ସୁନାବେଡା – ଜୀବନ କ’ଣ ଜାଣିବା ପୂର୍ବରୁ ରୋଗରେ କଲବଲ ହେଉଛି ପ୍ରଫୁଲ୍ଲ। ତା ମୁହଁରୁ ହସଖୁସି ଛଡାଇ ନେଇଛି ଶରୀର ପୀଡା। କଅଁଳ ମନ ତାର କହୁଛି ପାଠ ପଢିବା ପାଇଁ, ଶରୀର କହୁଛି ବିଶ୍ରାମ ନେବା ପାଇଁ। ପ୍ରଫୁଲ୍ଲର ଏହିଭଳି ଅବସ୍ଥାରେ ଭାଙ୍ଗିପଡିଛନ୍ତି ପିତାମାତା। ପୁଅକୁ ଭଲ କରିବା ପାଇଁ ଧାଇଁଧାଇଁ ନୟାନ୍ତ ହେଲେଣି। ଅର୍ଥାଭାବ ସେମାନଙ୍କୁ ଅଟକାଇ ରଖିଛି କୁଆଡେ ଯିବା ପାଇଁ…ପ୍ରଫୁଲ୍ଲ ଗୁଣ୍ଠା। ବୟସ ୧୪। ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଖୁଡି ପଞ୍ଚାୟତ ସ୍ଥିତ ମାଲିମାର୍ଲା ଗ୍ରାମର ଚକ୍ରଧର ଗୁଣ୍ଠା ଓ ପରମତି ଗୁଣ୍ଠାଙ୍କ ଏକମାତ୍ର ପୁଅ ପ୍ରଫୁଲ୍ଲ। ଗାଁ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛି ପ୍ରଫୁଲ୍ଲ। ପାଠ ପଢିବାକୁ ପ୍ରବଳ ଇଚ୍ଛା, କିନ୍ତୁ ପରିସ୍ଥିତି ତାକୁ ଏପରି ଜାଗାରେ ଠିଆ କରିଦେଇଛି, ଯେଉଁଥିପାଇଁ ସେ ଚଳିତ ବର୍ଷ ନବମ ଶ୍ରେଣୀରେ ନାମ ଲେଖେଇ ପାରିଲା ନାହିଁ। ଦେହ ଭଲ ହୋଇଗଲେ ବିଦ୍ୟାଳୟ ଯାଇ ପାଠ ପଢିବାକୁ ଇଚ୍ଛା ରଖିଛି। ପ୍ରଫୁଲ୍ଲଙ୍କ ବାପା ଚକ୍ରଧର ଗରୀବ ଶ୍ରେଣୀର ବ୍ୟକ୍ତି ଅଟନ୍ତି। କିନ୍ତୁ ଜୀବନରେ କେବେ ନ ହାରି ସେ ଚାଷ କାର୍ଯ୍ୟ କରି ୪ ଟି ପିଲାଙ୍କ ଭରଣପୋଷଣ କରନ୍ତି ଚକ୍ରଧର। ଅଭାବ ଅନାଟନରେ ଥାଇ ମଧ୍ୟ ଚକ୍ରଧର ସୁଖରେ ନିଜର ସଂସାରକୁ ଚଳାଇ ଆସୁଥିଲା। କିନ୍ତୁ ଦିନେ ନିଜ ଏକମାତ୍ର ପୁଅ ପ୍ରଫୁଲ୍ଲ ଉପରେ ଭଗବାନ ଏତେବଡ ଦାଉ ସାଧିବେ ସେ କେବେ ବି କଳ୍ପନା କରି ନ ଥିଲା। ପ୍ରଫୁଲ୍ଲ ଯେବେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ପ୍ରଥମେ କାଶ ହେଲା। ବହୁତ ଦିନ ଦେହରେ କାଶ ରହିବା ଯୋଗୁ ଘର ଲୋକେ ଗାଁ ନିକଟସ୍ଥ କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଡାକ୍ତରଙ୍କୁ ଦେଖେଇଥିଲେ। ଏହା ପରେ କୋରାପୁଟ ଶହୀଦ ଲକ୍ଷ୍ମଣ ମେଡିକାଲକୁ ନେଇଥିଲେ ସେଠାରେ ଡାକ୍ତର ପ୍ରଫୁଲ୍ଲକୁ ଯକ୍ଷ୍ମା (ଟିବି ) ହୋଇଛି କହି ୪ମାସ ଔଷଧ ଖାଇବାକୁ ଦେଇଥିଲେ। ୪ ମାସ ଔଷଧ ଖାଇବା ପରେ ବି କାଶ ଭଲ ନ ହେବାରୁ ପରିବାର ଲୋକେ ପୁଣି ବ୍ରହ୍ମପୁର ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତରଙ୍କୁ ଦେଖାଇଥିଲେ ସେଠାରେ ପ୍ରଫୁଲ୍ଲକୁ ନିମୋନିଆ ହୋଇଛି ବୋଲି କହି ଔଷଧ ଦେଇଥିଲେ। କିଛି ଦିନ ଔଷଧ ଖାଇବା ପରେ ସ୍ୱାସ୍ଥ୍ୟ ଭଲ ନ ହେବାରୁ ପୁଣି ପ୍ରଫୁଲ୍ଲ
Related Posts
ପ୍ରେସ ୟୁନିଅନ ରାୟଗଡ ର କର୍ମକର୍ତା ଚୟନ
ପ୍ରେସ ୟୁନିଅନ ରାୟଗଡ ର କର୍ମକର୍ତା ଚୟନ ରାୟଗଡ : ରାୟଗଡ ଜ଼ିଲ୍ଲା ର ପ୍ରେସ ୟୁନିଅନ ରାୟଗଡ ର ଆଗାମୀ ଦୁଇ ବର୍ଷ ନିମନ୍ତେ ବିଭିନ୍ନ…
ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ କାଜୁ ତୋଟାରେ ଗଛିତ ଥିବା ବିପୁଳ ଗଞ୍ଜେଇ ଜବତ ।
ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ କାଜୁ ତୋଟାରେ ଗଛିତ ଥିବା ବିପୁଳ ଗଞ୍ଜେଇ ଜବତ । ଆର,ଉଦୟଗିରି (ମନୋଜ କୁମାର ପାଢୀ/୧୮/୬):ଗଜପତି ଜିଲ୍ଲା ଅଡବା ଥାନା ବାଛିପଙ୍କା…
ମହାତ୍ମାଗାନ୍ଧୀ +୨ ସାଇନ୍ସ କଲେଜ ଶତପ୍ରତିଶତ ସାଫଳତା
*ମହାତ୍ମାଗାନ୍ଧୀ +୨ ସାଇନ୍ସ କଲେଜ ଶତପ୍ରତିଶତ ସାଫଳତା**ସଦ୍ୟ ପ୍ରକାଶିତ +୨ ବିଘ୍ୟାନ ଫଳାଫଳ ରେ* ନୂଆପଡା ଜିଲ୍ଲା (ଓମ୍ ପ୍ରକାଶ ଚୌଧରୀ)ଖଡ଼ିଆଳ ସ୍ଥିତ ମହାତ୍ମାଗାନ୍ଧୀ +2 ସାଇନ୍ସ…