କଳାହାଣ୍ଡିରେ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ସମ୍ମାନର ଲଢେଇ

କଳାହାଣ୍ଡିରେ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ସମ୍ମାନର ଲଢେଇ

କଳାହାଣ୍ଡି:( ଓମ ପ୍ରକାଶ ଚୌଧୁରୀ)ସଂସଦୀୟ କ୍ଷେତ୍ରରେ ଏଥର ବିଜେଡି ସମ୍ମାନର ଲଢ଼େଇ ଲଢ଼ିବ। ଆସନ୍ତା ୧୩ ତାରିଖରେ ନିର୍ବାଚନ। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏଥିପାଇଁ ପ୍ରସ୍ତୁତି ଯୁଦ୍ଧକାଳୀନ ଭାବେ ଚାଲିଛି ଦିନରାତି ପ୍ରଚାର ।ସାଂଗଠନିକ ଦକ୍ଷତା ଥିବା ବିଜେଡିର ପୁରୁଖା ନେତା ଲମ୍ବୋଦର ନିଆଲଙ୍କ ସହ ଲଢ଼ିବେ ବିଜେପି ପ୍ରାର୍ଥିନୀ ନବାଗତା ମାଳବିକା ଦେଓ ଏବଂ କଂଗ୍ରେସର ଦ୍ରୌପଦୀ ମାଝି । ଦ୍ରୌପଦୀ ପୂର୍ବରୁ ପଞ୍ଚାୟତ ନିର୍ବାଚନରେ ଏକାଧିକବାର ଲଢ଼ିବା ଅଭିଜ୍ଞତା ରହିଛି। ମାତ୍ର ନିର୍ବାଚନ ମଇଦାନରେ ବିଜେପି ପ୍ରାର୍ଥୀ ମାଳବିକା ସମ୍ପୂର୍ଣ ନୂଆ । ତାଙ୍କ ସ୍ବାମୀ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ତାଙ୍କ ସାରଥି ସାଜିଛନ୍ତି । ସେଭଳି ବିଜେଡିରୁ ବିଜେପି ଶିବିରରେ ଯୋଗଦେଇଥିବା ବରିଷ୍ଠ ନେତା ଅନାମ ନାଏକଙ୍କ ଭୂମିକା ମଧ୍ଯ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ରାଜନୈତିକ ବିଶେଷଜ୍ଞ ଅନୁମାନ କରୁଛନ୍ତି। ବିଜେଡି ଯୋଡ଼ା ଶଙ୍ଖର ପ୍ରଚାର କରୁଥିବାବେଳେ ଡବଲ୍ ଇଞ୍ଜିନ ପାଇଁ ଭୋଟ୍ ଭିକ୍ଷା କରୁଛନ୍ତି ମାଳବିକା। ସେହିପରି କଂଗ୍ରେସ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ରଣନୀତି ପ୍ରସ୍ତୁତ କରୁଛନ୍ତି। ତୃଣମୂଳ ରିପୋର୍ଟ ଅନୁସାରେ ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ହେବା ସମ୍ଭାବନା ରହିଛି।ଯଦି ବିଗତ ୩ଟି ନିର୍ବାଚନର ଆଲୋଚନା କରାଯଏ ତାହେଲେ ୨୦୦୯ରେ କଂଗ୍ରେସ ପାଇ ନେତା ଭକ୍ତ ଦାସ ୪ ୪ଲକ୍ଷ ୪୭୮ଭୋଟ୍ ପାଇବିଜୟୀ ହୋଇଥିଲେ। । ସେସମୟରେ ବିଜେଡିର ପ୍ରାର୍ଥୀ ସୁବାଷ ନାଏକ ଦ୍ଵିତୀୟ ଓ ବିଜେପିର ପୁରୁଖା ନେତା ସ୍ବର୍ଗତ ବିକ୍ରମ କେଶରୀ ଦେଓ ତୃତୀୟ ସ୍ଥାନରେ ରହିଥିଲେ । ଉକ୍ତ ନିର୍ବାଚନରେ କଂଗ୍ରେସର ଲୋକସଭା ପ୍ରାର୍ଥୀଙ୍କ ଭୋଟ କଳାହାଣ୍ଡି ଜିଲ୍ଲାରେ 5 ଟି ବିଧାନ ସଭା ଆସନରେ ଲିଡ଼ କରିଥିଲା ।

