବା ଯୋଗୁଁ ଏଠାର ଅନେକ ଯୁବପିଢି ଜିଲ୍ଲା ଏବଂ ରାଜ୍ୟ ସ୍ତରୀୟ ଖେଳ ପ୍ରଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି କିନ୍ତୁ ଯୁବପିଢି ଙ୍କ ଶାରୀରିକ ବ୍ୟାୟାମ ନିମନ୍ତେ କଳିଙ୍ଗା ରେ ଏକ ଭଲ ଖେଳପଡିଆ ନ ଥିବା ଯୋଗୁଁ ଯୁବପିଢି ଙ୍କ ଖେଳପ୍ରତି ଆଗ୍ରହ କମି ଯାଉଛି l କଳିଙ୍ଗାରେ ଏକ ଉନ୍ନତ ମାନର ଖେଳ ପଡିଆ ନିର୍ମାଣ କରିବା ନିମନ୍ତେ ଯୁବ ସମାଜ ସେବୀ ଆମନ ଚନ୍ଦ୍ର ନାୟକ ଏବଂ ସମସ୍ତ ଅଞ୍ଚଳବାସୀ ଓ ଯୁବପିଢି ସରକାରଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *