ଭୁବନେଶ୍ବର: କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍ ପଞ୍ଝାରେ ପଡ଼ିଛି ପୁଣି ଜଣେ କଲରାପତରିଆ ବାଘ ଚମଡ଼ା ଚାଲାଣକାରୀ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରୁ ଗିରଫ ହୋଇଥିବା ଅଭିଯୁକ୍ତ ହେଲା ନାରାୟଣ ମାଝୀ। ଆଜି ନାରାୟଣକୁ କଣ୍ଟାମାଳ ଜେଏମ୍ଏଫ୍ସି କୋର୍ଟରେ ହାଜର କରାଇବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଧୂର୍ତ୍ତ ନାରାୟଣଠାରୁ ବାଘ ଚମଡ଼ା ଚାଲାଣର ସମସ୍ତ ତଥ୍ୟ ଆଦାୟ କରିବା ସମ୍ଭବ ହୋଇନଥିବାରୁ ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରାଯାଇଛି। କେଉଁ ଜଙ୍ଗଲରେ ବାଘଟିକୁ ଶିକାର କରାଯାଇଥିଲା, ଶିକାରୀ କିଏ ଏବଂ କିଣାବିକା ରୢାକେଟ୍ର ମୂଳ କେଉଁଠି, ଏସବୁ ତଥ୍ୟ ହାତେଇବାକୁ ନାରାୟଣକୁ ଏସ୍ଟିଏଫ୍ ରିମାଣ୍ଡ୍ରେ ଆଣିବ ବୋଲି ସୂଚନା ମିଳିଛି। ସବୁଥର ଭଳି ଏଥର ମଧ୍ୟ ଏସ୍ଟିଏଫ୍ ସ୍ଥାନୀୟ ଚାଲାଣକାରୀକୁ ଧରିଛି। କିଣିବା ପାର୍ଟି ଖସିଯିବାରେ ସକ୍ଷମ ହୋଇଛି।
Related Posts

ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ସାବିତ୍ରୀ ଅମାବାସ୍ୟା l
ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ସାବିତ୍ରୀ ଅମାବାସ୍ୟା l ଆମ ଓଡ଼ିଶାରେ ସାବିତ୍ରୀ ଓଷାକୁ ବିଭିନ୍ନ ଢଙ୍ଗରେ ପାଳନ କରାଯାଏ । କେତେକ ସ୍ଥାନରେ…

ପାଞ୍ଚଆମ୍ବ ଗ୍ରାମରେ ସି ପି ଆଇ (ଏମ୍) ୭୮ତମ ସ୍ବାଧିନତା ଦିବସ ପାଳନ
ପାଞ୍ଚଆମ୍ବ ଗ୍ରାମରେ ସି ପି ଆଇ (ଏମ୍) ୭୮ତମ ସ୍ବାଧିନତା ଦିବସ ପାଳନ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ବ୍ଳକ ଲବାରସିଂ ଗ୍ରାମପଞ୍ଚାୟତର ପାଞ୍ଚଆମ୍ବ ଗ୍ରାମ ଠାରେ…

ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟାକାଣ୍ଡ ଅଭିଯୁକ୍ତ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ ଆଦେଶ।
ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟାକାଣ୍ଡ ଅଭିଯୁକ୍ତ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ ଆଦେଶ। ଗଞ୍ଜାମ:ଗତ ୨୦୧୩ ଜାନୁଆରୀ ୨୯ ତାରିଖ ରେ ଗୋଷାଣୀ ନୁଆଁଗାଁ ରେ…