କଳାକେନ୍ଦ୍ର ପକ୍ଷରୁ ଚିତ୍ରକଳା ପ୍ରଦଶିନୀ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

କଳାକେନ୍ଦ୍ର ପକ୍ଷରୁ ଚିତ୍ରକଳା ପ୍ରଦଶିନୀ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ରାଉରକେଲା, – ସହରର ସୁପରିଚିତ ଫାଇନ ଆର୍ଟ ‘ ଚିତ୍ରକଳା କେନ୍ଦ୍ର’ ର ଚିତ୍ରକଳା ପ୍ରଦର୍ଶନୀ ଓ ପୁରସ୍କାର ବିତରଣ ଉତ୍ସବ ଗତ 25 ଓ 26 ତାରିଖଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି l ଗତକାଲି ଉଦଘାଟନ ଉତ୍ସବରେ ଝାରସୁଗୁଡା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକ ମୁଖ୍ୟ ଅତିଥି, ୱା ଇ ଏମ ଏଫ ଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସମ୍ମାନିତ ଅତିଥି ଓ ପ୍ରଜାପତି ଆର୍ଟ ଆଣ୍ଡ କ୍ରାଫ୍ଟ ର ପ୍ରିନସିପାଲ ଶ୍ରୀମତୀ ଜୋତ୍ସ୍ନା ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ଚିତ୍ରଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ l କଳାକେନ୍ଦ୍ର ର ପ୍ରିନସିପାଲ ଦେବେନ୍ଦ୍ର ମହାରଣା ଏଥିରେ ଅଧ୍ୟକ୍ଷତା କରିଥିଲେ l ପ୍ରାୟ 200ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏଥିରେ ଭାଗ ନେଇ ସେମାନଙ୍କ ସୃଜନଶୀଳ ଚିତ୍ରମାନ ପ୍ରଦର୍ଶିତ କରିଥିଲେ l ପୂର୍ବରୁ ଅନୁଷ୍ଠିତ ସ୍ୱାଗତ ଅଭିଳାଷ ନାୟକ ଙ୍କ ସ୍ମୃତି ରେ ଆୟୋଜିତ ଚିତ୍ରକଳା ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇ ଥିଲା l ଆଜି ଉଦଯାପନୀ ଦିବସ ପାଳିତ ହୋଇଥିଲା l ଉଭୟ ଦିନର ପ୍ରଦର୍ଶନୀ କୁ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଆସି ଭ୍ରମଣ କରିଥିଲେ ଓ ପ୍ରଶଂସା କରିଥିଲେ l କଳାକେନ୍ଦ୍ର ସ୍କୁଲ ର ଛାତ୍ର ଓ ଛାତ୍ରୀ ମାନେ ବାର୍ଷିକ ପରୀକ୍ଷା ରେ ଅଂଶଗ୍ରହଣ କରିଥିଲେ ଏହି ପରୀକ୍ଷା ରେ ମୋଟ 26 ଜଣ ଭାଗ ନେଇ ପରୀକ୍ଷା ଦେଇଥିଲେ l କଳା କେନ୍ଦ୍ର ସ୍କୁଲ ଅଫ ଫାଇନ ଆର୍ଟ ର ଜଣେ ମେଧାବୀ ଛାତ୍ର କାର୍ତିକ ଶିଂଘ ଙ୍କୁ ସମାଜସେବୀ କ୍ରିଷ୍ଣା ପସାରୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଆୟୋଜିତ କାର୍ଯ୍ୟକ୍ରମ ରେ ବାସନ୍ତୀ ମହାରଣା, ଉଷା ରାଣୀ ଶତପଥୀ, ଦେବିଶ୍ମିତା ବେହେରା, ଲଭଲି ଘୋଷ, ରଶ୍ମିରେଖା ବିଶ୍ୱାଳ, ମାଧୁରୀ ପ୍ରଧାନ, ସବିତା ବସା, ପ୍ରିୟା ଦାଶ, କେ. ବିଜୟ ଭାସ୍କର, ଅଙ୍କିତା ସେନାପତି ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ପ୍ରିନସିପାଲ ଦେବେନ୍ଦ୍ର ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *