କରୁଣାଶାନ୍ତି ଆବାସିକ ବିଜ୍ଞାନ ମହାବିଦ୍ୟାଳୟରେ ଗଣତନ୍ତ୍ର ଦିବସ ପାଳିତ ଗୋଳନ୍ଥରା ନିକଟସ୍ଥ କରୁଣାଶାନ୍ତି ଆବାସିକ ବିଜ୍ଞାନ ମହାବିଦ୍ୟାଳୟରେ ୭୬ତମ ଗଣତନ୍ତ୍ର ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ସୁଶ୍ରୀ ସୋନାଲି ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ବ୍ରହ୍ମପୁର ସଲିଡ଼ାରିଟୀ ଫର୍ ଡେଭଲପମେଣ୍ଟ କମୁନିଟିର କୋଷାଧ୍ୟକ୍ଷ ଶ୍ରୀ ସଦାନନ୍ଦ ଉଠାନସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଦିବସର ଶୁଭେଛା ଜଣାଇବା ସହ ଭାରତର ସମ୍ବିଧାନ ବିଷୟରେ ସଚେତନତା ସହ ଛାତ୍ରଛାତ୍ରୀ କିପରି ଭଲ ମଣିଷ ହେବେ ତାହା ଉପରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ସଲିଡ଼ାରିଟୀ ଫର୍ ଡେଭଲପମେଣ୍ଟ କମୁନିଟିର ନିର୍ଦ୍ଦେଶକ ଶ୍ରୀ ଦେବାଶିଷ ପଟ୍ଟନାୟକ, ମହାବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ଅନୀଲ କୁମାର ଦିଗାଲ, ବ୍ରହ୍ମପୁର ସଲିଡ୍ ର ସମସ୍ତ କର୍ମକର୍ତ୍ତା, ଶ୍ରୀ ପ୍ରକାଶ ମହାରଣା ଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଦାୟିତ୍ଵ ସମ୍ପାଦନା କରିଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପିରାମିଡ୍ ସ୍ଥାପନା ହୋଇଥିଲା । ଶେଷରେ ସୁଶ୍ରୀ ରଜେଶ୍ୱରୀ ଧନ୍ୟବାଦ ଅର୍ପଣ କରିଥିଲେ ।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ.
କରୁଣାଶାନ୍ତି ଆବାସିକ ବିଜ୍ଞାନ ମହାବିଦ୍ୟାଳୟରେ ୭୬ତମ ଗଣତନ୍ତ୍ର ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ।