2014 ନିର୍ବାଚନରେ ଭକ୍ତ ପାଇଁ କଣ୍ଟା ସାଜିଥିଲେ ବିଜେଡିର ଅର୍କ କେଶରୀ ଦେଓ । ମାତ୍ର ବିଜେଡି ଏହି ସଂସଦୀୟ କ୍ଷେତ୍ରରେ କଡ଼ ଲେଉଟିବା ଆରମ୍ଭ କରିଥିଲା । 7 ରୁ 5 ଟି ବିଧାନସଭା କ୍ଷେତ୍ରରେ ବିଜେଡି ଲିଡ଼ କରିଥିଲା । 2019 ରେ ବସନ୍ତ କୁମାର ପଣ୍ଡା ବିଜେପିର ସାଂସଦ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦୁ ସିଂ ଦେଓ ଦ୍ଵିତୀୟ ଓ କଂଗ୍ରେସ ନେତା ଭକ୍ତଚରଣ ଦାସ ତୃତୀୟ ସ୍ଥାନରେ ରହିଥିଲେ । ତେବେ ବିଜେଡି ଗତ ଲୋକସଭାରେ ନିର୍ବାଚନରେ ଆସନ ହରାଇଥିଲା । କେବଳ ଲାଞ୍ଜିଗଡ଼ ଓ ନୂଆପଡା ସର୍ବାଧିକ ଭୋଟ ପାଇଥିଲା । ବାକି 5 ଟି ରେ ବିଜେପି ଲିଡ଼ କରିଥିଲା ।ପରେ ଅର୍କ କେଶରୀ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଚଳିତଥର ବିଜେପି ତାଙ୍କ ସ୍ତ୍ରୀ ମାଳବିକା ଦେବୀଙ୍କୁ ସାଂସଦ ପ୍ରାର୍ଥୀ କରିଛି। ବର୍ତ୍ତମାନ ମାଳବିକା ଦେବୀ ସଂସଦୀୟ କ୍ଷେତ୍ରର ୭ଟି ନିର୍ବାଚନମଣ୍ଡଳୀ ବୁଲିବୁଲି କର୍ମୀ ସମ୍ମିଳନୀ ଆଦି କରିବା ସହ ଜୋରଦାର ପ୍ରଚାର କରୁଛନ୍ତି। ବିଜେଡି ପାଇଁ ଏହା ଏକ ଚ୍ୟାଲେଞ୍ଜ କୁହାଯାଇପାରେ। ମାତ୍ର ବିଜେଡିର ପୁରୁଣା ତଥା ତୃଣମୂଳସ୍ତରରୁ ସାଂଗଠନିକ ଦକ୍ଷତା ସମ୍ପନ୍ନ ନେତା ଶ୍ରୀ ନିଆଲ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି। ଫଳରେ ଫଳରେ ଚଳିତଥର ବିଜେପି ବନାମ ବିଜେଡି ଲଢ଼େଇ ହେବା ନେଇ ଆଲୋଚନା ହେଉଛି ।

ଦୁଇପ୍ରାର୍ଥୀଙ୍କ ସହିତ ନିର୍ବାଚନ ମ‌ଇଦାନକୁ ଓହ୍ଲାଇଥିବା କଂଗ୍ରେସ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭକ୍ତ ଗୋଟି ଚାଳନା କରୁଛନ୍ତି। ପୂର୍ବାପେକ୍ଷା ସଂସଦୀୟ କ୍ଷେତ୍ର କଂଗ୍ରେସର ଭଲ ଭୋଟ୍ ଆଶା କରାଯାଉଛି। ଫଳରେ କଳାହାଣ୍ଡି ଲୋକସଭା ଆସନରେ ଚଢ଼େଇ ରୋଚକ ହେବ ହେବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *