କମିଶନରେଟ୍ ପୋଲିସ୍ ର ୩୦ଟି ଜରୁରୀକାଳୀନ ପ୍ରସମନ ସେବା ବାହାନ ଲୋକାର୍ପିତ
ଭୁବନେଶ୍ୱର: ଆଜି କମିଶନରେଟ୍ ପୋଲିସ୍ ର ୩୦ଟି ଜରୁରୀକାଳୀନ ପ୍ରସମନ ସେବା ବାହାନ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ବରରେ ୨୨ଟି ଓ କଟକରେ ୮ଟି ଗାଡ଼ି ଗଡ଼ିବ।ଏହି ଅବସରରେ ମୂଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୃହ ବିଭାଗରେ ଖୁବଶୀଘ୍ର ୧୦ ହଜାର ପଦବୀ ପୂରଣ ହେବ। ଅପରାଧମୁକ୍ତ ଅଞ୍ଚଳ ଗଢ଼ିବା ଆମର ଲକ୍ଷ୍ୟ। ଏହି ଗାଡ଼ି ଗୁଡ଼ିକ ନ୍ୟାୟ, ଶୃଙ୍ଖଳା ଓ ଅପରାଧ ମୁକ୍ତ ସମାଜର ପ୍ରତୀକ।