କଳାକାର ଓ ଜନସାଧାରଣଙ୍କ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷତ କରିବ କଳାକାର ମହାସଂଘ……………………………………….କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ନିକଟସ୍ଥ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପାରମ୍ପରିକ ଲୋକକଳାକାର ମହାସଂଘ କନ୍ଧମାଳ, ଟିକାବାଲି ସଭାପତି ଶ୍ରୀ କ୍ରିଷ୍ଣା ଚନ୍ଦ୍ର ଦିଗାଲଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ପାରମ୍ପରିକ ଲୋକକଳାକାର ମହାସଂଘ ର କର୍ମକର୍ତା ସରକାରଙ୍କ କଳାକାର ଙ୍କ ପ୍ରତି ଦୃଷ୍ଟି ଦେଉନଥିବା କହି ଗର୍ଜି ଥିଲେ l ରେଭୁନ୍ୟୁ ସ୍ତରରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ କଳାକାରଙ୍କ ସ୍ୱାର୍ଥରକ୍ଷା ପାଇଁ ବିଭିନ୍ନ ଦାବି ଅର୍ଥାତ -ଏକ ଲକ୍ଷ କଳାକାର ଙ୍କ ପାଇଁ ଭତା ମଞ୍ଜୁରୀ , ଏବଂ କଳାକାର ଆବେଦନ କରିଥିବା କଳାକାରଙ୍କ ଅଡ଼ିସନ କରିବା, କଳାକାର ଭତା ବୃଦ୍ଧି କରିବା, କଳାକାର ଙ୍କ ପାଇଁ ବ୍ଲକ ହେଡକ୍ୱାଟର ରେ ସଂକୃତି ଭବନ ନିର୍ମାଣ କରିବା, କଳାକାରଙ୍କୁ ବୀମା ସୁବିଧାଯୋଗାଇବା, ରଥ ଗାଡି କିମ୍ବା ଏ. ଲି. ଡି ଜରିଆରେ ସଚେତନତା କାର୍ଯ୍ୟକ୍ରମ ନ କରି କଳାକାର ଙ୍କ ଦ୍ୱରା କରିବା, ପ୍ରତ୍ୟେକ ବ୍ଲକରେ ଦୁଇଦିନ ମହୋତ୍ସବ ପାଇଁ ଅର୍ଥ ମଞ୍ଜୁରୀ କରିବା, ଏହିପରି ଅନେକ ଦାବି ଯାହା କଳାକାର ଙ୍କ ଉର୍ନ୍ନତିରେ ସହାୟକ ହୋଇପାରିବ l କଳାକାର ଙ୍କ ସମସ୍ତ ଦାବିର ଫଳ ପ୍ରଦପାଇଁ ବିଗତ ଦିନ ରେ ଥିବା ବିଜେଡି ସରକାର କିମ୍ବା ବର୍ତମାନ ବିଜେପି ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ସୁଦ୍ଧା ସରକାର ଏଥି ପ୍ରତି କର୍ଣ୍ଣ ପାତ ନ କରିବା ଅତ୍ୟନ୍ତ ଦୁଃଖ ଦାୟକ ବିଷୟ l ଏ ନେଇ ମହାସଂଘ ତରଫରୁ ଖୁବ ଶୀଘ୍ର ଏକ ବିରାଟ ଆନ୍ଦୋଳନ ରେ ଜନସାଧାରଣଙ୍କ ହକ ପାଇଁ ରାଜ ରାସ୍ତା କୁ ହୋଲ୍ଲଇବ l ନିଜର ହକ ଅଧିକାର ପାଇଁ ଲଢେଇ କରିବା ନେଇ ଆଜିର ବୈଠକରେ ସର୍ବ ସନ୍ନତି କ୍ରମେ ନିଷ୍ପତି ହେଇଥିବ ଜଣା ପଡିଛି l ଆଜିର ବୈଠକ ରେ ସମ୍ପାଦକ ବଳି କହଁର, ସହ ସମ୍ପାଦକ କୁନା ଦିଗାଲ, ସଂଯୋଜକ ଗନ୍ଧର୍ବ କହଁର, ଅଧିଶ୍ୱର ମାଲିକ, କତଳା ପ୍ରଧାନ, ଉପଦେଷ୍ଟା ପ୍ରେମନ୍ତ କହଁର, ଗୁରୁ ରାମ ନାୟକ, ଙ୍କ ସମେତ ସୁଜାତା ମଳିକ, ମିନାକ୍ଷୀ ମଳିକ, ସବିତା ପ୍ରଧାନ, ବସନ୍ତ ନାୟକଙ୍କ ପରି ଅନେକ ଦଳ ମୁଖ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି l
Related Posts

ଗଣତନ୍ତ୍ର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ପରିସଂଖ୍ୟାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ମୁଖ୍ୟମନ୍ତ୍ରୀ
ଗଣତନ୍ତ୍ର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ପରିସଂଖ୍ୟାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ, ଯୋଜନା ଓ ସଂଯୋଜନ ବିଭାଗ…

ଭାରତୀୟ କଂଗ୍ରେସ ଦଳ କଲା ଶକ୍ତି ପ୍ରଦର୍ଶନ
ଭାରତୀୟ କଂଗ୍ରେସ ଦଳ କଲା ଶକ୍ତି ପ୍ରଦର୍ଶନ ଆର,ଉଦୟଗିରି (ମନୋଜ କୁମାର ପାଢୀ/ ୮/୫/ ନିର୍ବାଚନ ପ୍ରଚାର ଜୋର ଜାର କରୁଛି ଭାରତୀୟ କଂଗ୍ରେସ ଦଳ, ଗଜପତି…

୨ ବାଇକ ମୁହାଁମୁହିଁ ଧକ୍କାରେ ୩ ମୃତ, ୪ ଗୁରୁତର
ଜୟପୁର: ୪ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି |ସମସ୍ତ ମୃତାହତ ସାନମୁଣ୍ଡାପଦର ଓ ଧନୁପୁର ଅଞ୍ଚଳର ସୂଚନା .ବିଳମ୍ବିତ ରାତିରେ ଯାତ୍ରା ଦେଖି ଫେରୁଥିବା ବେଳେ…