କଦୋବାହାଲ ମଣ୍ଡଳ ସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା 2024 ଆୟୋଜିତ।
ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ନିର୍ବାଚନ ମଣ୍ଡଳୀ କାଦୋବାହାଲ ମଣ୍ଡଳର କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ସାଥୁଆ ଙ୍କ ସଭାପତିତ୍ୱରେ ମଣ୍ଡଳ ସ୍ତରୀୟ ସଦସ୍ୟତା ଅଭିଯାନ 2024 କର୍ମଶାଳା ଅନୁଷ୍ଠିତ ହୋଇଥିଲା. ଉକ୍ତ କର୍ମ ଶାଳାରେ ମଣ୍ଡଳର ସମସ୍ତ ଅପେକ୍ଷିତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ, ସଦସ୍ୟତା ସଂଯୋଜକ ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ (ଅନୁସୂଚିତ ଜାତି) ମୋର୍ଚ୍ଚା କୁଶ କୁମ୍ଭାର ମାର୍ଗ ଦର୍ଶନ କରିଥିବା ବେଳେ, ମଣ୍ଡଳ ସାଧାରଣ ସମ୍ପାଦକ ଗୋପବନ୍ଧୁ ମହାକୁର ମଞ୍ଚ ପରିଚାଳନା କରିଥିଲେ, ସଭାଶେଷରେ ଅନ୍ୟତମ ମଣ୍ଡଳ ସାଧାରଣ ସମ୍ପାଦକ ଲିଙ୍ଗରାଜ ଥାଟି ଧନ୍ୟବାଦ ଅର୍ପଣ କରିଥିଲେ.
